ETV Bharat / sports

World Cup 2023: ଟିମ୍ ଇଣ୍ଡିଆ ଚମ୍ପିଆନ, ସବୁଠୁ ଶକ୍ତିଶାଳୀ ଦଳ କହିଲେ ଫାରୁକ ଇଞ୍ଜିନିୟର

author img

By ETV Bharat Odisha Team

Published : Nov 12, 2023, 1:21 PM IST

World Cup 2023
Cricket World Cup 2023

ଦିନିକିଆ ବିଶ୍ବକପ 2023ରେ ଟିମ୍ ଇଣ୍ଡିଆ ଯେଉଁଭଳି ପ୍ରଦର୍ଶନ କରିଛି ତାହାକୁ ସମସ୍ତେ ପ୍ରଶଂସା କରିଛନ୍ତି । ପୂର୍ବତନ କ୍ରିକେଟର ଫାରୁକ ଇଞ୍ଜିନିୟର ଭାରତୀୟ କ୍ରିକେଟ ଦଳର ପ୍ରଶଂସା କରିବା ସହ ସବୁଠୁ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଚଳିତ ବିଶ୍ବକପରେ ଭାରତୀୟ କ୍ରିକେଟ ଦଳ ଦମଦାର ପ୍ରଦର୍ଶନ କରିଛି । ଏଯାବତ ଦଳ 8ଟି ଲିଗ ମ୍ୟାଚରେ ବାଜିମାର ଅପରାଜେୟ ରହିଛି । ଆଜି ଶେଷ ଲିଗ୍‌ ମ୍ୟାଚରେ ନେଦରଲାଣ୍ଡସକୁ ଭେଟିବ ରୋହିତ ସେନା । ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ଆସନ୍ତା 15 ତାରିଖରେ ନ୍ଯୁଜିଲାଣ୍ଡକୁ ଭେଟିବ । ଏହା ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଖେଳାଳି ଫାରୁକ ଇଞ୍ଜିନିୟର ଇଟିଭି ଭାରତକୁ ସାକ୍ଷାତକାର ଦେଇ ଭାରତୀୟ ଦଳକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଟିମ୍ ଇଣ୍ଡିଆ ଚମ୍ପିଆନ । ସବୁଠୁ ଶକ୍ତିଶାଳୀ ଦଳ । ଚଳିତ ବିଶ୍ବକପରେ ଭାରତ ଅସଫଳ ହେବା ନେଇ କୌଣସି କାରଣ ନାହିଁ ବୋଲି କହିଛନ୍ତି ଫାରୁକ ଇଞ୍ଜିନିୟର ।

ଟିମ୍ ଇଣ୍ଡିଆ ଚମ୍ପିଆନ: ଭାରତୀୟ କ୍ରିକେଟ୍‌ ଦଳ ପ୍ରଶଂସା କରି ଫାରୁକ ଇଞ୍ଜିନିୟର କହିଛନ୍ତି,"ଭାରତୀୟ ଦଳ ପ୍ରଦର୍ଶନ ବହୁତ ଭଲ ରହିଛି । ଟିମ ଇଣ୍ଡିଆ ଚମ୍ପିଆନ ବିଶ୍ବକପର ସବୁଠୁ ଶକ୍ତିଶାଳୀ ଦଳ । ମୁଁ ଦେଖିଥିବା ସବୁଠୁ ମଜଭୁତ ଭାରତୀୟ ଦଳ ମଧ୍ୟରୁ ଗୋଟିଏ । ସବୁ କ୍ଷେତ୍ରରେ ଦଳ ସନ୍ତୁଳିତ ରହିଛି । ଦଳର ବ୍ୟାଟିଂ ବୋଲିଂ ଓ ଫିଲ୍ଡିଂ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି । ଦଳ ପାଖରେ ଅସଫଳ ହେବାର କୌଣସି କାରଣ ନାହିଁ । ଭାରତ ବିଶ୍ବ ଚମ୍ପିଆନ ହେବାର ଶ୍ରେଷ୍ଠ ଦାବିଦାର । 2015 ଓ 2019ରେ ଭାରତ ସେମିରେ ପ୍ରବେଶ କରି ବିଫଳ ହୋଇଥିଲା ମାତ୍ର ଏଥର ଦଳର ଅଭିଯାନ ଅଲଗା । ଦଳର ବ୍ୟାଟିଂ ଓ ବୋଲିଂ ବହୁତ ସୃଦୁଢ ମୁଁ ଏପରି କେବେ ଦେଖିନାହିଁ ବୋଲି କହିଛନ୍ତି ଫାରୁକ ଇଞ୍ଜିନିୟର ।"

