ETV Bharat / sports

World Cup 2023: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ବାଂଲାଦେଶ

author img

By ETV Bharat Odisha Team

Published : Oct 19, 2023, 1:59 PM IST

World Cup 2023
World Cup 2023

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ରେ 17 ତମ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ବାଂଲାଦେଶ । ବୋଲିଂ କରିବ ଭାରତ । ଅଧିକ ପଢନ୍ତୁ

ପୁନେ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ 17ତମ ଲିଗ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି । ଏଥିରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିଛନ୍ତି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ବାଂଲାଦେଶ । ଭାରତୀୟ ଦଳ ତାର ଏକାଦଶରେ କିଛି ପରିବର୍ତ୍ତନ କରିନାହିଁ । 3 ମ୍ୟାଚ୍‌ ଜିତିଥିବା ଟିମ୍ ଇଣ୍ଡିଆ ଆଜି ବାଂଲାଦେଶକୁ ହରାଇ ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି । ବାଂଲାଦେଶ ତାର ଏକାଦଳରେ ପରିବର୍ତ୍ତନ କରିଛି । ଅଧିନାୟକ ସାକିବ୍‌ ଅଲ୍‌ ହାସନ ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ନଜମୁଲ ହୋସେନ ଶାଣ୍ଟୋ ଦଳର ନେତୃତ୍ବ ନେବେ । ମହାରାଷ୍ଟ୍ରର ପୁନେ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଛି ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ ବନାମ ବାଂଲାଦେଶ ମୁକାବିଲା, ମ୍ୟାଚକୁ ନେଇ ଉତ୍ସାହୀ କ୍ରୀଡ଼ାପ୍ରେମୀ

ବିଶ୍ବକପରେ ସବୁଠୁ ସଫଳ ଦଳ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନ ଓ ତୃତୀୟ ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତୀୟ ଦଳର ଦୃଢ଼ ମନୋବଳ ରହିଛି । ଆଜି ବାଂଲାଦେଶ ବିପକ୍ଷରେ ରାଜୁତି କରିବା ଲକ୍ଷ୍ୟରେ ରହିଛି ରୋହିତ ସେନା । ବାଂଲାଦେଶ ଦଳ ଭାରତକୁ ତାର ଘରୋଇ ମାଟିରେ ପରାସ୍ତ କରିବାକୁ ପ୍ରୟାସ କରିବ । 25 ବର୍ଷ ପରେ ବାଂଲାଦେଶ ଭାରତ ମାଟିରେ ଖେଳୁଛି । ଆଜି ଦଳ ବିଜୟ ହାସଲ କରିବାକୁ ପ୍ରୟାସ କରିବ ।

ବାଂଲାଦେଶ ଏସିଆ କପ ଧାରା ଦେହରାଇବାକୁ ପ୍ରୟାସ କରିବ । ସାକିବ ଅଲ୍‌ ହାସନଙ୍କ ନେତୃତ୍ବାଧୀନ ବାଂଲାଦେଶ ଭାରତକୁ ହରାଇବାକୁ ଯୋଜନା କରୁଛି । ଚଳିତ ବିଶ୍ବକପରେ ବାଂଲାଦେଶ 3ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ହାସଲ କରିଛି ଆଜି ଭାରତକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । ଭାରତ ଓ ବାଂଲାଦେଶ ମଧ୍ୟରେ 4ଟି ବିଶ୍ବକପ୍‌ ମ୍ୟାଚ ଖେଳାଯାଇଛି । ଭାରତ 3ଟି ଜିତିଥିବାବେଳେ ବାଂଲାଦେଶ ଗୋଟିଏ ମ୍ୟାଚ୍‌ ଜିତିଛି ।

ଏହା ବି ପଢନ୍ତୁ...World Cup 2023: କେହି ବଡ ଦଳ ନୁହଁନ୍ତି କହିଲେ କିଙ୍ଗ୍ କୋହଲି

ଭାରତୀୟ ଚୂଡାନ୍ତ ଏକାଦଶ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, କୁଳଦୀପ ଯାଦବ, ମହମ୍ମଦ ସିରାଜ ।

ବାଂଲାଦେଶ ଚୂଡାନ୍ତ ଏକାଦଶ : ତନଜିଦ ହାସାନ, ଲିଟନ ଦାସ, ନଜମୁଲ ହୋସେନ ଶାଣ୍ଟୋ, ତେହିଦ ହୃଦୟ, ମୁସଫିକର ରହିମ, ମହମୁଦୁଲ୍ଲା, ଏନ ଅହମ୍ମଦ, ସରିଫୁଲ ଇସଲାମ, ମୁସ୍ତାଫିଜୁର ରେହମାନ, ଏଚ ମହମ୍ମଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.