ETV Bharat / sports

ଭାରତରେ ଭାରତକୁ ହରାଇବ ଅଷ୍ଟ୍ରେଲିଆ: ଫିଞ୍ଚ

author img

By

Published : Jan 9, 2020, 4:17 PM IST

Aaron Finch on Australia head to India
ଭାରତରେ ଭାରତକୁ ହରାଇବ ଅଷ୍ଟ୍ରେଲିଆ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ବୋଲି କହିଛନ୍ତି କ୍ୟାପଟେନ ଆରୋନ ଫିଞ୍ଚ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଜାନୁୟାରୀ 14ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ । ଏଥିପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ବୋଲି କହିଛନ୍ତି କ୍ୟାପଟେନ ଆରୋନ ଫିଞ୍ଚ ।

ଘରୋଇ ପରିବେଶରେ ଭାରତ ବେଶ ଶକ୍ତିଶାଳୀ । ତେବେ ଭାରତକୁ ଭାରତରେ ହରାଇବା ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ବୋଲି କହିଛନ୍ତି କ୍ୟାପଟେନ ଆରୋନ ଫିଞ୍ଚ । ତେବେ ଫିଞ୍ଚ ନିଜ ଟିମର ଖେଳାଳିଙ୍କ ମନୋବଳ ବଢାଇବା ଲାଗି ଏପରି କହିଥିବା କୁହାଯାଉଛି । ବିରାଟ କୋହଲିଙ୍କ ନେତୃତ୍ବରେ ଶ୍ରେଷ୍ଠ ଫର୍ମରେ ରହିଛି ଟିମ ଇଣ୍ଡିଆ । ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ସହ ବୋଲିଂରେ ଦମଦାର ପ୍ରଦର୍ଶନ କରୁଛି ବିରାଟ ବାହିନୀ । ଏଥିସାଙ୍ଗକୁ ଆକର୍ଷଣୀୟ ଫିଲ୍ଡିଂ ପ୍ରତିପକ୍ଷ ଟିମର ବିଜୟ ଆଶାକୁ କମ କରିଦେଉଛି । ଯେପରି ବିଜୟ ହିଁ ଏହି ଟିମର ମନ୍ତ୍ର ହୋଇଯାଇଛି । ଏପରି ସ୍ଥିତିରେ ଭାରତରେ ଭାରତକୁ ହରାଇବା ଅଷ୍ଟ୍ରେଲିଆ ପାଇଁ ଏତେ ସହଜ ହେବ ନାହିଁ ।

କ୍ୟାପଟେନ ବିରାଟ କୋହଲି ମଧ୍ୟ ଏହି କଥା ଅନେକ ଥର ସ୍ପଷ୍ଟ କରିଛନ୍ତି । ବିଶ୍ବକପ ସେମିଫାଇନାଲର ମାତ୍ର 30 ମିନିଟର ପ୍ରଦର୍ଶନକୁ ଛାଡିଲେ ଗତ କିଛି ବର୍ଷ ଧରି ଭାରତୀୟ ଦଳର ପ୍ରଦର୍ଶନ ଚମ୍ପିଆନ ପରି ରହିଛି ।

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ:
ଆରୋନ ଫିଞ୍ଚ(କ୍ୟାପଟେନ), ଆଷ୍ଟନ ଅଗର, ଆଲେକ୍ସ କ୍ୟାରୀ, ପାଟ କମିନ୍ସ, ପିଟର ହାଣ୍ଡସକମ୍ବ, ଜସ ହେଜେଲଉଡ, ମାର୍ନସ ଲବୁସାନ, କେନ ୱିଲିୟମସନ, କେନ ରିଚାର୍ଡସନ, ଡି ସର୍ଟ. ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.