ETV Bharat / sports

ରଣଜୀ ଟ୍ରଫି: ଓଡିଶାର ସେମି ଆଶା କ୍ଷୀଣ

author img

By

Published : Feb 24, 2020, 1:52 AM IST

Updated : Feb 24, 2020, 2:53 AM IST

ranji trophy
ରଣଜୀ ଟ୍ରଫି: ଓଡିଶାର ସେମି ଆଶା କ୍ଷୀଣ

ରଣଜୀ ଟ୍ରଫି କ୍ବାର୍ଟର ମୁକାବିଲା । ଘରୋଇ ଓଡିଶା ସାମ୍ନାରେ ବିଶାଳ ଟାର୍ଗେଟ । ଓଡିଶାର ଡ୍ରିମ୍ସ ଗ୍ରାଉଣ୍ଡରେ ପ୍ରାୟତଃ ସେମି ଆଶା ଧୂଳିସାତ୍‌ ।

କଟକ: ଚଳିତ ରଣଜୀ ଟ୍ରଫି କ୍ବାର୍ଟର ମୁକାବିଲାରେ ଫେଲ ମାରିଛି ଘରୋଇ ଓଡିଶା । 4ର୍ଥ ଦିନ ଖେଳ ଶେଷ ସୁଦ୍ଧା 443ରନ୍‌ରେ ବେଙ୍ଗଲ ଆଗୁଆ ରହିଛି । ଫଳରେ ଓଡିଶାର ଡ୍ରିମ୍ସ ଗ୍ରାଉଣ୍ଡରେ ସେମି ଆଶା ଧୂଳିସାତ୍‌ ହେବା ଉପରେ ।

4ର୍ଥ ଦିନର ଖେଳ ଶେଷ ସୁଦ୍ଧା ବେଙ୍ଗଲ 7 ଓ୍ବିକେଟ ବିନିମୟରେ 361 ରନ୍‌ କରିଛି । ଫଳରେ ଅତିଥି ଦଳ 443ରନ୍‌ରେ ଆଗୁଆ ରହିଛି । କ୍ରିଜରେ ବେଙ୍ଗଲର ଶାହାବାଜ(52) ଓ ମୁକେଶ(6) କ୍ରିଜରେ ରହିଛନ୍ତି । ତେବେ 5ମ ଦିନରେ ଓଡିଶାକୁ ବିଶାଳ ସ୍କୋର ଦେବା ଲକ୍ଷ୍ୟରେ ଭ୍ରମଣକାରୀ ଟିମ ।

ଓଡିଶା ପକ୍ଷରୁ ଗୋବିନ୍ଦ 3ଟି ଓ୍ବିକେଟ, ଅନୁଗାଗ 2ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଦେବବ୍ରତ ଓ କନଓ୍ବାର ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ସୂଚନା ଥାଉ କି, ପ୍ରଥମ ଇଂନିସରେ 332ରନ କରିଥିଲା ଭ୍ରମଣକାରୀ ଟିମ । ଓଡିଶା ମାତ୍ର 250ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଫଳରେ ଓଡିଶାର ପ୍ରଥମ ଇଂନିସରୁ ପଛୁଆ ରହିବା ମହଙ୍ଗା ସାବ୍ୟସ୍ତ ହୋଇଛି ।

Last Updated :Feb 24, 2020, 2:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.