ETV Bharat / sports

ଟି-୨୦ ବିଶ୍ବକପ୍‌ରେ ବ୍ୟାନ୍‌ ହୋଇପାରେ ଆଫଗାନିସ୍ତାନ ଦଳ !

author img

By

Published : Sep 22, 2021, 4:12 PM IST

ଟି-୨୦ ବିଶ୍ବକପ୍‌ରେ ବ୍ୟାନ୍‌ ହୋଇପାରେ ଆଫଗାନିସ୍ତାନ ଦଳ !
ଟି-୨୦ ବିଶ୍ବକପ୍‌ରେ ବ୍ୟାନ୍‌ ହୋଇପାରେ ଆଫଗାନିସ୍ତାନ ଦଳ !

ଟି-୨୦ ବିଶ୍ବକପ୍‌ରେ ତାଲିବାନ ପତାକା ବ୍ୟବହାର କରି ପାରିବନାହିଁ ଆଫଗାନିସ୍ତାନ ଦଳ । ଏଭଳି କଲେ ଟୁର୍ଣ୍ଣାମେଣ୍ଟରୁ ଆଫଗାନିସ୍ତାନକୁ ବ୍ୟାନ୍‌ କରିପାରେ ଆଇସିସି । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍‌ରେ ତାଲିବାନ ପତାକା ବ୍ୟବହାର କରି ପାରିବ ନାହିଁ ଆଫଗାନିସ୍ତାନ ଦଳ । ଏଭଳି କଲେ ଟୁର୍ଣ୍ଣାମେଣ୍ଟରୁ ଆଫଗାନିସ୍ତାନକୁ ବ୍ୟାନ୍‌ କରିପାରେ ଆଇସିସି । ଗତ ଅଗଷ୍ଟ ମାସରେ ଆଫଗାନିସ୍ତାନକୁ ତାଲିବାନ କବଜା କରିଛି । ଏହାପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ତାଲିବାନ ଅକ୍ତିଆରରେ ରହିଛି । ଆଫଗାନିସ୍ତାନ କ୍ରିକେଟ ବୋର୍ଡ ତାଲିବାନ ଅକ୍ତିଆରକୁ ଯିବାପରେ ବିଶୃଙ୍ଖଳା ଦେଖା ଦେଇଛି ।

ଆଫଗାନିସ୍ତାନ କ୍ରିକେଟ ଦଳକୁ ସମସ୍ତ ସ୍ଥାନରେ ଖେଳିବାକୁ ଅନୁମତି ଦେଇଛି ଆତଙ୍କବାଦୀ ସଂଗଠନ ତାଲିବାନ । ତେବେ ଦଳ କେଉଁ ପରିଚୟ ନେଇ ପଡ଼ିଆକୁ ଓହ୍ଲାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟି-୨୦ ବିଶ୍ବକପ୍‌କୁ ଆଉ ମାତ୍ର ହାତରେ ଏକ ମାସ ସମୟ ରହିଲା । ଏହି ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ କେଉଁ ପତାକା ବ୍ୟବହାର କରିବ ତାହାରି ଉପରେ ରହିଛି ସଭିଁଙ୍କ ନଜର । ଏହି ଟୁର୍ଣ୍ଣାମେଣ୍ଟରେ ଦଳ ଆଫଗାନିସ୍ତାନ ପତାକାକୁ ସମ୍ମାନ ଦେବ ନା ତାଲିବାନ ପତାକାକୁ ସମ୍ମାନ ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଆଇସିସି ପ୍ରୋଟୋକଲ୍‌ ମୁତାବକ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ପ୍ରତ୍ୟେକ ଦେଶ ନିଜନିଜର ଜାତୀୟ ପ୍ରଦାନ କରିବାକୁ ହେବ । ତେବେ ଆଫଗାନିସ୍ତାନ ତାଲିବାନ ପତାକାକୁ ସମ୍ମାନ ଦେଇ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି । କାରଣ ତାଲିବାନ ନିଜର ପ୍ରଚାର ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ମଞ୍ଚ ଖୋଜା ଚଳାଇଛି । ଏବଂ ଟି-୨୦ ବିଶ୍ବକପକୁ ଏଭଳି ଏକ ମଞ୍ଚ ରୂପରେ ବିବେଚନା କରୁଛି ଆଫଗାନିସ୍ତାନ । ତେବେ କୌଣସି ଆତଙ୍କବାଦୀ ସଂଗଠନର ପ୍ରତୀକ ବା ପତାକାକୁ ଆଇସିସି ପ୍ରସୟ ଦେବ ନାହିଁ । ଏଭଳି ହେଲେ ଆଫଗାନିସ୍ତାନକୁ ଟି-୨୦ ବିଶ୍ବକପ୍‌ରୁ ଓହରିବାକୁ ହେବ ।

ଗ୍ରୁପ୍‌ -୨ରେ ଭାରତ ସହ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ, ପାକିସ୍ତାନ ରହିଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ପରେ ଆଉ ଦୁଇଟି ଦଳ ଏହି ଗ୍ରୁ୍ପରେ ସ୍ଥାନ ପାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.