କାଲି ନୂଆ ଇନିଂସ ଆରମ୍ଭ କରିବେ ରାହୁଲ, ବାହାଘର ପାଇଁ ଆରମ୍ଭ ହୋଇଛି ରୀତିନୀତି

author img

By

Published : Jan 22, 2023, 7:26 PM IST

ଆଥିୟା ସେଟ୍ଟୀ ଓ କେଏଲ ରାହୁଲ

ଟିମ ଇଣ୍ଡିଆ ବ୍ୟାଟର କେଏଲ ରାହୁଲ ଏବଂ ତାଙ୍କ ଘନିଷ୍ଠ ବାନ୍ଧବୀ ତଥା ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଜାନୁଆରୀ ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ । ଅଧିକ ପଢନ୍ତୁ

ମୁମ୍ବାଇ: ଆସନ୍ତାକାଲି(ସୋମବାର) ଜୀବନରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ୱିକେଟ କିପର ବ୍ୟାଟର ଲୋକେଶ ରାହୁଲ । ରାହୁଲ-ଆଥିଆଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଛି । ମୁମ୍ବାଇରେ ତାଙ୍କର ବାହାଘର ଅନୁଷ୍ଠିତ ହେବ । ଟିମ୍‌ ଇଣ୍ଡିଆ ବ୍ୟାଟର କେଏଲ ରାହୁଲ ଏବଂ ତାଙ୍କ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଜାନୁଆରୀ ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ।

ସଜେଇ ହୋଇଛି ଖଣ୍ଡାଲା ଫାର୍ମହାଉସ: ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର ଲୋକେଶ ରାହୁଲ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟିଂ କରୁଥିଲେ । ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବାହାଘର ପୂର୍ବରୁ ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସକୁ ସଜା ଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପାହାଡ ଉପରେ ତିଆରି ହୋଇଛି ଖଣ୍ଡାଲା ଫାର୍ମହାଉସ : ବଲିଉଡ ଷ୍ଟାର ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସ ପାହାଡ ଉପରେ ତିଆରି ହୋଇଛି । ଗତ ବର୍ଷ ସୁନୀଲ ସେଟ୍ଟୀ ଏକ ସୋ'ରେ ଖଣ୍ଡାଲା ଫାର୍ମହାଉସର କିଛି ଦୃଶ୍ୟ ଦେଖାଇଥିଲେ । ପାହାଡ ଚାରିପାଖରେ ଥିବା ମନୋରମ ଦୃଶ୍ୟ ଏହି ଫାର୍ମହାଉସର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ଫାର୍ମହାଉସରେ ତିଆରି ହୋଇଥିବା ବଗିଚା, ସୁଇମିଂ ପୁଲ୍‌ ଏବଂ ବିଭିନ୍ନ ମୂର୍ତ୍ତିଗୁଡିକ ଫାର୍ମହାଉସର ଦୃଶ୍ୟକୁ ବେଶ୍ ଆକର୍ଷିତ କରିଥାଏ । ତେବେ ଚର୍ଚ୍ଚା ହେଉଛି ରାହୁଲ ଏବଂ ଆଥିୟା ଏହି ଖଣ୍ଡାଲା ଫାର୍ମହାଉସରେ ସାତ ଫେରା ନେବେ ।

ଆରମ୍ଭ ହୋଇଛି ବିବାହ ରୀତିନୀତି : ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କ ବାହାଘର ରୀତିନୀତି ଜାନୁଆରୀ ୨୧ ତାରିଖରୁ ଆରମ୍ଭ ହୋଇଛି । ମେହେନ୍ଦୀ ରୀତିନୀତି, ହଳଦୀ ରୀତିନୀତି ଏବଂ ସଙ୍ଗୀତ ରୀତିନୀତି ଆଦି ହେବ । କୁହାଯାଉଛି ଏହି ବାହାଘରରେ ପାଖାପାଖି ସମସ୍ତ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କୁ ନିମନ୍ତ୍ରଣ ହୋଇଛି । ସୂତ୍ର ଅନୁସାରେ ବାହାଘର ପରେ ସୁନୀଲ ସେଟ୍ଟୀ ଏବଂ କେଏଲ ରାହୁଲଙ୍କ ପରିବାର ବାହାଘର ରିସେପସନ ପାର୍ଟି ଦେବେ । ଏହି ରିସେପସନ ପାର୍ଟି ବେଙ୍ଗାଲୁରୁ ଏବଂ ମୁମ୍ବାଇରେ ଅନୁଷ୍ଠିତ ହେବ । ରିସେପସନରେ ଭାରତୀୟ କ୍ରିକେଟ ଖେଳାଳି, ବଲିଉଡ କଳାକାର, ବିଜନେସମ୍ୟାନ ଏବଂ ରାଜନେତା ସାମିଲ ହେବେ ।

ଟିମ୍‌ ଇଣ୍ଡିଆ ଏବେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନିଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳୁଛି । ଏହି ସିରିଜରେ ଭାରତ ୨-୦ରେ ଆଗୁଆ ସିରିଜ ଜିତି ନେଇଛି । ଲୋକେଶ ରାହୁଲ ତାଙ୍କ ବାହାଘର ପାଇଁ ଏହି ସିରିଜରୁ ବିଶ୍ରାମ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.