ETV Bharat / sports

ଆଗାମୀ ଆଇପିଏଲରୁ ଆହତ ଆୟର ଆଉଟ୍‌

author img

By

Published : Mar 25, 2021, 3:58 PM IST

Delhi capitals skipper shreyas iyer ruled out of IPL 2021
ଆଗାମୀ ଆଇପିଏଲରୁ ଆହତ ଆୟର ଆଉଟ୍

ଆଇପିଏଲ 2021 ଖେଳିବେନି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଶ୍ରେୟସ ଆୟର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଇପିଏଲ 2021 ଆରମ୍ଭକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା । ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣରୁ ବାଦ ପଡିଛନ୍ତି । ଏନେଇ ଫ୍ରାଞ୍ଚାଇଜ କୋ-ଓନର ପାର୍ଥ ଜିନ୍ଦଲ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଆୟର ଆଇପିଏଲ ଖେଳିବା ନାହିଁ ବୋଲି ସ୍ପଷ୍ଟ କରିବା ସହ ଏହା ଘୋଷଣା କରି ଦୁଃଖିତ ବୋଲି କହିଛନ୍ତି । ଆଗାମୀ ଟି20 ବିଶ୍ବକପରେ ଭାରତ ଆୟରଙ୍କୁ ଆବଶ୍ୟକତା କରୁଛି ବୋଲି ଟ୍ବିଟରେ ସେ ଉଲ୍ଲେଖ କରିଛନ୍ତି ।

  • Absolutely devastated and gutted for our skipper @ShreyasIyer15 - stay strong captain - hope for a very quick recovery. Have full faith that you will come back even stronger from this. India needs you in the T20 World Cup. @DelhiCapitals @BCCI

    — Parth Jindal (@ParthJindal11) March 25, 2021 " class="align-text-top noRightClick twitterSection" data=" ">

ମଙ୍ଗଳବାର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂବେଳେ ଆହତ ହୋଇଥିଲେ ଆୟର । ବାମକାନ୍ଧରେ ଜୋର୍‌ରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପଡିଆ ଛାଡିବାକୁ ପଡିଥିଲା । ପରେ ତାଙ୍କ ସ୍ଥାନରେ ଶୁଭମନ ଗିଲ୍‌ ଫିଲ୍ଡିଂ କରିଥିଲେ । ପରେ ବିସିସିଆଇ ପକ୍ଷରୁ ଏକ ମିଡିଆ ବିବୃତି ଜାରି କରାଯାଇ ଆୟରଙ୍କୁ ସ୍କାନ ପାଇଁ ନିଆଯାଇଥିବା କହିବା ସହ ମ୍ୟାଚ ଖେଳିପାରିବେ ନାହିଁ ବୋଲି କୁହାଯାଇଥିଲା ।

  • I’ve been reading your messages and have been overwhelmed by all the outpouring of love and support. Thank you from the bottom of my heart to everyone. You know what they say, the greater the setback, the stronger the comeback. I shall be back soon ❤️🙏 pic.twitter.com/RjZTBAnTMX

    — Shreyas Iyer (@ShreyasIyer15) March 25, 2021 " class="align-text-top noRightClick twitterSection" data=" ">

ତେବେ ଏହାପରଠାରୁ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଆଇପିଏଲ 2021ରୁ ବାଦ୍‌ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଗୁରୁବାର ଏହା ସ୍ପଷ୍ଟ ହେବାପରେ ଆୟର ମଧ୍ୟ ଟ୍ବିଟ କରି ଆଶୁ ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.