ETV Bharat / sports

ଟେଷ୍ଟ କ୍ରିକେଟରେ 600 ୱିକେଟ ସହ ଇତିହାସ ରଚିଲେ ଆଣ୍ଡରସନ

author img

By

Published : Aug 25, 2020, 9:57 PM IST

Updated : Aug 25, 2020, 11:05 PM IST

James Anderson becomes first pacer to take 600 wickets in Test cricket
ଟେଷ୍ଟ କ୍ରିକେଟରେ 600 ୱିକେଟ ସହ ଇତିହାସ ରଚିଲେ ଆଣ୍ଡରସନ

ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ପେସ ବୋଲର ଭାବେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ 600 ୱିକେଟ ହାସଲ କରିଛନ୍ତି ।

ସାଉଥାମ୍ପଟନ: ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ପେସ ବୋଲର ଭାବେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ 600 ୱିକେଟ ହାସଲ କରିଛନ୍ତି । ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜର ବର୍ଷା ବାଧାପ୍ରାପ୍ତ 3ୟ ଟେଷ୍ଟର 5ମ ଦିନରେ ଏହି ମାଇନଷ୍ଟୋନକୁ ଅତିକ୍ରମ କରିଛନ୍ତି ।

James Anderson becomes first pacer to take 600 wickets in Test cricket
ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର

ପାକିସ୍ତାନର ଦ୍ବିତୀୟ ଇଂୱିସରେ 62ତମ ଓଭରର ଦ୍ବିତୀୟ ବଲରେ 38ବର୍ଷୀୟ ଆଣ୍ଡରସନ ପାକିସ୍ତାନ କ୍ୟାପଟେନ ଆଝାର ଅଲ୍ଲୀଙ୍କୁ ସ୍ଲିପରେ ରୁଟଙ୍କ ଦ୍ବାରା କ୍ୟାଚ କରାଇ 600 ୱିକେଟ ପୂରଣ କରିଥିଲେ । ଏହାପୂର୍ବରୁ ଆଣ୍ଡରସନଙ୍କ 599ତମ ଶୀକାର ହୋଇଥିଲେ ଆବିଦ ଅଲ୍ଲୀ ।

ଏହି ରେକର୍ଡ ସହ ଆଣ୍ଡରସନ ଟେଷ୍ଟ କ୍ରିକେଟରେ 4ର୍ଥ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହେଇଛନ୍ତି । ସେ 156ଟି ମ୍ୟାଚରୁ 600 ୱିକେଟ ହାସଲ କରିଛନ୍ତି । ଏଥିସହିତ 29ଥର 5 ୱିକେଟ ଓ 3ଥର 10 ୱିକେଟ ଅକ୍ତିଆର କରିଛନ୍ତି ।

James Anderson becomes first pacer to take 600 wickets in Test cricket
ଟେଷ୍ଟ କ୍ରିକେଟରେ 600 ୱିକେଟ ସହ ଇତିହାସ ରଚିଲେ ଆଣ୍ଡରସନ

ଆଣ୍ଡରସନଙ୍କ ପୂର୍ବରୁ କ୍ରିକେଟର ଲମ୍ବା ଫର୍ମା ଫର୍ମାଟରେ ଶ୍ରୀଲଙ୍କାର ମୁଥୟା ମୁରଲିଧରନ(800), ଅଷ୍ଟ୍ରେଲିଆର ସେନ ୱାର୍ଣ୍ଣେ(708), ଓ ଭାରତ ଅନିଲ କୁମ୍ବଲେ(619) ୱିକେଟ ସହ ସର୍ବାଧିକ ଟେଷ୍ଟ ୱିକେଟ ତାଲିକାର ଶୀର୍ଷ 3ଟି ସ୍ଥାନରେ ରହିଛନ୍ତି ।

James Anderson becomes first pacer to take 600 wickets in Test cricket
ଜେମ୍ସ ଆଣ୍ଡରସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 25, 2020, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.