ETV Bharat / sports

ଟେଷ୍ଟ ଚମ୍ପିଆନସିପ ରାଜା ଟିମ୍ ଇଣ୍ଡିଆ

author img

By

Published : Nov 16, 2019, 9:35 PM IST

ଟେଷ୍ଟ କ୍ରିକେଟର ଦୀର୍ଘତମ ଫର୍ମାଟ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଭାରତ ।

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ

ହାଇଦ୍ରାବାଦ: ଟେଷ୍ଟ କ୍ରିକେଟର ଦୀର୍ଘତମ ଫର୍ମାଟ ଆଇସିସି ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ । ଖେଳିଥିବା ସମସ୍ତ 6ଟି ମ୍ୟାଚକୁ ଜିତି 300 ପଏଣ୍ଟ ସହ ଟେବୁଲ ଟପରେ ଟିମ୍ ଇଣ୍ଡିଆ । ଶନିବାର ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଏକ ଇନିଂସ୍ ଓ 130 ରନରେ ପରାସ୍ତ କରିଛି ଭାରତ । ତେବେ ଭାରତ ପଏଣ୍ଟର ଅଧା ସହ ମଧ୍ୟ କୌଣସି ଟିମ ପଏଣ୍ଟ ହାସଲ କରିୁପାରି ନାହାଁନ୍ତି ।

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ
ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲ

ଭାରତ ପଛକୁ ନ୍ୟୁଜିଲ୍ୟାଣ୍ଡ 2ଟି ଟେଷ୍ଟରୁ 60 ପଏଣ୍ଟ ସହ 2ୟ, ଶ୍ରୀଲଙ୍କା 60 ପଏଣ୍ଟ ସହ 3ୟ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ 56 ପଏଣ୍ଟ ସହ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଟିମ୍ ଏପର୍ଯ୍ୟନ୍ତ ଖାତା ଖୋଲିପାରି ନାହାଁନ୍ତି । ତାଲିକାର ଶେଷରେ ରହିଛି ପାକିସ୍ତାନ । ଯାହାକୁ କୌଣସି ମ୍ୟାଚ ଖେଳିବାକୁ ସୁଯୋଗ ମିଳିନାହିଁ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.