ETV Bharat / sitara

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା, ସାଙ୍ଗରେ ରହୁଥିବା ସିଦ୍ଧାର୍ଥ ପିଠାନୀ ଗିରଫ

author img

By

Published : May 28, 2021, 12:33 PM IST

ଶେଷରେ ଡ୍ରଗ୍ସ ମାମଲାରେ ଫସିଲେ ସିଦ୍ଧାର୍ଥ ପିଠାନୀ । ଗତ ବର୍ଷ ବଲିଉଡ ଡ୍ରଗ୍ସ କାରବାରରେ ତାଙ୍କୁ ଅନେକ ଥର ପଚରାଉଚରା କରିଥିଲା ଏନସିବି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ହାଇଦ୍ରାବାଦ: ଗତ ବର୍ଷ ଜୁନରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଥିବା ବଲିଉଡ ଡ୍ରଗ୍ସ କେସରେ ଏନସିବି ତାଙ୍କ ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀଙ୍କୁ ଶୁକ୍ରବାର ଗିରଫ କରିଛି। ଖବର ଅନୁଯାୟୀ, ପିଠାନୀକୁ ହାଇଦ୍ରାବାଦରୁ ଏନସିବି ଗିରଫ କରିଛି। ଫେଡେରାଲ ଏଜେନ୍ସି ତାଙ୍କୁ ଏକାଧିକ ଥର ପଚରାଉଚରା କରିଥିଲା। ସୁଶାନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଏନସିବିର ଏହି ଆକ୍ସନ ଦେଖିବାକୁ ମିଳିଛି ।

ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟିଙ୍କୁ ବଲିଉଡ ଡ୍ରଗ୍ସ ମାମଲାରେ ପଚାରାଉଚରା କରିସାରିଛି ଏନସିବି । ସେହିପରି ଗତ ବର୍ଷ ଡ୍ରଗ୍ସ କାରବାର ସହ ଇଡି ହ୍ବାଟ୍ସଆପ୍ ଚାଟ୍ ପାଇବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ରିପୋର୍ଟ ହସ୍ତାନ୍ତର କରିଥିଲେ । ଯାହାକୁ ଆଧାର କରି ଏଯାବତ ଯାଞ୍ଚ ଚଳାଇଛି ଏନସିବି ।

ପ୍ରକାଶ ଥାଉକି ଗତ ବର୍ଷ ଜୁନ 14ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ଯାହାର ଯାଞ୍ଚରେ ଡ୍ରଗ୍ସ କାରବାର ମାମଲା ସାମ୍ନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.