ETV Bharat / sports

Athiya Shetty-KL Rahul wedding: ଆଜି ପଡିବ ହାତଗଣ୍ଠି, ସଙ୍ଗୀତରେ ସାମିଲ ହେଲେ ନାମୀଦାମୀ କଳାକାର

author img

By

Published : Jan 23, 2023, 1:46 PM IST

Etv Bharat
Etv Bharat

ଆଜି ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର କେଏଲ ରାହୁଲ ଓ ଆଥିଆ । ସଙ୍ଗୀତରେ ନଜର ଆସିଲେ ବହୁ ବଲିଉଡ କଳାକାର । ଅଧିକ ପଢନ୍ତୁ

ମୁମ୍ବାଇ: ଆଉ ମାତ୍ର କେଇଁ ଘଣ୍ଟାର ଅପେକ୍ଷା । ହାତକୁ ଦି ହାତ ହେବେ ଭାରତୀୟ କ୍ରିକେଟର କେ ଏଲ ରାହୁଲ । ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ସହ ପଡିବ ହାତଗଣ୍ଠି । ଏନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଖଣ୍ଡାଲା ଫାର୍ମହାଉସରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଶେଷ ହୋଇଛି ସଙ୍ଗୀତ କାର୍ଯ୍ୟକ୍ରମ । ବଲିଉ଼ଡର ଅନେକ ନାମୀଦାମୀ କଳାକାର ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଅର୍ଜୁନ କପୁର, ତାଙ୍କ ଉଭଣୀ ଅନସୁଲା କପୁର ଏବଂ ଏସିଇ ଫ୍ୟାଶନ ଫଟୋଗ୍ରାଫର ରୋହନ ଶ୍ରେଷ୍ଠା ଆଥିଆ ଏବଂ ରାହୁଲଙ୍କ ସଙ୍ଗୀତ ସମାରୋହରେ ସାମିଲ ହୋଇଥିବା କୁହାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିବାହ ହେଉଥିବା ସ୍ଥାନର କୌଣସି ଫଟୋ ସାମ୍ନାକୁ ଆସିନାହିଁ । କାରଣ ଏହି ଦମ୍ପତି ବିବାହ ସମୟରେ ଫୋନ ବ୍ୟବହାରକୁ ବାରଣ କରିଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମ ହାଉସ ଖୁବ ସାଜସଜ୍ଜା ହୋଇଥିଲା । ବହୁ ଅତିଥି ପାରମ୍ପରିକ ପୋଷାକ ପିନ୍ଧି ନୃତ୍ୟ କରୁଥିବାର ନଜର ଆସିଥିଲେ । ତେବେ ଆଥିଆ ଓ କେଏଲ ରାହୁଲ ବିବାହ କରୁଥିବା ନେଇ ଉଭୟଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।

ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର କେଏଲ ରାହୁଲ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟିଂ କରୁଥିଲେ । ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବାହାଘର ପୂର୍ବରୁ ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସକୁ ସଜା ଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ବିବାହ ପୂର୍ବରୁ ଜାନୁଆରୀ ୨୧ ତାରିଖରୁ ଆରମ୍ଭ ହୋଇଥିଲା ରୀତିନୀତି । ମେହେନ୍ଦୀ, ହଳଦୀ ଏବଂ ସଙ୍ଗୀତ ରୀତିନୀତି ଆଦି ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗୋଟିଏ ଫଟୋବି ସାମ୍ନାକୁ ଆସିନାହିଁ । ଉଭୟଙ୍କ ଫ୍ୟାନ୍ସ ବିବାହ ସମୟର ଫଟୋ ଦେଖିବାକୁ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କାଲି ନୂଆ ଇନିଂସ ଆରମ୍ଭ କରିବେ ରାହୁଲ, ବାହାଘର ପାଇଁ ଆରମ୍ଭ ହୋଇଛି ରୀତିନୀତି

ଆଜି ହେବାକୁ ଥିବା ବିବାହ ଉତ୍ସବର ଦୁଇ ପରିବାରର ସମ୍ପର୍କୀୟ ଏବଂ ସାଙ୍ଗ ମାନେ ସାମିଲ ହେବେ । ତେବେ ବାହାଘର ପରେ ସୁନୀଲ ସେଟ୍ଟୀ ଏବଂ କେଏଲ ରାହୁଲଙ୍କ ପରିବାର ରିସେପସନ ପାର୍ଟି ଦେବେ । ଏହି ରିସେପସନ ପାର୍ଟି ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.