ETV Bharat / sports

ନ୍ୟୁଜିଲାଣ୍ଡ ମସଜିଦ ଗୁଳିକାଣ୍ଡ: ଟ୍ୱିଟରରେ ବାଂଲାଦେଶ ଖେଳାଳିଙ୍କୁ ସମବେଦନା

author img

By

Published : Mar 15, 2019, 1:35 PM IST

ଫାଇଲ ଫଟୋ

ପ୍ରଥମେ ବାଂଲାଦେଶ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ମୁସଫିକର ରହିମ ଏହି ଘଟଣାରେ ଟ୍ବିଟ କରି ସୁରକ୍ଷିତ ଥିବା କହିଥିଲେ । ଆଲ୍ଲାଙ୍କ ଦୟାରୁ ବଞ୍ଚିଯାଇଥିବାବେଳେ ଆଗକୁ ଏପରି ଘଟଣାର ପୁନରାବୃତ୍ତି ନହେଉ ବୋଲି ରହିମ ଟ୍ବିଟ କରିଛନ୍ତି । ଦଳର ଅନ୍ୟତମ ବରିଷ୍ଠ ଖେଳାଳି ତମିମ ଇକବାଲ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଗୁଳିମାଡରୁ ବଞ୍ଚିଯାଇଥିବାରୁ ଆଲ୍ଲାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ଏକ ମସଜିଦରେ ଆଜି ଘଟିଥିବା ଗୁଳିକାଣ୍ଡରେ 40 ଲୋକଙ୍କ ମୃତ୍ୟୁ ନେଇ ଆଶଙ୍କା କରାଯାଉଛି । ଅଜଣା ଆତତାୟୀ ଗୁଳିରେ ଅନେକ ଲୋକ ମୃତାହତ ହୋଇଥିବାବେଳେ ସାରା ବିଶ୍ବ ଏହି ଘଟଣାର ନିନ୍ଦା କରୁଛି । ତେବେ ଏହି ଘଟଣାରେ ବଞ୍ଚିଯାଇଥିବା ବାଂଲାଦେଶୀ କ୍ରିକେଟ ଖେଳାଳିଙ୍କୁ ଟ୍ବିଟରରେ ସମସ୍ତେ ସମବେଦନା ଜଣାଉଛନ୍ତି ।

  • Alhamdulillah Allah save us today while shooting in Christchurch in the mosque...we r extremely lucky...never want to see this things happen again....pray for us

    — Mushfiqur Rahim (@mushfiqur15) March 15, 2019 " class="align-text-top noRightClick twitterSection" data=" ">
  • Entire team got saved from active shooters!!! Frightening experience and please keep us in your prayers #christchurchMosqueAttack

    — Tamim Iqbal Khan (@TamimOfficial28) March 15, 2019 " class="align-text-top noRightClick twitterSection" data=" ">

ପ୍ରଥମେ ବାଂଲାଦେଶ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ମୁସଫିକର ରହିମ ଏହି ଘଟଣାରେ ଟ୍ବିଟ କରି ସୁରକ୍ଷିତ ଥିବା କହିଥିଲେ । ଆଲ୍ଲାଙ୍କ ଦୟାରୁ ବଞ୍ଚିଯାଇଥିବାବେଳେ ଆଗକୁ ଏପରି ଘଟଣାର ପୁନରାବୃତ୍ତି ନହେଉ ବୋଲି ରହିମ ଟ୍ବିଟ କରିଛନ୍ତି । ଦଳର ଅନ୍ୟତମ ବରିଷ୍ଠ ଖେଳାଳି ତମିମ ଇକବାଲ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଗୁଳିମାଡରୁ ବଞ୍ଚିଯାଇଥିବାରୁ ଆଲ୍ଲାଙ୍କୁ ଧନ୍ୟବାଦ ଦେଇଛନ୍ତି ।

  • Bangladesh Team Manager Khaled Mashud Pilot speaks to the media following the incident of shooting in Christchurch. pic.twitter.com/DDKcC3tPkO

    — Bangladesh Cricket (@BCBtigers) March 15, 2019 " class="align-text-top noRightClick twitterSection" data=" ">
  • All members of the Bangladesh Cricket Team in Christchurch, are safely back in the hotel following the incident of shooting in the city.

