ETV Bharat / sports

IND vs BAN 1st Test: ପ୍ରଥମ ଇନିଂସରେ 404ରେ ଅଲଆଉଟ ଭାରତ

author img

By

Published : Dec 15, 2022, 2:02 PM IST

ପ୍ରଥମ ଇନିଂସରେ 404ରେ ଅଲଆଉଟ ଭାରତ
INDvsBAN 1st Test

ଘରୋଇ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜରେ (India vs bangladesh first test ) ଭାରତ 404 ରନ କରି ଆଲଆଉଟ ହୋଇଛି । ଲଢୁଆ ବ୍ୟାଟିଂ କରି ବାଂଲାଦେଶକୁ 405 ରନ ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଢାକା: ଘରୋଇ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ଭାରତର ବ୍ୟାଟଂ ଶେଷ ହୋଇଛି । ଲଢୁଆ ବ୍ୟାଟିଂ କରି ବାଂଲାଦେଶକୁ 405 ରନ ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ । ଚେତେଶ୍ବର ପୂଜାରାଙ୍କ 90 ରନ, ଶ୍ରେୟାସ ଆୟରଙ୍କ 86 ରନ, ରବିଚନ୍ଦ୍ରନ ଅଶ୍ବିନୀଙ୍କ 58 ଓ କୁଲଦୀପ ଯାଦବଙ୍କ 40 ରନ ବଳରେ ଟିମ ଇଣ୍ଡିଆ ୪୦୪ ରନ କରି ଅଲଆଉଟ ହୋଇଛି । ଭାରତ ଦେଇଥିବା 405 ରନର ବିଜୟ ଲକ୍ଷ୍ୟ ପିଛା କରୁଛି ବାଂଲାଦେଶ ।

ଭାରତ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିଲା । ବାଂଲାଦେଶ ବୋଲର ଶୃଙ୍ଖଳିତ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ । ଦୁଇ ଓପନର ଶୁଭମନ ଗିଲ ଓ ଲୋକେଶ ରାହୁଲ ସଅଳ ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର 41ରେ ଏହି ଯୋଡି ଭାଙ୍ଗିଥିଲା । ଶୁଭମନ ଗିଲ 20 ରନ କରି ଆଉଟ ହୋଇଥିବା ବେଳେ ରାହୁଲ 22 ରନ କରିଥିଲେ । ପରେ ପରେ ବିରାଟ କୋହଲି ଆଉଟ ହୋଇଥିଲେ । ମାତ୍ର 1 ରନ କରି ଆଉଟ ହୋଇଥିଲେ କିଙ୍ଗ କୋହଲି । ଦଳୀୟ ସ୍କୋର 48 ବେଳକୁ 3ଟି ୱିକେଟ ପତନ ହୋଇଥିଲା । ଚେତେଶ୍ବର ପୂଜାରା ସଙ୍କଟମୋଚକ ସାଜିଥିଲେ । ତାଙ୍କୁ ସାଥ ଦେଇଥିଲେ ଋଷବ ପନ୍ତ । ପନ୍ତ 45 ବଲ ଖେଳି 46 ରନ କରି ଆଉଟ ହୋଇଥିଲେ । ଏହା ପରେ ଶ୍ରେୟାସ ଆୟର ଆସିଥିଲେ । ଉଭୟ ଆୟର ଓ ପୂଜାରା ଦୃଢ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟ ଦର୍ଶନୀୟ ସଟ ଖେଳି ବାଂଲାଦେଶ ବୋଲରଙ୍କୁ ଧରାଶାୟୀ କରିଥିଲେ । ଦୁଇ ଖେଳାଳିଙ୍କ ମଧ୍ୟରେ 149 ଭାଗୀଦାରୀ ହୋଇଥିଲା । ଚେତେଶ୍ବର ପୂଜାରା 203 ବଲ ଖେଳି 90 ରନ କରି ଆଉଟ ହୋଇଥିଲେ । ପ୍ରଥମ ଦିନରେ ଦଳୀୟ ସ୍କୋର 278ରେ ପହଞ୍ଚିଥିଲା । ଭାରତର 6 ୱିକେଟ ପତନ ହୋଇଥିଲା ।

ଏହା ବି ପଢନ୍ତୁ...INDvsBAN 1st Test: ଦ୍ବିତୀୟ ଦିନରେ 300 ପାର କଲା ଭାରତ ସ୍କୋର, ଶତକରୁ ବଞ୍ଚିତ ଶ୍ରେୟାସ

ଆଜି ଆୟରଙ୍କ ସହ ଅଶ୍ବିନ ବ୍ୟାଟିଂ କରିବାକୁ ଆସିଥିଲେ । ଉଭୟ ସତର୍କତାର ସହ ଖେଳିଥିଲେ । ଶତକ କରିବା ଲକ୍ଷ୍ୟ ରଖିଥିବା ଶ୍ରେୟସ ଆୟର 86 ରନ କରି ଇବାଦତ ହୁସେନଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଅଶ୍ବିନୀ ଓ କୁଲଦୀପ ଯାଦବ ଲଞ୍ଚ ବ୍ରେକ ଯାଏ ଭାରତକୁ କୌଣସି କ୍ଷତି ନ ଦେଇ ଦଳୀୟ ସ୍କୋରକୁ 348ରେ ପହଞ୍ଚାଇଥିଲେ । ଲଞ୍ଚ ପରେ ମଧ୍ୟ ଉଭୟ ବ୍ୟାଟିଂ ଜାରି ରଖିଥିଲେ। ଏଥିସହ ଅଶ୍ବିନ ଟେଷ୍ଟ କ୍ରିକେଟରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର 385 ବେଳେ ଅଶ୍ବିନୀ 58 ରନ କରି ଆଉଟ ହୋଇଥିଲେ । କୁଲଦୀପ ଯାଦବ 40 ରନ କରି ତାଇଜୁଲ ଇସଲାମଙ୍କ ଶିକାର ବନିଥିଲେ। ଉମେଶ ଯାଦବ ୧୦ ବଲରେ ଅପରାଜିତ 15 ଓ ମହମ୍ମଦ ସିରାଜ 4 ରନ କରିବାରୁ ଭାରତ ପ୍ରଥମ ଇନିଂସରେ ୪୦୪ ରନ କରିବାରେ ସଫଳ ହୋଇଥିଲା । ବାଂଲାଦେଶ ପକ୍ଷରୁ ସ୍ପିନର ତାଇଜୁଲ ଇସଲାମ ଓ ମେହଦି ହାସନ ମିରଜା 4ଟି ଲେଖାଏ ୱିକେଟ ନେଇଛନ୍ତି । ଇବାଦତ ହୁସେନ ଏବଂ ଖାଲେଦ ଅହମଦ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.