ETV Bharat / sports

ରାଇରଙ୍ଗପୁରରେ ମୟୂରଭଞ୍ଜ ପ୍ରିମିୟମ ଲିଗ୍‌ର ଶୁଭାରମ୍ଭ

author img

By

Published : Jan 31, 2021, 8:51 PM IST

mayurbhanj premium league inagurated by revenue minister sudam marandi
ରାଇରଙ୍ଗପୁରରେ ମୟୂରଭଞ୍ଜ ପ୍ରିମିୟମ ଲିଗ୍‌ର ଶୁଭାରମ୍ଭ

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଦ୍ବାରା ମୟୂରଭଞ୍ଜ ପ୍ରିମିୟମ ଲିଗ୍‌ର ଶୁଭ ଉଦ୍‌ଘାଟନ । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ଆରମ୍ଭ ହେଲା ମୟୂରଭଞ୍ଜ ପ୍ରିମିୟମ ଲିଗ୍ । ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଜିଲ୍ଲାର ଯୁବଛାତ୍ରଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାରେ କ୍ରୀଡାର ବିକାଶ ଏବଂ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ କ୍ରୀଡାବିତ୍ ସୃଷ୍ଟି କରିବା ପାଇଁ ମୟୂରଭଞ୍ଜ ପ୍ରିମିୟର ଲିଗ୍ ଫୁଟବଲ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମୟୂରଭଞ୍ଜ ପ୍ରିମିୟମ ଲିଗ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି।

ରାଇରଙ୍ଗପୁରରେ ମୟୂରଭଞ୍ଜ ପ୍ରିମିୟମ ଲିଗ୍‌ର ଶୁଭାରମ୍ଭ

ଜାନୁଆରୀ ୩୦ ତାରିଖରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଫୁଟବଲ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୩ରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ରାଇରଙ୍ଗପୁରରେ ଓ ମାର୍ଚ୍ଚ ୫ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ବାରିପଦାରେ ଅନୁଷ୍ଠିତ ହେବ ।

ଫାଇନାଲ ଖେଳ ପରେ ଶ୍ରେଷ୍ଠ ଖେଳାଳି ମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯିବ। ରାଇରଙ୍ଗପୁର ପୌରାଞ୍ଚଳର ୧୬ ଟି ଶ୍ରେଷ୍ଠ ଟିମର ଖେଳାଳି ଏଥିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଖେଳାଳି ମାନେ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଜୁପଟ୍ଟନାୟକ ଛକ ପର୍ଯ୍ୟନ୍ତ ପହଞ୍ଚି ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରାଜ୍ୟ ବିଜେଡି ସଂପାଦକ ଡାକ୍ତର ଦେବାଶିଷ ମାରାଣ୍ଡି, ମୟୂରଭଞ୍ଚ ସଦର ଯୁବ ବିଜେଡି ପର୍ଯ୍ୟବେକ୍ଷକ ଗଣେଶ ମହାପାତ୍ର, ମୟୂରଭଞ୍ଜ ସଦର ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକ ଖେଳ ପରିଚାଳନାର ନେତୃତ୍ବ ନେଇଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.