    The Bangladesh Cricket Board is in constant contact with the players and team management.#ChristchurchMosqueAttack pic.twitter.com/TTpIFxLp05

    — Bangladesh Cricket (@BCBtigers) March 15, 2019 " class="align-text-top noRightClick twitterSection" data=" ">
  • All members of the Bangladesh Cricket Team in Christchurch, New Zealand are safely back in the hotel following the incident of shooting in the city. The Bangladesh Cricket Board (BCB) is in constant contact with the players and team management.#christchurchMosqueAttack

    — Bangladesh Cricket (@BCBtigers) March 15, 2019 " class="align-text-top noRightClick twitterSection" data=" ">

ରିପୋର୍ଟ ଅନୁସାରେ ଗୁଳିମାଡ ସମୟରେ ବାଂଲାଦେଶ କ୍ରିକେଟ ଖେଳାଳି ଉକ୍ତ ମସଜିଦରେ ଉପସ୍ଥିତ ଥିଲେ । ସେମାନେ ନମାଜ ପଢିବା ପାଇଁ ସେଠାକୁ ଯାଇଥିବାବେଳେ ହଠାତ ଗୁଳିବର୍ଷଣ ହେବାରୁ ମସଜିଦ ପଛ ଦ୍ବାର ଦେଇ ଖସି ଯାଇଥିଲେ । ଆଉ କେତେକ ଖେଳାଳି ବସ ଭିତରେ ଥିବାବେଳେ ସେମାନଙ୍କୁ ଓହ୍ଲାଇବା ପାଇଁ ମନା କରାଯାଇଥିଲା । ଏହାପରେ ସେମାନେ ହଗଲେ ପାର୍କ ଦେଇ ଓଭାଲ ଷ୍ଟାଡିୟମକୁ ଦୌଡି ପଳାଇଥିଲେ । ପରେ ସେମାନଙ୍କୁ ଡ୍ରେସିଂରୁମରେ ବନ୍ଦ କରି ରଖାଯାଇଛି ।

  • “We are offering support to all those within the teams affected by the situation and are continuing to take advice from authorities on the ground.” - NZC CEO David White https://t.co/GL6XLH7UTj

    — BLACKCAPS (@BLACKCAPS) March 15, 2019 " class="align-text-top noRightClick twitterSection" data=" ">

ସ୍ଥାନୀୟ ପ୍ରଶାସନ ଖେଳାଳିଙ୍କୁ କଡା ସୁରକ୍ଷା ଯୋଗାଇ ଦେଇଥିବାବେଳେ ଆସନ୍ତାକାଲି ନ୍ୟୁଜିଲାଣ୍ଡ ସହ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ବାତିଲ ହୋଇଛି । ବାଂଲାଦେଶ କ୍ରିକେଟ ବୋର୍ଡ ଓ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ମିଳିତ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଖେଳାଳି ଭୟଭୀତ ଅଛନ୍ତି ଏବଂ ମାନସିକ ଭାବେ ପ୍ରସ୍ତୁତ ନାହାନ୍ତି । ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଉଭୟ କ୍ରିକେଟ ବୋର୍ଡ ଜଣାଇଛନ୍ତି । ଟ୍ବିଟ କରି ଏହାକୁ ସମର୍ଥନ କରିଛି ଆଇସିସି । ଏହାସହ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏହି ଘଟଣାରେ ଦୁଃଖ ପ୍ରକାଶ କରି ସମସ୍ତଙ୍କୁ ସମବେଦନା ଜଣାଇଛି ।

  • Our thoughts are with everyone in Christchurch. We can confirm that both teams and support staff groups are safe and accounted for. We will be working with authorities on the next steps regarding tomorrow’s scheduled Test. @BCBtigers

    — BLACKCAPS (@BLACKCAPS) March 15, 2019 " class="align-text-top noRightClick twitterSection" data=" ">
  • Our heartfelt condolences go out to the families and friends of those affected by the shocking situation in Christchurch. A joint decision between NZC and the @BCBtigers has been made to cancel the Hagley Oval Test. Again both teams and support staff groups are safe.

    — BLACKCAPS (@BLACKCAPS) March 15, 2019 " class="align-text-top noRightClick twitterSection" data=" ">

ସୂଚନାଯୋଗ୍ୟ ଯେ ଖ୍ରୀଷ୍ଟଚର୍ଚ୍ଚର ଏକ ମସଜିଦରେ ଶୁକ୍ରବାର ଗୁଳିକାଣ୍ଡ ଘଟି 40 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ମସଜିଦ ଭିତରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବା ଯୋଗୁଁ ଅନେକ ଲୋକ ମରିଥିବା ପୋଲିସ ସୂଚନା ଦେଇଛି । ଗୁଳିକାଣ୍ଡ ବିଷୟରେ ପୋଲିସ ସବିଶେଷ ବିବରଣୀ ଦେଇନଥିଲେ ମଧ୍ୟ ସେଣ୍ଟ୍ରାଲ ଖ୍ରୀଷ୍ଟଚର୍ଚ୍ଚର ଲୋକଙ୍କୁ ଘରେ ରହିବାକୁ କହିଛି ।

Intro:Body:

BadalNew Delhi: Draft committee meeting between India and Pakistan regarding Kartarpur Sahib corridor took place on Thursday at Attari. Union minister Harsimrat Kaur Badal was part of Indian govt representatives that took part in ground breaking ceremony at Pakistan in Nov 2018. ETV Bharat talked exclusively to Harsimrat Kaur Badal on Kartarpur and other issues.

 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.