ETV Bharat / sports

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

author img

By

Published : Jan 14, 2020, 9:03 AM IST

India Vs Australia
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ ଟିମରେ ଏକାଧିକ ଶ୍ରେଷ୍ଠ ଖେଳାଳି ଥିବାରୁ କଡା ମୁକାବିଲା ହେବାର ଆଶା କରାଯାଉଛି। ଅଧିକ ପଢନ୍ତୁ...

ମୁମ୍ବାଇ: ଆଜି ୱାଙ୍ଖେଡେ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଟିମ ଇଣ୍ଡିଆ ପାଇଁ ଏହି ସିରିଜ ବେଶ ଗୁରୁତ୍ବପୂର୍ଣ୍ଣ ହୋଇଛି । ଘରୋଇ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜ ବିରାଟ ବାହୀନି ପାଇଁ ଅସଲ ପରୀକ୍ଷା ହେବ। ଉଭୟ ଟିମରେ ଏକାଧିକ ମ୍ୟାଚ ୱିନର ପ୍ଳେୟାର ରହିଛନ୍ତି।

ଉଭୟ ଟିମ ମଧ୍ୟରେ କଡା ମୁକାବିଲା ହେବାର ଆଶା କରାଯାଉଛି। ଶେଷଥର ଇଂଲଣ୍ଡରେ 2019 ବିଶ୍ବକପରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଏକତରଫା ହରାଇଥିଲା। ଅଷ୍ଟ୍ରେଲିଆ ଦଳ ବିଶ୍ବକପ ପରଠାରୁ ଦିନିକିଆ ମ୍ୟାଚ ଖେଳିନାହିଁ।

ଗତବର୍ଷ ଫେବୃୟାରୀରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସି ଦିନିକିଆ ସିରିଜରେ ବିଜୟୀ ହୋଇଥିଲା। 5 ମ୍ୟାଚ ବିଶିଷ୍ଟ ସିରିଜରେ 0-2ରେ ପଛୁଆ ଥିବା କଙ୍ଗାରୁ ଦଳ, 3-2ରେ ଭାରତ ହାତରୁ ସିରିଜ ଛଡାଇ ନେଇଥିଲା।
ବର୍ତ୍ତମାନର ଭାରତୀୟ ଦଳର ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି। ବିଶେଷ କରି ଭାରତୀୟ ପରିବେଶରେ ଶକ୍ତିଶାଳୀ ଭାରତୀୟ ବୋଲିଂ ଲାଇନଅପ ଆଗରେ ତିଷ୍ଠିବା ଅଷ୍ଟ୍ରେଲିଆ ପାଇଁ ବଡ ଆହ୍ବାନ ହୋଇପାରେ।

ଜଶପ୍ରୀତ ବୁମରା ଆଇସିସି ଦିନିକିଆ ମାନ୍ୟତାର ବିଶ୍ବର ନଂ1 ବୋଲର ସ୍ଥାନରେ ରହିଛନ୍ତି। ସାମି, ସାଇନି, କୁଲଦୀପ, ଚହଲ, ଜାଡେଜା ନିକଟରେ ଶେଷ ହୋଇଥିବା ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ବ୍ୟାଟିଂରେ ରୋହିତ ଶର୍ମା ଦଳକୁ ଫେରିବା ପରେ, ଧାୱନ, ରାହୁଲ କୋହଲି, ଶ୍ରେୟସ ଆୟରଙ୍କୁ ନେଇ ଟପ ଭାରତୀୟ ଟପ ଅର୍ଡର ମଝଭୂତ ରହିଛି।

ଅଷ୍ଟ୍ରେଲିଆ ପାଇଁ ବିରାଟ ଚ୍ୟାଲେଞ୍ଜ ହୋଇପାରନ୍ତି କ୍ୟାପଟେନ କୋହଲି। ଦିନିକିଆରେ ରୋହିତଙ୍କ ଦ୍ବିଶତକ ରେକର୍ଡ ମଧ୍ୟ କଙ୍ଗାରୁ ବୋଲରଙ୍କୁ ଛନକା କରିବାରେ । ମଧ୍ୟକ୍ରମରେ ଋଷଭ ପନ୍ତ,ମନିଷ ପାଣ୍ଡେ, କେଦାର ଯାଦବ ରହିଛନ୍ତି। ଅଲରାଉଣ୍ଡର ଶିବମ ଦୁବେ, ରବିନ୍ଦ୍ର ଜାଡେଜାଙ୍କୁ ମ୍ୟାଚ ଶେଷ କରିବା ଦାୟିତ୍ବ ତୁଲାଇପାରନ୍ତି।

India Vs Australia
ଭାରତୀୟ ଟିମ

ଅଷ୍ଟ୍ରେଲିଆ ଦଳରେ କ୍ୟାପଟେନ ଫିଞ୍ଚ, ୱାର୍ଣ୍ଣର, ସ୍ମିଥଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି। ଟେଷ୍ଟ ହିରୋ ମାର୍ନସ ଲବୁସାନ ଭାରତ ବିପକ୍ଷରେ ୱଙ୍ଖେଡେରେ ଡେବ୍ୟୁ କରିପାରନ୍ତି । ସେହିପରି ବୋଲିଂରେ ମିଚେଲ ଷ୍ଟାର୍କ, କେନ ରିଚାର୍ଡସନ, ଜସ ହେଜେଲଉଡ ଭାର ସମ୍ଭାଳିବେ। ଭାରତୀୟ ପରିବେଶରେ ଏହି ବୋଲର କେବେ ପ୍ରଭାବୀ ସାବ୍ୟସ୍ତ ହେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସ୍ପିନରେ ପୂର୍ବପରି ପୁଣି କମାଲ କରିପାରନ୍ତି ଆଡାମ ଜାମ୍ପା। ଖେଳାଳିଙ୍କ ପ୍ରଦର୍ଶନ ଦୃଷ୍ଟିରୁ ଉଭୟ ଟିମରେ ଏକାଧିକ ଶ୍ରେଷ୍ଠ ଖେଳାଳି ଥିବାରୁ କଡା ଟକ୍କର ହେବ ବୋଲି ଆଶା କରାଯାଉଛି। ଭାରତୀୟ ଦଳ ଆଜିର ମ୍ୟାଚକୁ ଜିତି 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ବିଜେତା ହେବାକୁ ଲକ୍ଷ୍ୟ ରଖିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ଭାରତୀୟ ଦଳ ପାଇଁ ସର୍ବଦା ଲକି ସାବ୍ୟସ୍ତ ହୋଇଛି।

India Vs Australia
ଅଷ୍ଟ୍ରେଲିଆ ଟିମ

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, କେଦାର ଯାଦବ, ଋଷଭ ପନ୍ତ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର, ନବଦୀବ ସାଇନି, ଜଶପ୍ରୀତ ବୁମରା, ମହମ୍ମଦ ସାମି।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର, ଆଷ୍ଟର ଆଗର, ଆଲେକ୍ସ କେରୀ, ପିଟର ହାଣ୍ଡସକମ୍ବ, ମାର୍ନସ ଲବୁସାନ, କେଲ ରିଚାର୍ଡସନ, ଡାର୍କି ସଟ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଆଡାମ ଜାମ୍ପା, ପାଟ କମିନ୍ସ,, ଜୋଶ ହେଜେଲଉଡ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.