ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ମଙ୍ଗଳବାର ମୁମ୍ବାଇରେ ମହାମୁକାବିଲା

author img

By

Published : Jan 13, 2020, 8:40 AM IST

India Vs Australia
ଭାରତ ବନାମ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବର୍ଷର ପ୍ରଥମ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ । ମଙ୍ଗଳବାର ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ପରେ 2ୟ ମ୍ୟାଚ 17 ତାରିଖରେ ରାଜକୋଟରେ ଓ 3ୟ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ । ଅଧିକ ପଢନ୍ତୁ...

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବର୍ଷର ପ୍ରଥମ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ । ମଙ୍ଗଳବାର ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।

ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜରୁ ବର୍ଷ ଆରମ୍ଭ କରିଥିଲା ବିରାଟ ବାହୀନି । ଅନଭିଜ୍ଞ ସିଂହଳ ଟିମକୁ ସହଜରେ ହରାଇ ବିଜୟନୋଟରୁ ଅଭିଯାନ ଆରମ୍ଭ କରିଛି ଦଳ । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ କମର କଷିବ ଦଳ ।

ପ୍ରଥମ ମ୍ୟାଚ ମୁମ୍ବାଇରେ ଜାନୁଆରୀ 14 ଅର୍ଥାତ ମଙ୍ଗଳବାର ଖେଳାଯିବ । ପରେ 2ୟ ମ୍ୟାଚ 17 ତାରିଖରେ ରାଜକୋଟରେ ଓ 3ୟ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ । ଗତବର୍ଷ ଫେବୃୟାରୀରେ ଅଷ୍ଟ୍ରେଲିଆ ଦଳ ଭାରତ ଆସି 2 ମ୍ୟାଚ ବିଶିଷ୍ଟ ଟି20 ଓ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା । ଟି20 ସିରିଜକୁ ଅଷ୍ଟ୍ରେଲିଆ 2-0ରେ କ୍ଳିନ ସୁଇପ କରିବା ସହ ଦିନିକିଆ ସିରିଜକୁ ମଧ୍ୟ 3-2ରେ ଜିତିନେଇଥିଲା । ସେଥିପାଇଁ ଚଳିତ ଥର ସିରିଜ ବିଜୟ ସହ ପୂର୍ବଥରର ମଧୁର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।


ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, କେଦାର ଯାଦବ, ଋଷଭ ପନ୍ତ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର, ନବଦୀବ ସାଇନି, ଶାର୍ଦ୍ଦୁଳ ଠାକୁର ଜଶପ୍ରୀତ ବୁମରା, ମହମ୍ମଦ ସାମି ।


ଅଷ୍ଟ୍ରଲିଆ ଦଳ: ଆରୋନ ଫିଞ୍ଚ(କ୍ୟାପଟେନ),ଷ୍ଟିଭ ସ୍ମିଥ ଡେଭିଡ ୱାର୍ଣ୍ଣର, ଆଷ୍ଟର ଆଗର, ଆଲେକ୍ସ କେରୀ, ପିଟର ହାଣ୍ଡସକମ୍ବ, ମାର୍ନସ ଲବୁସାନ, କେଲ ରିଚାର୍ଡସନ, ଡାର୍କି ସଟ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଆଡାମ ଜାମ୍ପା, ପାଟ କମିନ୍ସ, ଜୋଶ ହେଜେଲଉଡ ।

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.