ETV Bharat / sports

WTC: ଶୀର୍ଷକୁ ଫେରିଲା ଭାରତ, ଫାଇନାଲ ରେସରୁ ଇଂଲଣ୍ଡ ଆଉଟ୍

author img

By

Published : Feb 25, 2021, 11:06 PM IST

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଦୌଡରୁ ବାଦ ପଡିଲା ଇଂଲଣ୍ଡ । ଫାଇନାଲର ନିକଟତର ହେଲା ଭାରତ । ଅଦିକ ପଢନ୍ତୁ...

WTC: India claim top spot, England out of contention for place in final
WTC: ଶୀର୍ଷକୁ ଫେରିଲା ଭାରତ, ଫାଇନାଲ ଦୌଡରୁ ଇଂଲଣ୍ଡ ବାଦ୍‌

ଅହମ୍ମଦାବାଦ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଦୌଡରୁ ବାଦ ପଡିଲା ଇଂଲଣ୍ଡ । ଗୁରୁବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ପରାଜୟ ପରେ ବାଦ ପଡିଛି ଜୋ ରୁଟ୍‌ଙ୍କ ଦଳ । ଅନ୍ୟପଟେ ମାନ୍ୟତାର ଶୀର୍ଷକୁ ଫେରିଛି ଭାରତ ।

4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ 2-1ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ଖେଳିବାକୁ 3-1ରେ ସିରିଜ ବିଜୟ ଆବଶ୍ୟକ କରୁଥିଲା ଇଂଲଣ୍ଡ । ପରାଜୟ ପାଇଁ ପଏଣ୍ଟ ଟେବୁଲରେ ମୂଲ୍ୟବାନ ପଏଣ୍ଟ ହରାଇବା ସହ 64.1 ବିଜୟ ପ୍ରତିଶତ ସହ ଇଂଲଣ୍ଡ 4ର୍ଥ ସ୍ଥାନକୁ ଖସିଛି । ଭାରତ 71.0 ସହ ପ୍ରଥମ ସ୍ଥାନକୁ ଫେରିଛି ।

ନ୍ୟୁଜିଲାଣ୍ଡ ପୂର୍ବରୁ 70 ପ୍ରତିଶତ ପଏଣ୍ଟ ସହ ଫାଇନାଲରେ ସ୍ଥାନ ପକ୍କା କରିସାରିଛି । ଭାରତ, ଅଷ୍ଟ୍ରେଲିଆ ଠାରୁ ଆଗରେ ରହିବାକୁ ଓ ଫାଇନାଲ ଖେଳିବାକୁ ହେଲେ, ଶେଷ ଟେଷ୍ଟରେ ବିଜୟ କିମ୍ବା ଡ୍ର ଆବଶ୍ୟକ କରୁଛି । ଅଷ୍ଟ୍ରେଲିଆ 69.2 ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.