ETV Bharat / sports

ଭାରତ ବିପକ୍ଷରେ ଦିନିକିଆ ଡେବ୍ୟୁ କରିବେ ଲବୁସାନ !

author img

By

Published : Jan 10, 2020, 12:56 PM IST

Marnus Labuschagne ODI debut
ଦିନିକିଆ ଡେବ୍ୟୁ କରିବେ ଲବୁସାନ

ଆଗାମୀ ଭାରତ ବିପକ୍ଷ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆର ଟେଷ୍ଟ ଷ୍ଟାର ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନ ଦିନିକିଆ ଡେବ୍ୟୁ କରିପାରନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାନୁୟାରୀ 14ରୁ ଆରମ୍ଭ ହେବ ଦିନିକିଆ ସିରଜ । 3 ମ୍ୟାଚ ଏହି ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ।

ଏଥିପାଇଁ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆ ଟିମ ଭାରତ ଗସ୍ତ ପାଇଁ ପ୍ରସ୍ତୁତ ହେଉଛି । ତେବେ ଅଷ୍ଟ୍ରେଲିଆ ଦଳରେ ଯୁବ ବ୍ୟାଟ୍ସମ୍ୟାନ ଲବୁସାନଙ୍କୁ ସାମିଲ କରିଛି । ଫଳରେ ଭାରତ ବିପକ୍ଷରେ ଲବୁସାନ ଦିନିକିଆ ଡେବ୍ୟୁ କରିବା ଏକପ୍ରକାର ନିଶ୍ଚିନ୍ତ । ମଧ୍ୟକ୍ରମରେ ଏହି ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନଅପକୁ ଶକ୍ତିଶାଳୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଦମଦାର ଫର୍ମରେ ରହିଥିବା ମାର୍ନସ ଲବୁସାନ ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ବରଦାନ ସାବ୍ୟସ୍ତ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ସ୍ବଳ୍ପ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ କ୍ୟାରିୟର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ଏଥିସହିତ ସଦ୍ୟପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର 3 ବିରାଟ କୋହଲି, ଷ୍ଟିଭ ସ୍ମିଥଙ୍କ ପରେ 3 ନଂ ସ୍ଥାନରେ ପହଞ୍ଚିଯାଇଛନ୍ତି । ତେବେ କ୍ରିକେଟର ସମସ୍ତ ଫର୍ମାଟରେ ଅଷ୍ଟ୍ରେଲିଆ ଟିମର ନିୟମିତ ସଦସ୍ୟ ହୋଇପାରନ୍ତି ଲବୁସାନ । ମାତ୍ର ଭାରତ ବିପକ୍ଷରେ ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

Intro:Body:

vcv


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.