ରଣଜୀ ଟ୍ରଫିରେ ମୁମ୍ବାଇ ତରଫରୁ ନେତୃତ୍ବ ନେବେ ରାହାଣେ

author img

By

Published : Dec 4, 2022, 11:05 PM IST

ରଣଜୀ ଟ୍ରଫିରେ ମୁମ୍ବାଇ ତରଫରୁ ନେତୃତ୍ବ ନେବେ ରାହାଣେ

ରଣଜୀ ଟ୍ରଫି ପାଇଁ ମୁମ୍ବାଇ ତରଫରୁ ନେତୃତ୍ବ ନେବେ ଆଜିଙ୍କ୍ୟ ରାହାଣେ । ଅଧିକ ପଢନ୍ତୁ

ମୁମ୍ବାଇ: ଆଗକୁ ଖେଳାଯିବାକୁ ଥିବା ରଣଜୀ ଟ୍ରଫି ପାଇଁ ମୁମ୍ବାଇ ତରଫରୁ ନେତୃତ୍ବ ନେବେ ଆଜିଙ୍କ୍ୟ ରାହାଣେ । ରଣଜୀ ଟ୍ରଫି ପାଇଁ ମୁମ୍ବାଇର ୧୭ ଜଣିଆ ଦଳ ଘୋଷଣା ହୋଇଛି । ଏହାର ଲିଗ ପର୍ଯ୍ୟାୟ ମ୍ୟାଚ୍ ଡିସେମ୍ବର ୧୩ ତାରିଖରୁ ଖେଳାଯିବ । ସେପଟେ ଲିଗ୍ ପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡରେ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଟିମରେ ଯୋଗ ଦେବେ ।

ଦଳର ଦୁଇ ପ୍ରମୁଖ ସଦସ୍ୟ ଫାଷ୍ଟ ବୋଲର ଧାୱାଲ କୁଲକର୍ଣ୍ଣି ଏବଂ ଅଲରାଉଣ୍ଡର ଶିବମ ଦୁବେ, ଉଭୟ ଆହତ କାରଣରୁ ସିଜିନର ପ୍ରଥମାର୍ଦ୍ଧରୁ ଦଳରୁ ବାଦ ପଡିଥିଲେ । ଯାହା ଫଳରେ ଅଲରାଉଣ୍ଡର ସୁୟାନଶ ଶେଡେ ତାଙ୍କର ପ୍ରଥମ କଲ ଅପ ମିଳିଛି । ଏନେଇ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ଲିଗ୍ ଖେଳିବା ନେଇ ମୁମ୍ବାଇ ବିଶାଖାପାଟନମ ଯାତ୍ରା କରିବ । ସେପଟେ ଗତ ବର୍ଷ ଇଣ୍ଡିଆଜ୍ ବ୍ଲୁଜରେ ଜବରଦସ୍ତ ଭୂମିକା ନିଭାଇଥିଲେ ସୂର୍ଯ୍ୟକୁମାର ଯାଦବ(Sky) । ତେବେ ଡିସେମ୍ବର ୨୦ ତାରିଖରୁ ଶରଦ ପାୱାର କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ହାଇଦ୍ରାବାଦ ବିପକ୍ଷ ଘରୋଇ ମ୍ୟାଚ ପୂର୍ବରୁ ଦଳରେ ଯୋଗ ଦେବେ Sky ।

ମୁମ୍ବାଇ ରଣଜୀ ସ୍କ୍ବାଡ : ଅଜିଙ୍କ୍ୟ ରାହାଣେ (ଅଧିନାୟକ), ପ୍ରୀତି ଖାଁ, ଯଶସ୍ବୀ ଜୟସ୍ବାଲ, ଅରମାନ ଜାଫର, ସରଫରାଜ ଖାନ, ସୁଭେଦ ପାର୍କର, ହାର୍ଦ୍ଦିକ ତାମୋର (ୱିକେଟ କିପର), ପ୍ରସାଦ ପାୱାର (ୱିକେଟ କିପର), ଶ୍ୟାମ ମୁଲାନି, ତନୁଶ କୋଟିୟାନ, ତୁଷାର ଦେଶପାଣ୍ଡେ, ମୋହିତ ଅୱାଷ୍ଟି, ସିଦ୍ଧାର୍ଥ ରାଉତ, ରୟସ୍ତାନ ଦିୟାସ, ସୂର୍ଯାଂଶ ଶେଜ୍ , ଶଶାଙ୍କ ଆଟାର୍ଡ, ମୁଶୀର ଖାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.