ETV Bharat / sports

INDvsAUS 5thT20I: 54 ରନରେ ଭାରତ ପରାସ୍ତ, ୪-୧ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

author img

By

Published : Dec 20, 2022, 10:56 PM IST

୪-୧ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ
୪-୧ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

ଆଜି (ମଙ୍ଗଳବାର) ଖେଳାଯାଇଥିବା ପଞ୍ଚମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫୪ ରନରେ ବିଜୟୀ ହୋଇଛି । ଅଧିକ ପଢନ୍ତୁ

ମୁମ୍ବାଇ: ଦିପ୍ତି ଶର୍ମାଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ପରାଜୟର ସ୍ବାଦ ଚାଖିଲା ଟିମ ଇଣ୍ଡିଆ । ଆଜି (ମଙ୍ଗଳବାର) ଖେଳାଯାଇଥିବା ପଞ୍ଚମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫୪ ରନରେ ବିଜୟୀ ହୋଇଛି । ଅଷ୍ଟ୍ରେଳିଆ ପ୍ରଥମେ ଦମଦାର ବ୍ୟାଟିଂ କରିବା ପରେ ଚମତ୍କାର ବୋଲିଂ କରିଥିଲା । ଫଳରେ ଭାରତକୁ ୫୪ ରନରେ ପରାସ୍ତ କରିବାକୁ ସଫଳ ହୋଇଛି କଙ୍ଗାରୁ ଦଳ । ଏହି ବିଜୟ ସହିତ ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟି୨୦ ସିରିଜରେ ୪-୧ ରେ ସିରିଜ ଜିତି ନେଇଛି ଅଷ୍ଟ୍ରେଲିଆ । ଅଶଲିଗ ଗାର୍ଡନର ପ୍ଲେୟର ଅଫ ଦି ମ୍ୟାଚ ଓ ପ୍ଲେୟର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୬ ରନ କରିଥିଲା ଅଷ୍ଟ୍ରେଲିଆ । ଏହାର ଜବାବରେ ଭାରତୀୟ ମହିଳା କ୍ରିକେଟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୧୪୨ ରନ କରି ଅଲ ଆଉଟ ହୋଇଛି ।

ଟିମ ଇଣ୍ଡିଆଠାରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ । ଶଲିଘ ଗାର୍ଡନର ଓ ଗ୍ରେସ ହରିସ ଧୂଆଁଧାର ଅର୍ଦ୍ଧଶତକ ପାଳି ବଳରେ ଦଳ ୧୯୬ ରନ କରିବାରେ ସକ୍ଷମ ହୋଇପାରିଥିଲା । ଆରମ୍ଭରୁ ଫାଷ୍ଟ ଅର୍ଡରରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା କଙ୍ଗାରୁ ଦଳ । ପରେ ଦଳ ଜବରଦସ୍ତ କମ ବ୍ୟାକ୍ କରିଥିଲା । ଅଶଲିଘ ଗାର୍ଡନର ଓ ଗ୍ରେସ ହରିସ ଆରମ୍ଭ କରିଥିଲେ ଚମତ୍କାର ବ୍ୟାଟିଂ । ଅଶଲିଘ ଗାର୍ଡନର ୩୨ ବଲରୁ ୧୧ଟି ଚୌକା ଓ ଗୋଟିଏ ଛକା ବଳରେ ୬୬ ରନର ଇନିଂସ ଖେଳିଥିଲେ । ସେହିପରି ଗ୍ରେସ ହରିସ 3୫ ବଲରୁ ୬ ଟି ଚୌକା ଓ ଗୋଟିଏ ଛକା ସହିତ ୬୪ ରନର ଇନିଂସ ଖେଳିଥିଲେ । ବ୍ୟାଟିଂ ପରେ ବୋଲିଂରେ ମଧ୍ୟ କମାଲ କରିଥିଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ । ହୀଥର ଗ୍ରାହମ ୨ ଓଭର ବୋଲିଂ କରି ୮ ରନ ବ୍ୟୟରେ ସର୍ବାଧିକ ୪ ଟି ୱିକେଟ ହାତେଇଥିଲେ । ସେହିପରି ଅଶଲିଗ ଗାର୍ଡନର ୨ ଟି , ଡାର୍ସି ବ୍ରାଉନ, ତାହିଲା ମ୍ୟାକଗ୍ରେଥ ଓ ସୁଥର ଲାଣ୍ଡ ଗୋଟିଏ ୱିକେଟ ନେଇଥିଲେ ।

୧୯୭ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଦିପ୍ତି ଶର୍ମା ୩୪ ବଲରୁ ସର୍ବାଧିକ ୫୩ ରନର ଦମଦାର ଇନିଂସ ଖେଳିଥିଲେ । ହରଲୀନ ଦେଓଲ ୧୬ ବଲରୁ ୨୪ ରନ କରି ଆଉଟ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ବଡ ସ୍କୋର ଖେଳିପାରିନଥିଲେ । ସ୍ମୃତି ମାନ୍ଧନା ୪, ଶେଫାଳି ବର୍ମା ୧୩, ହରମନପ୍ରୀତ କୌର ୧୨, ରିଚା ଘୋଷ ୧୦, ଦେବୀକା ଭୈଦ୍ୟା ୧୧ ରନ କରି ଆଉଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.