ETV Bharat / sports

Ashes: ବକ୍ସିଂ ଡେ ଟେଷ୍ଟ, ଇଂଲଣ୍ଡ ୧୮୫ ରନ୍‌ରେ ଅଲଆଉଟ୍‌

author img

By

Published : Dec 26, 2021, 3:37 PM IST

ଅଷ୍ଟ୍ରେଲିଆ ମାଟିରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଜାରି ରହିଛି । ରବିବାର ବକ୍ସିଂ ଡେ ଟେଷ୍ଟ(Boxing Day Test)ର ପ୍ରଥମ ଦିନରେ ୧୮୫ ରନ୍‌ରେ ଇଂଲଣ୍ଡକୁ ଅଲଆଉଟ୍‌ କରିଛି ଘରୋଇ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

The Ashes, 3rd Test: Australia bundle out England for 185 in 1st innings
Ashes: ବକ୍ସିଂ ଡେ ଟେଷ୍ଟ, ଇଂଲଣ୍ଡ ୧୮୫ ରନ୍‌ରେ ଅଲଆଉଟ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG)ରେ ଖେଳାଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଆସେସ(Ashes) ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ । ପ୍ରଥମ ଦୁଇଟି ଟେଷ୍ଟ ପରି ଅଷ୍ଟ୍ରେଲିଆ ମାଟିରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଜାରି ରହିଛି । ରବିବାର ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନରେ ୧୮୫ ରନ୍‌ରେ ଇଂଲଣ୍ଡକୁ ଅଲଆଉଟ୍‌ କରିଛି ଘରୋଇ ଅଷ୍ଟ୍ରେଲିଆ ।

କଙ୍ଗାରୁ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଇଂଲିସ ବ୍ୟାଟ୍ସମ୍ୟାନ ପୁଣିଥରେ ଆତ୍ମସମର୍ପଣ କରିଛନ୍ତି । କ୍ୟାପଟେନ୍‌ ପାଟ୍‌ କମିନ୍ସ ଓ ନାଥନ ଲାୟମ ସର୍ବାଧିକ ୩ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ସେହିପରି ମିଚେଲ ଷ୍ଟାର୍କ ୨ଟି, ବୋଲାଣ୍ଡ ଓ ଗ୍ରୀନ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି । ଇଂଲଣ୍ଡ ପକ୍ଷରୁ କ୍ୟାପଟେନ୍‌ ରୁଟ୍‌ ଏକମାତ୍ର ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ୮୨ ବଲ୍‌ରୁ ୪ଟି ଚୌକା ସହାୟତାରେ ଲଢୁଆ ୫୦ ରନ୍‌ର ଉପଯୋଗୀ ଯୋଗଦାନ କରିଛନ୍ତି ରୁଟ୍‌ । ଜନ୍ନି ବେୟାରଷ୍ଟୋ ୩୫ ଓ ବେନ ଷ୍ଟୋକ୍ସ ୨୫ ରନ୍‌ର ଇଂନିସ ଖେଳିଛନ୍ତି । ଏହାବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍‌ର ଫେଲ୍‌ ମାରିଛନ୍ତି ।

ଏହାମଧ୍ୟ ପଢନ୍ତୁ: SA vs Ind, 1st Test: ଟସ୍‌ ଜିତିଲେ ବିରାଟ, ବ୍ୟାଟିଂ କରୁଛି ଭାରତ

ଅନ୍ୟପଟେ ପ୍ରଥମ ଦିନ ଖେଳ ଶେଶ ସୁଦ୍ଧା ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣରଙ୍କ ୱିକେଟ ହରାଇ ୬୧ ରନ୍‌ ସଂଗ୍ରହ କରିନେଇଛି । ୱାର୍ଣ୍ଣର ୩୮ ରନ୍‌ କରି ଆଉଟ୍‌ ହୋଇଛନ୍ତି । ମାର୍କସ ହାରିସ ୨୦ ଓ ନାଥନ ଲାୟନ ନାଇଟ୍‌ ୱାଚ୍‌ମ୍ୟାନ ଭାବେ ଅପରାଜିତ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: Athletics in 2021: ନୀରଜଙ୍କ ଅଲମ୍ପିକ୍‌ ସ୍ବର୍ଣ୍ଣରୁ ଭାରତୀୟ ଆଥଲେଟିକ୍ସର ନୂଆ ଯୁଗ ଆରମ୍ଭ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.