ETV Bharat / sports

ENGvsPAK: ପାକିସ୍ତାନ ମାଟିରେ ୩-୦ରେ ସିରିଜ କ୍ଲିନ ସ୍ୱିପ କଲା ଇଂଲଣ୍ଡ

author img

By

Published : Dec 20, 2022, 9:07 PM IST

ENGvsPAK : ପାକିସ୍ତାନ ମାଟିରେ ୩-୦ ରେ ସିରିଜ କ୍ଲିନ ସ୍ବିପ କଲା ଇଂଲଣ୍ଡ
ENGvsPAK : ପାକିସ୍ତାନ ମାଟିରେ ୩-୦ ରେ ସିରିଜ କ୍ଲିନ ସ୍ବିପ କଲା ଇଂଲଣ୍ଡ

ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନ ସ୍ବିପ କରିଛି ଇଂଲିସ୍ ଟିମ୍ । ଅଧିକ ପଢନ୍ତୁ

କରାଚୀ: ପାକିସ୍ତାନ ମାଟିରେ ଇତିହାସ ରଚିଲା ଇଂଲଣ୍ଡ । ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନ ସ୍ବିପ କରିଛି ଇଂଲିସ୍ ଟିମ୍ । ପାକିସ୍ତାନ ମାଟିରେ ୩-୦ ସିରିଜ ହାତେଇଛି ବେନ୍ ଷ୍ଟୋକ୍ସ ବାହିନୀ । ଆଜି (ମଙ୍ଗଳବାର) ତୃତୀୟ ଟେଷ୍ଟ ମ୍ୟାଚରେ ୮ ୱିକେଟରେ ବିଜୟୀ ହୋଇଛି ଇଂଲଣ୍ଡ । ହ୍ୟାରୀ ବ୍ରୁକ ପ୍ଲେୟର ଅଫ ଦି ସିରିଜ ଓ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେ ତିନୋଟି ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ । ଏହା ସହିତ ତିନୋଟି ମ୍ୟାଚରେ ସେ ୪୬୮ ରନ କରିଥିଲେ ।

ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ପାକିସ୍ତାନ ଓଭରରେ ୩୦୪ ରନ କରି ଅଲ ଆଉଟ ହୋଇଥିଲା । ଅଧିନାୟକ ବାବର ଆଜମ ଓ ଆଗା ସଲମାନଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦଳ ପ୍ରଥମ ଇନିଂସରେ ୩୦୦ ରନ ଅତିକ୍ରମ କରିପାରିଥିଲା । ବାବର ଆଜମ ୯ ଟି ଚୌକା ସହିତ ସର୍ବାଧିକ ୭୮ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେହିପରି ଆଗା ସଲମାନ ୬ ଟ ଚୌକା ସହିତ ୫୬ ରନର ଇନିଂସ ଖେଳିଥିଲେ । ସେହିପରି ଆଝାର ଅଲି ୪୫ ରନ, ସାଉଦ ଶକୀଲ ୨୩ ରନ, ମହମ୍ମଦ ରିଜୱାନ ୧୯ ରନ, ଫହିମ ଆଶରଫ ୪ ରନ, ନୌମାନ ଅଲୀ ୨୦ ରନ, ମହମ୍ମଦ ୱାସିମ ୮ ରନ, ଅବରାର ଅହମ୍ମଦ ୪ ରନ, ସାନ ମାସୁଦ ୩୦ ରନ କରି ଆଉଟ ହୋଇଥିଲେ । ଇଂଲଣ୍ଡର ଜ୍ୟାକ୍ ଲିଚ ସର୍ବାଧିକ ୪ ଟି ୱିକେଟ ନେଇଥିଲେ । ସେହିପରି ରେହାନ ଅହମ୍ମଦ ୨ ଟି ଓ ଜୋ ରୁଟ, ରବିନସନ, ମାର୍କ ଉଡ ଗୋଟିଏ ୱିକେଟ ନେଇଥିଲେ ।

