ETV Bharat / sports

କରୁଣାରତ୍ନେଙ୍କ ଶତକ, ନ୍ୟୁଜିଲାଣ୍ଡକୁ 6 ୱିକେଟରେ ହରାଇଲା ଶ୍ରୀଲଙ୍କା

author img

By

Published : Aug 18, 2019, 8:15 PM IST

ପ୍ରଥମ ଟେଷ୍ଟରେ କ୍ୟାପଟେନ କରୁଣାରତ୍ନେଙ୍କ ଜବରଦସ୍ତ ଶତକ ବଳରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ 6 ୱିକେଟରେ ହରାଇଛି ଶ୍ରୀଲଙ୍କା । ଏଥିଯୋଗୁଁ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ହୋଇଛି ସିଂହଳ ଦଳ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ଗାଲେ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଶ୍ରୀଲଙ୍କା ଦମଦାର ଆରମ୍ଭ କରିଛି । ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ 6 ୱିକେଟରେ ହରାଇଛି ଶ୍ରୀଲଙ୍କା । ଫଳରେ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ହୋଇଛି ସିଂହଳ ଦଳ ।

268ରନର ବିଜୟ ଲକ୍ଷ୍ୟକୁ ପିଛାକରି ମ୍ୟାଚର 5ମ ଦିନରେ 133/0ରୁ ଖେଳି ଆରମ୍ଭ କରିଥିଲା ଘରୋଇ ଶ୍ରୀଲଙ୍କା । ଓପନର କରୁଣାରତ୍ନେ ଓ ଲାହିରୁ ଥିରିମନେ 161 ପର୍ଯ୍ଯନ୍ତ ବିନା ୱିକେଟରେ ଦଳର ସ୍କୋର ପହଞ୍ଚାଇଥିଲେ । କ୍ୟାପଟେନ କରୁଣାରତ୍ନେଙ୍କ ଜବରଦସ୍ତ 122 ରନ ଶ୍ରୀଲଙ୍କା ବିଜୟକୁ ଶୁନିଶ୍ଚିତ କରିଥିଲା । ଏହି ଶତକ ସହ ଶ୍ରୀଲଙ୍କା କ୍ୟାପଟେନ ଟେଷ୍ଟ କ୍ୟାରିୟରର 9ମ ଶତକ ହାସଲ କରିଛନ୍ତି ।

ତେବେ ଅନ୍ତିମ ସେସନକୁ ଅଧିକ 30 ମିନିଟ ବଢାଇ ଦିଆଯାଇଥିଲା । କରୁଣାରତ୍ନେ ଆଉଟ ହେବା ପରେ ଆଞ୍ଜେଲୋ ମାଥ୍ୟୁସ ଓ କୁସଲ ପରେରା ଶ୍ରୀଲଙ୍କାକୁ ବିଜୟ ଆଡକୁ ନେଇଥିଲେ । ତେବେ ଟ୍ରେଣ୍ଟ ବୋଲ୍ଟ କୁସଲ ପରେରାଙ୍କୁ ଆଉଟ କରି ନ୍ୟୁଜିଲାଣ୍ଡ ପାଇଁ କିଛି ଆଶା ସଞ୍ଚାର କରିଥିଲେ । ମାତ୍ର ମାଥ୍ୟୁସ ଓ ପରେରାଙ୍କ ସ୍ଥାନରେ ବ୍ୟାଟିଂ ଆସିଥିବା ଧନଞ୍ଜୟ ଡି ସିଲଭା ବିଜୟ ଲକ୍ଷ୍ୟକୁ ଅତିକ୍ରମ କରିଥିଲେ ।

ସଂକ୍ଷିପ୍ତ ସ୍କୋରକାର୍ଡ: ଶ୍ରୀଲଙ୍କା 267 ଅଲଆଉଟ ଓ 268/4(ଦିମୁଥ କରୁଣାରତ୍ନେ 122, ଲାହିରୁ ଥିରିମନେ 64, ଟିମ ସାଉଦି 1/33) ନ୍ୟୁଜିଲାଣ୍ଡ: 249 ଓ 285(ବିଜେ ୱେଟଲିଙ୍ଗ77, ଟମ ଲାଥମ 45, ଲାସିଥ ଏମ୍ବୁଲଦେନିୟା 4/99)

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.