ETV Bharat / sports

ପୂର୍ବତନ କ୍ରିକେଟର ସୋଏବ ଅଖତରଙ୍କ ମାତୃ ବିୟୋଗ, ଭଜିଙ୍କ ଶୋକ

author img

By

Published : Dec 26, 2021, 5:50 PM IST

Ex-Pakistan pacer Shoaib Akhtar's mother passes away, Bhajji pays condolences
ପୂର୍ବତନ କ୍ରିକେଟର ସୋଏବ ଅଖତରଙ୍କ ମାତୃ ବିୟୋଗ, ଭଜିଙ୍କ ଶୋକ

ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅକତରଙ୍କ ମାତୃ ବିୟୋଗ । ମାଆଙ୍କ ଦେହାନ୍ତ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଅଖତର । ଅଧିକ ପଢନ୍ତୁ

ଇସଲାମାବାଦ: ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅକତରଙ୍କ ମାତୃ ବିୟୋଗ । ମାଆଙ୍କ ଦେହାନ୍ତ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଅଖତର । ଫଳରେ ଭାରତୀୟ କ୍ରିକେଟର ହରଭଜନ ସିଂହଙ୍କ ସମେତ କ୍ରିକେଟ ଜଗତ ଅଖତରଙ୍କ ମାଆଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି ।

  • میری والدہ محترمہ رضائے الٰہی سے وفات پا گئ ہیں - انا للہ وانا الیہ راجعون۔
    نماز جنازہ H-8 میں بعد نماز عصر ادا کی جائے گی۔

    My mother, my everything, with the will of Allah taala, has left for heavenly abode.
    Namaz e janaza will be in H-8 after Asar Prayers.

    — Shoaib Akhtar (@shoaib100mph) December 25, 2021 " class="align-text-top noRightClick twitterSection" data=" ">

ଅନ୍ତର୍ଜାତୀୟ କ୍ରିକେଟର ଅନ୍ୟତମ ଦ୍ରୁତ ବୋଲର ଅଖତର ଟ୍ବିଟ୍‌ରେ ଲେଖିଛନ୍ତି, "ମୋ ମାଆ ମୋର ସବୁକିଛି ମୋତେ ଛାଡି ଇଶ୍ବରଙ୍କ ନିକଟଙ୍କୁ ସ୍ବର୍ଗକୁ ଚାଲିଗଲା । ଇସଲମାବାଦ ସ୍ଥିତ ସେକ୍ଟର H-୮ରେ ଶେଷକୃତ୍ୟ ପ୍ରାର୍ଥନସଭା ହେବ ।"

ଅଖତରଙ୍କ ବନ୍ଧୁ ତଥା ପୂର୍ବତନ ଭାରତୀୟ ଅଫସ୍ପିନର ହରଭଜନ ଟ୍ବିଟ୍‌ରେ ଲେଖିଛନ୍ତି, "ଏହି ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ଗବୀର ଶ୍ରଦ୍ଧାଞ୍ଜଳୀ, ଇଶ୍ବରଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା ।"

ଏହାମଧ୍ୟ ପଢନ୍ତୁ: SA vs Ind, 1st Test: ଟସ୍‌ ଜିତିଲେ ବିରାଟ, ବ୍ୟାଟିଂ କରୁଛି ଭାରତ

46 ବର୍ଷୀୟ ଅଖତରଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟର ଦ୍ରୁତ ବଲ୍‌ ବୋଲିଂ କରିଥିବାର ରେକର୍ଡ ରହିଛନ୍ତି । ବର୍ଷ ୨୦୦୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘଣ୍ଟାପ୍ରତି ୧୬୧ କିଲୋମିଟର ବେଗରେ ଏକ ବଲ୍‌ ବୋଲିଂକରିଥିଲେ ଅଖତର । ତାଙ୍କୁ ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ମଧ୍ୟ ସମ୍ବୋଧନ କରାଯାଏ ।

ଭେଟେରାନ ପାକସ୍ତାନୀ ବ୍ୟାଟର୍‌ ସୋଏବ ମଲିକ ମଧ୍ୟ ଟ୍ବିଟ୍‌ ଯୋଗେଁ ଅଖତରଙ୍କ ମାତୃ ବିୟୋଗ ଖବରରେ ଦୁଃଖ ପ୍ରକାଶ କରିା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Ashes: ବକ୍ସିଂ ଡେ ଟେଷ୍ଟ, ଇଂଲଣ୍ଡ ୧୮୫ ରନ୍‌ରେ ଅଲଆଉଟ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.