ସେପଟେ ଇଂଲିସ ଟିମ୍ ଦ୍ବିତୀୟ ଇନିଂସରେ ୩୫୪ ରନ କରି ଅଲଆଉଟ ହୋଇଥିଲେ । ପାକିସ୍ତାନ ବୋଲରଙ୍କ ଆଗରେ ଧରାଶୟୀ ହୋଇଥିଲା ଇଂଲିସ ଟିମ ।ହ୍ୟାରୀ ବ୍ରୁକଙ୍କ ଶତକୀୟ ଇନିଂସ ବଳରେ ଇଂଲଣ୍ଡ ୩୫୪ ରନ କରିଥିଲା । ଓଲି ପୋପ ଓ ବେନ ଫୋକ୍ସ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଉଭୟ କ୍ରମଶଃ ୫୧ ଓ ୬୪ ରନର ଇନିଂସ ଖେଳିଥିଲେ । ସେହିପରି ବେନ ଡୁକେଟ ଓ ବେନ ଷ୍ଟୋକ୍ସ ଉଭୟ ୨୬ ରନ, ମାର୍କ ଉଡ ୩୫ ରନ, ଓଲି ରବିନସନ ୨୯ ରନ କରିଥିଲେ । ପାକିସ୍ତାନର ଅବରାର ଅହମ୍ମଦ ଓ ନୌମାନ ଅଲୀ ସର୍ବାଧିକ ୪ ଟି ୱିକେଟ ନେଇଥିଲେ । ମହମ୍ମଦ ୱାସିମ ଗୋଟିଏ ୱିକେଟ ନେଇଥିଲେ ।

ସେହିପରି ଦ୍ବିତୀୟ ଇନିଂସରେ ଇଂଲଣ୍ଡ ବୋଲର ନିଜର ଦବଦବା ଜାହିର କରିଥିଲେ । ରିହାନ ଅହମଦଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ପାକିସ୍ତାନ ବ୍ୟାଟର । ଫଳରେ ୨୧୬ ରନରେ ଅଲ ଆଉଟ ହୋଇଥିଲା ପାକିସ୍ତାନ । ବାବର ଆଜମ ଓ ସାଉଦ ସାକିଲଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ପାକିସ୍ତାନ ୨୦୦ ରନ ଅତିକ୍ରମ କରିପାରିଥିଲା । ଉଭୟ କ୍ରମଶଃ ୫୪ ଓ ୫୩ ରନ ଇନିଂସ ଖେଳିଥିଲେ । ଅବଦୁଲ୍ଲା ସାଫିକ୍ୟୁ ୨୬ ରନ , ସାନ ମାସୁଦ ୨୪ ରନ , ଆଗା ସଲମାନ ୨୧ ରନ ଓ ନୌମାନ ଅଲୀ ୧୫ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ଇଂଲଣ୍ଡର ରିହାନ ଅହମଦ ସର୍ବାଧିକ ୫ ଟି ୱିକେଟ ନେଇଥିଲେ । ଜ୍ୟାକ୍ ଲିଚ ୩ ଟି ଓ ଜୋ ରୁଟ ମାର୍କ ଉଡ ଗୋଟିଏ ୱିକେଟ ନେଇଥିଲେ । ସେପଟେ ଇଂଲଣ୍ଡ ଦ୍ବିତୀୟ ଇନିଂସରେ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଇଂଲିସ ଟିମ ୮ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ସିରିଜ କ୍ଲିନ ସ୍ବିପ କରିବାରେ ସଫଳ ରହିଛି । ଇଂଲଣ୍ଡ ଦ୍ବିତୀୟ ଇନିଂସରେ ୨ ୱିକେଟ ହରାଇ ୧୭୦ ରନ କରିଥିଲା । ବେନ ଡୁକେଟ ସର୍ବାଧିକ ୮୨ ରନ ଦମଦାର ଇନିଂସ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.