ETV Bharat / sports

Cricket World Cup 2023: ୩୩୭ ରନର ବିଶାଳ ସ୍କୋର କଲା ଇଂଲଣ୍ଡ, ପାକିସ୍ତାନର ସେମି ରାସ୍ତା ବନ୍ଦ

author img

By ETV Bharat Odisha Team

Published : Nov 11, 2023, 6:09 PM IST

Updated : Nov 11, 2023, 6:23 PM IST

ପାକିସ୍ତାନର ସେମି ରାସ୍ତା ବନ୍ଦ
୩୩୭ ରନର ବିଶାଳ ସ୍କୋର କଲା ଇଂଲଣ୍ଡ

କୋଲକାତାରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୩୭ ରନର ବିଶାଳ ସ୍କୋର କରିଛି । ଜବାବରେ ପାକିସ୍ତାନ ପାଇଁ ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ ରାସ୍ତା ଏକ ପ୍ରକାର ବନ୍ଦ ହୋଇଛି । ଅଧିକ ପଢ଼ନ୍ତୁ

କୋଲକାତା: ପାକିସ୍ତାନକୁ ବଡ଼ ଟାର୍ଗେଟ୍‌ ଦେଇ ବିଶ୍ବକପ୍‌ ୨୦୨୩ରୁ ବିଦା କଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୩୭ ରନର ବଡ଼ ସ୍କୋର କରିଛି ବଟଲର ବହିନୀ । ଜନି ବେୟାର୍‌ଷ୍ଟୋ (୫୯), ଜୋ ରୁଟ୍‌ (୬୦) ଓ ବେନ୍‌ ଷ୍ଟୋକ୍ସ (୮୪)ଙ୍କ ଦମଦାର ପାଳି ସହ ଅନ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ପାକିସ୍ତାନ ଆଗରେ ବଡ଼ ଟାର୍ଗେଟ୍‌ ରଖିଛି ଇଂଲଣ୍ଡ । ସେମିଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ୩୩୮ ରନର ବଡ଼ ଟାର୍ଗେଟ୍‌କୁ କେବଳ ୬.୨ ଓଭର ଅର୍ଥାତ ୩୮ ବଲରେ ହାସଲ କରିବାକୁ ହେବ । କ୍ରିକେଟ୍‌ରେ ଏହା ଏକପ୍ରକାର ଅସମ୍ଭବ ହୋଇଥିବାରୁ ବିଶ୍ବକପ୍‌ ଦୌଡ଼ରୁ ବାଦ ପଡ଼ିଛି ପାକିସ୍ତାନ ।

  • " class="align-text-top noRightClick twitterSection" data="">

ଇଂଲଣ୍ଡ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର । ଦଳକୁ ଦୁଇ ଓପନର ଜନି ବେୟାର୍‌ଷ୍ଟୋ ଓ ଡାୱିଡ୍ ମଲାନ ଭଲ ଆରମ୍ଭ ମଧ୍ୟ ଦେଇଥିଲେ । ଶେଷ ବିଶ୍ବକପ୍‌ ମ୍ୟାଚ୍‌ ଖେଳୁଥିବା ମଲାନ ୩୧ ରନ କରିଥିବାବେଳେ ବେୟାରଷ୍ଟୋ ୫୯ ରନ୍‌ କରି ଆଉଟ୍‌ ହୋଇଥିଲେ । ଦୁଇ ଓପନର ଆଉଟ ହେବା ପରେ ଜୋ ରୁଟ୍ ଓ ବେନ୍‌ ଷ୍ଟୋକ୍ସ ଏକ ଦୃଢ଼ ଭାଗିଦାରୀ କରି ସ୍କୋରବୋର୍ଡକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ରୁଟ୍ ୬୦ ଓ ଷ୍ଟୋକ୍ସ ୮୪ ରନ କରିଥିଲେ । ସେହିପରି ଅଧିନାୟକ ବଟଲର ୨୭ ରନ ଓ ହ୍ୟାରୀ ବ୍ରୁକ୍ସ ୩୦ ରନ କରିଥିଲେ । ଫଳରେ ଇଂଲଣ୍ଡ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୩୭ ରନ୍‌ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମୁକାବିଲା, ସେମିରେ ପ୍ରବେଶ ପାଇଁ ଲଢିବ ପାକ୍

ପାକିସ୍ତାନ ବୋଲିଂ: ପାକିସ୍ତାନ ପକ୍ଷରୁ ହାରିସ୍ ରୌଫ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ସେ ୧୦ ଓଭରରୁ ୬୪ ରନ ବ୍ୟୟ କରିବା ସହ ଗୋଟିଏ ସଂସ୍କରଣରେ ସର୍ବାଧିକ ରନ ବ୍ୟୟକାରୀ ବୋଲର (୫୨୭) ହେବାର ଲଜ୍ଜ୍ୟାଜନକ ରେକର୍ଡ ନିଜ ନାମରେ କରିଛନ୍ତି । ଶାହୀନ ଆଫ୍ରିଦି ଓ ମହମ୍ମଦ ୱାସିମ୍‌ (ଜୁନିୟର) ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ଇଫ୍‌ତିଖାର ଅହମ୍ମଦଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଫଗାନିସ୍ତାନଠୁ ହାରିବା ମହଙ୍ଗା ପଡ଼ିଲା, ବାବର କହିଲେ ଶେଷ ଯାଏଁ ଲଢ଼ିବୁ

ପାକିସ୍ତାନ ବିଶ୍ବକପ୍‌ରୁ ବାହାର: ସେମି ଦୌଡ଼ରେ ସାମିଲ ରହିବାକୁ ହେଲେ ପାକିସ୍ତାନକୁ ୩୩୮ ରନର ବିଶାଳ ଟାର୍ଗେଟ୍‌କୁ କେବଳ ୬.୨ ଓଭର ଅର୍ଥାତ ୩୮ ବଲରେ ହାସଲ କରିବାକୁ ହେବ । ଏହା ଅସମ୍ଭବ । କାରଣ ସମସ୍ତ ବଲରେ ବାଉଣ୍ଡରି ମାରିଲେ ମଧ୍ୟ ଏହି ଟାର୍ଗେଟ୍‌ ୬.୨ ଓଭରରେ ହାସଲ କରିପାରିବ ନାହିଁ ପାକିସ୍ତାନ । ଫଳରେ ଦଳ ଏହି ମ୍ୟାଚ୍‌ ପରେ ଚଳିତ ବିଶ୍ବକପ୍‌ ୨୦୨୩ରୁ ବିଦାୟ ନେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 11, 2023, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.