ETV Bharat / sitara

ଖୁବଶୀଘ୍ର ସ୍ପିଲଟ୍ସଭିଲ୍ଲା 13 ନେଇ ଫେରିବେ ସନ୍ନି

author img

By

Published : Jan 20, 2021, 10:04 PM IST

sunny-leone-shooting-for-splitsvilla-is-like-coming-back-home
'ସ୍ପ୍ଲିଟ୍ସଭିଲ୍ଲା'ର ସୁଟିଂ କରିବା ଘରକୁ ଫେରିବା ପରି: ସନ୍ନି ଲିଓନୀ

ଅଭିନେତ୍ରୀ ସନ୍ନି ଲିଓନୀ ଖୁବ୍ ଶୀଘ୍ର ‘ସ୍ପିଲଟ୍ସଭିଲ୍ଲା 13' ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ଯୁବପିଢି ଉପରେ ଆଧାରିତ ଏହି ରିଆଲିଟି ସୋର ଶୁଟିଂ ଘରକୁ ଫେରିବା ପରି । ଅଧିକ ପଢନ୍ତୁ...

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ନେଇ ନୂଆ ଚର୍ଚ୍ଚା । ସନ୍ନି ଖୁବ୍ ଶୀଘ୍ର 'ସ୍ପିଲଟ୍ସଭିଲ୍ଲା 13' ରେ କାମ ଆରମ୍ଭ କରିବାକୁ ଯାଉଛନ୍ତି ।

ସେ କହିଛନ୍ତି ଯେ ଯୁବପିଢି ଉପରେ ଆଧାରିତ ଏହି ରିଆଲିଟି ସୋ ଶୁଟିଂ ଘରକୁ ଫେରିବା ପରି ।

ସନ୍ନି କହିଛନ୍ତି ଯେ, 'ମୁଁ ଖୁବ୍ ଶୀଘ୍ର କେରଳ ଯିବି, କାରଣ ସ୍ପିଲଟ୍ସଭିଲ୍ଲା ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏହା ଏକ ଶୋ ଯାହା ମୋ ହୃଦୟର ଅତି ନିକଟତର । 2014 ଠାରୁ ମୁଁ ଏହାର ଏକ ଅଂଶ ଅଟେ । ସ୍ପିଲଟ୍ସଭିଲ୍ଲା ସୁଟିଂ ଘରକୁ ଫେରିବା ପରି । ଏହି ସୋ ଆରମ୍ଭ କରିବାକୁ ମୁଁ ଆଉ ଅପେକ୍ଷା କରିପାରିବି ନାହିଁ ' ।

ପ୍ରକାଶ ଥାଉ ଯେ, ସନ୍ନି ୱେବ୍ ସୋ 'ଅନାମିକା'ରେ ନଜର ଆସିବେ । ଏହି ଧାରାବାହିକର ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.