ଜନ୍ମଦିନ ଶୁଭେଚ୍ଛା ଜବାବରେ ପନ୍ତଙ୍କୁ ମୋଟୁ କହିଲେ ସାମି

author img

By

Published : Sep 5, 2021, 10:38 PM IST

Shami brutally trolls Pant, calls him 'overweight'

ମୋଟାପଣକୁ ରୋକିବାକୁ ଏବେବି ଚିକିତ୍ସା ଉପଲବ୍ଧ । ପନ୍ତଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ମହମ୍ମଦ ସାମି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଶୁକ୍ରବାର(ସେପ୍ଟେମ୍ବର ୩)ରେ ୩୧ତମ ଜନ୍ମଦିନ ମନାଇଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ, ସାମିଙ୍କୁ ମଜାଳିଆ ଅନ୍ଦାଜରେ ଟ୍ବିଟ୍‌ ଯୋଗେ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ । ପନ୍ତ ଲେଖିଥିଲେ, "ସାମି ଭାଇ, ବଲ୍‌ ଓ ବୟସ ଉଭୟ ଦ୍ରୁତବେଗରେ ଅତିକ୍ରମ କରିଯାଉଛି, ହାପି ବାର୍ଥ ଡେ ।"

  • Apna time aayega beta ball or Umar ko koi nahi rook saka but motape ka treatment aaj bhi hota hai @RishabhPant17 🏃🏽‍♂️ 🏃🏽‍♂️🏃🏽‍♂️🏃🏽‍♂️😄😄😄😄😄 https://t.co/AddyqeleGt

    — Mohammad Shami (@MdShami11) September 4, 2021 " class="align-text-top noRightClick twitterSection" data=" ">

ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ସାମି ଭାରତୀୟ ସ୍କ୍ବାଡ ସହିତ ଇଂଲଣ୍ଡରେ ରହିଛନ୍ତି । ଓଭାଲ ଗ୍ରାଉଣ୍ଡରେ ଦର୍ଶକଙ୍କ ସହିତ ସାମିଙ୍କୁ କେକ୍‌ କାଟି ଜନ୍ମଦିନ ପାଳନ କରିଥିବା ଦେଖାଯାଇଥିଲା ।

ପନ୍ତଙ୍କ ଜନ୍ମଦିନ ଶୁଭେଚ୍ଛାର ଜବାବ ରଖିଛନ୍ତି ସାମି । ଟ୍ବିଟରେ ଲେଖିଛନ୍ତି, କେହି ବଲ୍‌ ଓ ବୟସକୁ ରୋକିପାରିବେ ନାହିଁ । ମାତ୍ର ମୋଟାପଣକୁ ରୋକିବାକୁ ଏବେବି ଚିକିତ୍ସା ଉପଲବ୍ଧ ରହିଛି ।" ସାମିଙ୍କ ଏହି ଟ୍ବିଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଆହତ କାରଣରୁ ଓଭାଲରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ସାମିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନାହିଁ । ପ୍ରଥମ ୩ଟି ଟେଷ୍ଟରୁ ସେ ୧୧ ୱିକେଟ ହାସଲ କରିଛନ୍ତି । ତୃତୀୟ ଟେଷ୍ଟରେ ୯୫ ରନ ବ୍ୟୟରେ ୪ୱିକେଟ ହାସଲ ସାମିଲଙ୍କ ଏହି ସିରିଜରେ ଶ୍ରେଷ୍ଠ ପ୍ରଦର୍ଶନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.