ETV Bharat / sports

Ashes: ଇଂଲଣ୍ଡକୁ ବଡ ଝଟ୍‌କା, ବଟଲର ଆହତ

author img

By

Published : Jan 9, 2022, 10:51 PM IST

Ashes: Jos Buttler is going home after this game, says Joe Root
Ashes: ଇଂଲଣ୍ଡକୁ ବଡ ଝଟ୍‌କା, ବଟଲର ଆହତ

ପଞ୍ଚମ ଆସେସ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା । ଟିମର ଷ୍ଟାର ଖେଳାଳି ଜସ୍‌ ବଟଲର ଆହତ କାରଣରୁ ହୋବାର୍ଟରେ ଖେଳାଯିବାକୁ ଥିବା ପଞ୍ଚମ ଆସେସ ଟେଷ୍ଟରେ ଖେଳିବେ ନାହିଁ । ଅଧିକ ପଢନ୍ତୁ

ସିଡନୀ(ଅଷ୍ଟ୍ରେଲିଆ): ପଞ୍ଚମ ଆସେସ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା । ଟିମର ଷ୍ଟାର ଖେଳାଳି ଜସ୍‌ ବଟଲର ଆହତ କାରଣରୁ ହୋବାର୍ଟରେ ଖେଳାଯିବାକୁ ଥିବା ପଞ୍ଚମ ଆସେସ ଟେଷ୍ଟରେ ଖେଳିବେନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ । ରବିବାର ଅମୀମାଂସିତ ଭାବେ ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଶେଷ ହୋଇଥିବା ଚତୁର୍ଥ ଟେଷ୍ଟ ପରେ ବଟଲର୍‌ ଇଂଲଣ୍ଡ ଫେରିଯିବେ ବୋଲି କହିଛନ୍ତି ରୁଟ୍‌ ।

କିପିଂ କରୁଥିବା ସମୟେର ବଟଲରଙ୍କ ହାତରେ ବଲ୍‌ ଲାଗିବା ଯୋଗୁଁ ସେ ଆହତ ହୋଇଥିଲେ । ଫଳରେ ତାଙ୍କ ସ୍ଥାନରେ ସାମ ବିଲିଙ୍ଗ୍‌ସଙ୍କୁ ଇଂଲଣ୍ଡ ସ୍କ୍ବାଡରେ ସାମିଲ କରାଯାଇଛି । ୫ଟିକିଆ ଆସେସ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍‌ ହୋବାର୍ଟରେ ଖେଳାଯିବା ନେଇ ସୂଚୀ ରହିଛି । ଏହା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ହେବ । ଫଳରେ ଏହି ମ୍ୟାଚ୍‌ରେ ଟେଷ୍ଟ ଡେବ୍ୟୁ କରିପାରନ୍ତି ବିଲିଙ୍ଗ୍‌ସ । ପୂର୍ବରୁ ବଟଲର ଆହତ ହେବାପରେ ଓଲି ପୋପ ୱିକେଟ ରକ୍ଷକ ଦାୟିତ୍ବ ତୁଲାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଆଶଙ୍କାରେ ବାରବାଟୀ ମ୍ୟାଚ୍‌, ବଦଳିପାରେ ଭାରତ-ୱେଷ୍ଟଇଣ୍ଡିଜ ସିରିଜର ଭେନ୍ୟୁ !

ସିରିଜର ପ୍ରଥମ ଟେଷ୍ଟ ସିରିଜ ପରାଜୟ ସହ ଆସେସ ହରାଇବା ପରେ ସିଡନୀ ଟେଷ୍ଟ ଡ୍ର' ରଖିବାରେ ସମର୍ଥ ହୋଇଛି ଇଂଲଣ୍ଡ । ଫଳରେ ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଇଂଲିସ କ୍ୟାପଟେନ ରୁଟ୍‌ କହିଛନ୍ତି, "ଏହା ଗୁରୁତ୍ବପୂର୍ଣ୍ଣ ଥିଲା । ଏହାଏକ କଠିନ ଗସ୍ତ ହୋଇଛି, ତେବେ ସିଡନୀରେ ସମସ୍ତ ଖେଳାଳି ଆତ୍ମବିଶ୍ବାସ ଓ ଲଢୁଆ ମନୋଭାବ ସହ ମ୍ୟାଚ୍‌ ଡ୍ର' ରଖିଥିବାରୁ ଟିମର ସମସ୍ତ ସଦସ୍ୟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ।" ମ୍ୟାଚ୍‌ର ଶେଷ ଦିନରେ ଏକ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ପକ୍ଷରୁ ଜନ୍ନି ବେୟାରଷ୍ଟୋ ଓ ବେନ ଷ୍ଟୋକ୍ସ ଆହତ ସତ୍ତ୍ବେ ଲଢୁଆ ପ୍ରଦର୍ଶନ କରିଥିଲେ । ଶେଷ ଦୁଇ ଓଭରରେ ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ୍‌ ପରାଜୟ ଏଡାଇଥିଲେ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.