ETV Bharat / sitara

ଭୂମିଙ୍କ ସହ ମିଶି ଲୋକଙ୍କ ସେବା କରିବେ କମେଡି କିଙ୍ଗ କପିଲ

author img

By

Published : May 26, 2021, 10:31 AM IST

ଆର୍ଟ ଅଫ୍ ଲିଭିଙ୍ଗରେ ସାମିଲ ହେଲେ କପିଲ ଶର୍ମା । ପୂର୍ବରୁ ଏହି ଅଭିଯାନରେ ଯୋଗ ଦେଇଥିଲେ ଭୂମି ପେଡନେକର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା

ମୁମ୍ବାଇ:କୋରୋନା ମହାମାରୀ ସହିତ ଲଢେଇ ସମୟରେ ଅନେକ ବଡ କଳାକାର ଲୋକଙ୍କୁ ସାହାଯ୍ୟ ଏବଂ ସହଯୋଗ କରୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ହାସ୍ୟ ଅଭିନେତା କପିଲ ଶର୍ମା ମଧ୍ୟ କୋରୋନା ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । କପିଲ ବର୍ତ୍ତମାନ ଆର୍ଟ ଅଫ୍ ଲିଭିଙ୍ଗ ସହ ମିଳିତ ଭାବରେ ଏହି ସମସ୍ୟାର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଫାଉଣ୍ଡେସନ ମାଧ୍ୟମରେ ମୋବାଇଲ ଅମ୍ଳଜାନ ସେବା ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଅମ୍ଳଜାନ ଭିନ୍ନ ଭିନ୍ନ ଗାଁକୁ ପରିବହନ କରାଯିବ ।

ଏହା ବ୍ୟତୀତ କେହି ଯଦି ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ସିଲିଣ୍ଡର, ଆମ୍ବୁଲାନ୍ସ, ଇମ୍ୟୁନିଟି କିଟ୍ କିମ୍ବା ଡାକ୍ତରଙ୍କ ସାହାଯ୍ୟ ଆବଶ୍ୟକ କରୁଛନ୍ତି, ତେବେ କପିଲଙ୍କ ଏହି ପ୍ରୟାସ ସମସ୍ତଙ୍କ ପାଇଁ ସହଜ ହେବ ।

କପିଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ‘କୋଭିଡ ରିଲିଫ ସେବା, ମିଶନ ଜିନ୍ଦେଗୀ ।’

ଏହାସହ ଏକ ପୋଷ୍ଟରରେ ଅଭିନେତ୍ରୀ ଭୂମି ପେଡନେକର କପିଲଙ୍କ ସହ ନଜର ଆସିଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଭୂମି କ୍ରମାଗତ ଭାବରେ କୋରୋନା ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି।

ଭୂମି ନିକଟରେ ଇନଷ୍ଟାରେ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ମିଶନ ଜିନ୍ଦେଗୀ ଆମର କୋରୋନା ଭାଇରସ ବିରୋଧରେ ଲଢେଇରେ ସମସ୍ତ ଆବଶ୍ୟକୀୟ ସମ୍ବଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ଆମେ ଆଶା କରୁଛୁ ଏହା ଅନେକ ଲୋକଙ୍କୁ ସାହାଯ୍ୟ କରିପାରିବ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.