ETV Bharat / sports

Asian Games 2023: ସିଧାସଳଖ କ୍ବାର୍ଟର ଫାଇନାଲ୍‌ ଖେଳିବ ଭାରତ, ଟି୨୦ ମାନ୍ୟତା ଆଧାରରେ ପ୍ରୋମୋସନ

author img

By

Published : Jul 28, 2023, 10:57 PM IST

Asian Games 2023
Asian Games 2023

ଏସିଆନ୍‌ ଗେମ୍ସ ଆରମ୍ଭ ହେବା ପୂର୍ବରୁ ଭାରତକୁ ମିଳିଲା ଫାଇଦା । ଆଇସିସି ଟି୨୦ ମାନ୍ୟତା ଅନୁସାରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳକୁ ସିଧାସଳଖ କ୍ବାର୍ଟର ଫାଇନାଲ ଟିକେଟ୍‌ ମିଳିଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଆଗାମୀ ଏସିଆନ୍‌ ଗେମ୍ସରେ ଅଂଶଗ୍ରହଣ କରିବେ ଭାରତର ମହିଳା ଓ ପୁରୁଷ କ୍ରିକେଟ ଦଳ । ଏଥିପାଇଁ ଭାରତୀୟ ପୁରୁଷ ଦଳର ଅଧିନାୟକ ଭାର ଯୁବ ତାରକା ବ୍ୟାଟର ଋତୁରାଜ ଗାଏକ୍‌ୱାଡଙ୍କ କାନ୍ଧରେ ଦିଆଯାଇଛି । ତେବେ ଖେଳର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପ୍‌ଡେଟ୍‌ ଆସିଛି । ଏହି ଅପ୍‌ଡେଟ୍‌ ଅନୁସାରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବେ । ଆଇସିସି ଟି୨୦ ମାନ୍ୟତା ଆଧାରରେ ଉଭୟ ପୁରୁଷ ଓ ମହିଳା ଦଳକୁ ସିଧାସଳଖ କ୍ବାର୍ଟର ଫାଇନାଲ ଟିକେଟ୍‌ ମିଳିଛି । ଅକ୍ଟୋବର ୫ ତାରିଖରେ କ୍ବାର୍ଟର ଫାଇନାଲ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ସେହିପରି ସେପ୍ଟେମ୍ବର ୧୯ରୁ ମହିଳା ଦଳର ମ୍ୟାଚ୍ ଆରମ୍ଭ ହେବ ବୋଲି ହେବ ଜଣାପଡ଼ିଛି ।

ତେବେ ଯଦି ଭାରତୀୟ ପୁରୁଷ କ୍ରିକେଟ୍ ଦଳ କ୍ବାର୍ଟର ଫାଇନାଲରେ ବିଜୟୀ ହୁଏ, ତେବେ ଅକ୍ଟୋବର ୬ରେ ସିଧାସଳଖ ସେମିଫାଇନାଲ ଖେଳିବେ । ଅର୍ଥାତ ସେମିଫାଇନାଲକୁ ପ୍ରବେଶ କରିବା ପାଇଁ ଟିମ୍‌ ଇଣ୍ଡିଆ କେବଳ ଗୋଟିଏ ମ୍ୟାଚ୍‌ ଖେଳିବ । ଏହାପରେ ଅକ୍ଟୋବର ୭ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସ୍ବର୍ଣ୍ଣ ପଦକ ପାଇଁ ହେବ । ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟରେ ୧୪ଟି ଦଳ ଭାଗ ନେଉଥିବା ବେଳେ ପୁରୁଷ କ୍ରିକେଟରେ ୧୮ଟି ଦଳ ଅଂଶଗ୍ରହଣ କରିବେ । ସେପ୍ଟେମ୍ବର ୧୯ରୁ ମହିଳା କ୍ରିକେଟ୍ ଆରମ୍ଭ ହେବ । ସେହିପରି ସେପ୍ଟେମ୍ବର ୨୬ରେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ପାଇଁ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୨୮ରୁ ପୁରୁଷ କ୍ରିକେଟ୍ ଆରମ୍ଭ ହେବ । ଅକ୍ଟୋବର ୭ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ମଉଳିଲା ଧାୱନଙ୍କ କମ୍‌ବ୍ୟାକ୍‌ ଆଶା; ଏସିଆନ୍‌ ଗେମ୍ସରେ ନେତୃତ୍ବ ନେବେ ଗାଏକ୍‌ୱାଡ, ରିଙ୍କୁଙ୍କୁ ଡକରା

ଉଲ୍ଲେଖଯୋଗ୍ୟ, ଏସିଆନ୍ ଗେମ୍ସରେ ତୃତୀୟ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଛି । ପୂର୍ବରୁ ଭାରତ ନିଜର କ୍ରିକେଟ୍ ଟିମ୍‌କୁ ଏହି ପ୍ରତିଯୋଗିତାକୁ ପଠାଇନଥିଲା । କ୍ରିକେଟ୍‌ରେ ଗତ ଦୁଇଟି ଯାକ ଏସିଆନ୍‌ ଗେମ୍ସ ଇଭେଣ୍ଟରେ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କା ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଚମ୍ପିଆନ୍ ହେଉଥିଲେ । ଭାରତ ପ୍ରଥମ ଥର ପାଇଁ ଏହାର କ୍ରିକେଟ୍ ଟିମ୍ ଏହି ପ୍ରତିଯୋଗିତାକୁ ପଠାଇବ । ଏହି ଭାରତୀୟ ଯୁବଦଳ ଗୋଲ୍ଡ ମେଡଲ ହାସଲ କରିବ ବୋଲି ଆଶା ରଖିଛନ୍ତି ଚୟନକର୍ତ୍ତା ।

ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ: ଋତୁରାଜ ଗାଏକ୍‌ୱାଡ (ଅଧିନାୟକ), ଯଶସ୍ବୀ ଜୈସ୍ବାଲ, ରାହୁଲ ତ୍ରିପାଠୀ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ୱାସିଂଟନ୍ ସୁନ୍ଦର, ଶାହାବାଜ୍ ଅହମ୍ମଦ, ରବି ବଷ୍ଣୋଇ, ଅଭେଶ ଖାନ୍, ଅର୍ଶଦୀପ ସିଂହ, ମୁକେଶ କୁମାର, ଶିଭମ ମାଭି, ଶିବମ ଦୁବେ, ପ୍ରଭସିମ୍ରନ୍ ସିଂହ

ଷ୍ଟାଣ୍ଡ୍‌ବାଇ ପ୍ଲେୟାର: ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ସାଇ ସୁଦର୍ଶନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.