ETV Bharat / sports

ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

author img

By

Published : Feb 4, 2022, 3:21 PM IST

Updated : Feb 4, 2022, 3:50 PM IST

Barabati may host india vs South Africa t20 match in june, says OCA secretary
ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମୁକାବିଲା । ଟି-୨୦ ସିରିଜ ପାଇଁ ସାଉଥ ଆଫ୍ରିକାର ଭାରତ ଗସ୍ତରେ ଏହି ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

କଟକ: ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମୁକାବିଲା । ଟି-୨୦ ସିରିଜ ପାଇଁ ସାଉଥ ଆଫ୍ରିକା ଟିମ ଭାରତ ଗସ୍ତ କରିବାର ସୂଚୀ ରହିଛି । ଏହି ଟି20 ସିରିଜର ଏକ ମ୍ୟାଚ୍‌ ବାରବାଟୀରେ ଖେଳାଯିବା ନେଇ BCCI ସହମତି ପ୍ରକାଶ କରିଛି ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଛନ୍ତି ଓଡିଶା କ୍ରିକେଟ ଆସୋସିଏସନ(OCA) ସମ୍ପାଦକ ସଞ୍ଜୟ ବେହେରା । ବିସିସିଆଇ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ ମିଳିବା ପରେ OCA ପକ୍ଷରୁ ସୂଚନା ମିଳିଛି ।

ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

ଏହାମଧ୍ୟ ପଢନ୍ତୁ: Ranji Trophy: OCA କ୍ୟାମ୍ପ୍‌ ଆରମ୍ଭ, ଜାଫର୍‌ଙ୍କ ଗୁରୁମନ୍ତ୍ରରେ ଜିତିବ ଓଡିଶା

ପୂର୍ବରୁ ଫେବୃଆରୀ 15ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି20 ମୁକାବିଲା ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ସିରିଜର ଭେନ୍ୟୁ ପରିବର୍ତ୍ତନ କରିଥିଲା । ଦିନିକିଆ ସିରିଜର ସମସ୍ତ ୩ଟି ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଓ ଟି-୨୦ ସିରିଜର ୩ଟି ମ୍ୟାଚ୍‌ ଇଡେନ ଗାର୍ଡେନ କୋଲକାତାରେ ଆୟୋଜନ ପାଇଁ ପରିବର୍ତ୍ତିତ ଭେନ୍ୟୁ ସୂଚୀ ଜାରି କରିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated :Feb 4, 2022, 3:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.