ETV Bharat / sports

Under 19 Womens T20 World Cup: ୭ ୱିକେଟରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ

author img

By

Published : Jan 21, 2023, 9:49 PM IST

୭ ୱିକେଟରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ
୭ ୱିକେଟରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ

ଆଇସିସି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପରେ ଭାରତକୁ ୭ ୱିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଆଇସିସି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ । ଭାରତକୁ ୭ ୱିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ । ଆଜି (ଶନିବାର) ଗ୍ରୁପ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତୀୟ ମହିଳା ବନାମ ଅଷ୍ଟ୍ରେଲିଆ ମହିଳା । ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭରରେ ୮୭ ରନ କରି ଅଲ ଆଉଟ ହୋଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୧୩.୫ ଓଭରରେ ୩ ୱିକେଟ ହରାଇ ସହଜରେ ଟାର୍ଗେଟ ହାସଲ କରିଛି ।

୮୮ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ମହିଳା ଟିମ । ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିଲେ ଓପନିଂ ଯୋଡି । ଓପନିଂ ଯୋଡି ଦଳୀୟ ସ୍କୋର ପାଇଁ ୨୮ ରନ ସଂଗ୍ରହ କରିଥିଲେ । ୩.୩ ଓଭରରେ କାଟେ ପେଲେ ୧୭ ରନ କରି ଆଉଟ ହୋଇଥିଲେ । ଏହା ପରେ ଅମି ସ୍ମିଥ ଏବଂ କ୍ଲାଏର ମୋରେ ପାଳି ସମ୍ଭାଳିଥିଲେ । ଉଭୟ କ୍ରମଶଃ ୨୬ ଓ ୨୫ ରନ କରି ଅପରାଜିତ ରହିଥିଲେ । ଏଲା ହାୟୱର୍ଡ ୭ ରନ କରିଥିଲେ । ଭାରତର ତିତାସ ସାଧୁ, ଅର୍ଚ୍ଚନା ଦେବୀ, ସୋନମ ଯାଦବ ଗୋଟିଏ ୱିକେଟ ନେଇଥିଲେ ।

ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଁ ମଇଦାନକୁ ଓହ୍ଲାଇଥିଲା ୱମେନ୍ ଇନ୍ ବ୍ଲୁ । ହେଲେ ପ୍ରାରମ୍ଭରୁ ହିଁ ଭାରତୀୟ ମହିଳା କ୍ରିକେଟ ଟିମକୁ ଝଟକା ଲାଗିଥିଲା । ଓପନିଂ ଯୋଡି ୧୪ ରନ ସଂଗ୍ରହ କରିଥିଲେ । ଏହା ପରେ ଭାରତର ନିୟମିତ ବ୍ୟବଧାନରେ ୱିକେଟ ପଡିବାରେ ଲାଗିଥିଲା । ଶ୍ବେତା ଶେରାୱତଙ୍କ ସର୍ବାଧିକ ୨୧ ରନର ପାଳି ଖେଳିଥିଲେ । ସେ ୨୯ ବଲରୁ ୩ ଟି ଚୌକା ସହିତ ୨୧ ରନ କରିଥିଲେ । ଦଳୀୟ ସ୍କୋର ପାଇଁ ଟିମ ଇଣ୍ଡିଆ ମହିଳା କ୍ରିକେଟରଙ୍କ ଉପରେ ଚାପ ପଡିଥିଲା । ଏହାପରେ ହ୍ରିଶିତା ବାସୁ ଏବଂ ତିତାସ ସାଧୁ ମାପି ଚୁପି ଖେଳିଥିଲେ । ହ୍ରିଶିତା ବାସୁ ୨୩ ବଲରୁ ଗୋଟିଏ ଚୌକା ସହିତ ୧୪ ରନ କରି ଆଉଟ ହୋଇଥିଲେ । ସେହିପରି ତିତାସ ସାଧୁ ୧୩ ବଲରୁ ୨ ଟି ଚୌକା ସହିତ ୧୪ ରନ କରିଥିଲେ । ଏହି ତିନି ଜଣ ବ୍ୟାଟରଙ୍କୁ ଛାଡିଦେଲେ ଭାରତର ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଛୁଇଁ ପାରି ନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.