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଦୁର୍ଭାଗ୍ୟଜନକ: ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ବିଶ୍ବକପରୁ ବାଦ ପଡିଛନ୍ତି ଭାରତୀୟ ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଏହାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଫାରୁକ ଇଞ୍ଜିନିୟର । ହାର୍ଦ୍ଦିକ ଜଣେ ଟପ୍‌ କ୍ଲାସ ଖେଳାଳି । ଗୋଟିଏ ଦଳ କେବଳ 11 ଖେଳାଳିଙ୍କୁ ନେଇ ଖେଳିପାରିବ ଏହା ଭାରତୀୟ ଦଳର ସାମର୍ଥ୍ୟକୁ ଦର୍ଶାଉଛି ବୋଲି କହିଛନ୍ତି ଫାରୁକ ଇଞ୍ଜିନିୟର ।

ରବି ଶାସ୍ତ୍ରୀଙ୍କ ଲେଗେସିକୁ ଆଗକୁ ନେଇଛନ୍ତି ରାହୁଲ ଦ୍ରାବିଡ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ପ୍ରଶଂସା କରିଛନ୍ତି ଫାରୁକ ଇଞ୍ଜିନିୟର । ସେ କହିଛନ୍ତି, "ରାହୁଲ ଦ୍ରାବିଡ ପ୍ରଶିକ୍ଷକ ଭାବେ ଅଦ୍ଭୂତ କାର୍ଯ୍ୟ କରିଛନ୍ତି । ରାହୁଲ ରବି ଶାସ୍ତ୍ରୀଙ୍କ ଲେଗେସିକୁ ଆଗକୁ ନେଇଛନ୍ତି । ତାଙ୍କ ପାଇଁ ଭାରତୀୟ ଦଳ ସକାରତ୍ମକ କ୍ରିକେଟ ଖେଳିଛି ।" ରୋହିତ ଶର୍ମାଙ୍କ ନେତୃତ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି ଫାରୁକ ଇଞ୍ଜିନିୟର ।

ଆଫଗାନିସ୍ତାନ ଟିମର ବଡ଼ ସମର୍ଥକ: ମୁଁ ଆଫଗାନିସ୍ତାନ କ୍ରିକେଟ ଦଳର ବଡ ସମର୍ଥକ । ଚଳିତ ବିଶ୍ବକପରେ ଦଳ ପ୍ରଦର୍ଶନ ପ୍ରଶଂସନୀୟ । ପଏଣ୍ଟ ଟେବୁଲ ଷଷ୍ଠ ସ୍ଥାନରେ ରହିଛି ଦଳ । 9ଟି ମ୍ୟାଚରୁ 4ଟି ବିଜୟ ହାସଲ କରିଛି । ତାଙ୍କୁ ପରିଚୟ ହାସଲ କରିବାକୁ ସଂଘର୍ଷ କରିବାକୁ ପଡିଛି । ଆଗାମୀ ଦିନରେ ଏକ ମଜଭୁତ ଦଳ ଭାବେ ଉଭା ହେବ ସେଥିରେ ସନ୍ଦେହ ନାହିଁ । ଦଳର ସ୍ପିନ ଆଟାକ ସର୍ବଶ୍ରେଷ୍ଠ । ବ୍ୟାଟିଂ ବି ଭଲ । ତାଙ୍କ ପାଖରେ କେବଳ ଅଭିଜ୍ଞତାର ଅଭାବ ରହିଛି ବୋଲି କହିଛନ୍ତି ଫାରୁକ ଇଞ୍ଜିନିୟର ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ ବନାମ ନେଦରଲାଣ୍ଡସ ଫାଇଟ, ସେମି ପୂର୍ବରୁ ରୋହିତ ସେନାର ଶକ୍ତି ପରୀକ୍ଷା

1961ରୁ 1971 ମଧ୍ୟରେ ଫାରୁକ ଇଞ୍ଜିନିୟର ଭାରତ ପାଇଁ 46ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଚଳିତ ବିଶ୍ବକପରେ ଘରୋଇ ମୈଦାନରେ ଭାରତୀୟ କ୍ରିକେଟ ଦଳ ଯେଉଁଭଳି ପ୍ରଦର୍ଶନ କରିଛି ତାହାକୁ ପ୍ରଶଂସା କରିଛନ୍ତି ଫାରୁକ ଇଞ୍ଜିନିୟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.