ETV Bharat / sports

IND vs AUS ODI: ଅଷ୍ଟ୍ରେଲିଆ ସ୍କ୍ବାର୍ଡ ଘୋଷଣା, ଦଳକୁ ଫେରିଲେ ମାସ୍କୱେଲ-ମାର୍ସ

author img

By

Published : Feb 23, 2023, 10:59 AM IST

australia squad for odi series aganist india
India Australia odi series

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ମାକ୍ସୱେଲ ଓ ମିଚେଲ ମାର୍ସ ଦଳକୁ ଫେରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆର 16 ଜଣିଆ ଦଳ ଘୋଷଣା ହୋଇଛି । ପାଟ କାମିନ୍ସ ଦଳର ନେତୃତ୍ବ ନେବେ । ମ୍ୟାକ୍ସୱେଲ, ମିଚେଲ ମାର୍ସ ଓ ରିଚାର୍ଡସନ ଦଳକୁ ଫେରିଛନ୍ତି । 4ଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଭାରତ ଗସ୍ତରେ ଆସିଛି ଅଷ୍ଟ୍ରେଲିଆ । ପାଟ କାମିନ୍ସଙ୍କ ନେତୃତ୍ବରେ କଙ୍ଗାରୁ ଦଳ ଦୁଇଟି ଟେଷ୍ଟ ମ୍ୟାଚରେ ପରାସ୍ତ ହୋଇ ସାରିଛି ।

  • SQUAD: Glenn Maxwell and Mitch Marsh are set to return to Australian colours for the three-match ODI series against India in March pic.twitter.com/tSePIVUQ0W

    — Cricket Australia (@CricketAus) February 23, 2023 " class="align-text-top noRightClick twitterSection" data=" ">

ପ୍ରଥମ ଟେଷ୍ଟରେ ନାଗପୁରରେ ଭାରତ ଅଷ୍ଟ୍ରେଲିଆକୁ 132 ରନରେ ଧୂଳି ଚଟାଇଥିଲା । ଦ୍ବିତୀୟ ମ୍ୟାଚରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ 6 ୱିକେଟରେ ଚିତ ପଟ୍ଟାଙ୍ଗ କରିଥିଲା । ମାର୍ଚ୍ଚ 1ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଚତୁର୍ଥ ଟେଷ୍ଟ ପରେ ଦିନିକିଆ ସିରିଜ ଆରମ୍ଭ ହେବ ।

ଏହା ବି ପଢନ୍ତୁ...IND vs AUS ODI: ପ୍ରଥମ ଦିନିିକିଆ ଖେଳିବେନି ରୋହିତ, ମଙ୍ଗ ଧରିବେ ହାର୍ଦ୍ଦିକ

ଦିନିକିଆ ଅଷ୍ଟ୍ରେଲିଆ ସ୍କ୍ବାର୍ଡ: ପାଟ କାମିନ୍ସ (ଅଧିନାୟକ), ସେନ ଆବୋଟ, ଅଷ୍ଟନ ଅଗର, ଆଲେକ୍ସ କ୍ୟାରୀ, କାମରନ ଗ୍ରୀନ, ତ୍ରାଭିସ ହେଡ, ଜୋସ ଇଙ୍ଗଲିସ, ମାର୍ନସ ଲାବୁସେନ, ମିଚେଲ ମାର୍ସ, ଗ୍ଲେନ ମ୍ୟାକ୍ସୱେଲ, ଜେ. ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାକ, ଡେଭିଡ ୱାର୍ଣ୍ଣର, ମାରସସ ଷ୍ଟାକ, ଆଦମ ଜାମ୍ପା ।

ପ୍ରକାଶ ଥାଉ କି, ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଦୁଇଟି ଟେଷ୍ଟ ମ୍ୟାଚ ସମାପ୍ତ ହୋଇଛି । ଦୁଇଟି ଟେଷ୍ଟ ମ୍ୟାଚ ଜିତି ଭାରତର 2-0ରେ ଆଗୁଆ ରହିଛି । ତୃତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ 1ରୁ ଇନ୍ଦୋରରେ ଓ ଚତୁର୍ଥ ଟେଷ୍ଟ ମାର୍ଚ୍ଚ 9ରୁ 13 ତାରିଖ ଯାଏ ଖେଳାଯିବ । ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟର ଦୁଇଟି ଟେଷ୍ଟ ସିରିଜ ଜିତି ଭାରତ ଟେଷ୍ଟ ଚମ୍ପିଆନସିପ ନିକଟତର ହୋଇଛି ।

ପ୍ରକାଶ ଥାଉ କି, ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଦୁଇଟି ଟେଷ୍ଟ ମ୍ୟାଚ ସମାପ୍ତ ହୋଇଛି । ଦୁଇଟି ଟେଷ୍ଟ ମ୍ୟାଚ ଜିତି ଭାରତର 2-0ରେ ଆଗୁଆ ରହିଛି । ତୃତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ 1ରୁ ଇନ୍ଦୋରରେ ଓ ଚତୁର୍ଥ ଟେଷ୍ଟ ମାର୍ଚ୍ଚ 9ରୁ 13 ତାରିଖ ଯାଏ ଖେଳାଯିବ । ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟର ଦୁଇଟି ଟେଷ୍ଟ ସିରିଜ ଜିତି ଭାରତ ଟେଷ୍ଟ ଚମ୍ପିଅନସିପ ନିକଟତର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.