ETV Bharat / sitara

ଫ୍ୟାନ୍ସଙ୍କୁ ଖ୍ରୀଷ୍ଟମାସ ଓ ନୂଆବର୍ଷର ଅଭିନନ୍ଦନ ଜଣାଇଲେ ସନ୍ନି

author img

By

Published : Dec 26, 2020, 6:58 AM IST

sunny-leone-shares-xmas-and-new-year-wishes-for-fans
ଫ୍ୟାନ୍ସଙ୍କୁ କ୍ରିସ୍ ମାସ-ନୂଆବର୍ଷର ଅଭିନନ୍ଦନ ଜଣାଇଲେ ସନ୍ନି ଲିଓନୀ

ଫ୍ୟାନ୍ସଙ୍କୁ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ଅଭିନନ୍ଦନ ଜଣାଇଛନ୍ତି ସନ୍ନି ଲିଓନୀ । ଅଧିକ ପଢନ୍ତୁ...

ମୁମ୍ବାଇ:ଅଭିନେତ୍ରୀ ସନ୍ନି ଲିଓନୀ ତାଙ୍କ ପ୍ରଶଂସକ ମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଏହି ମହାମାରୀର ଏହି ସମୟରେ ସମସ୍ତଙ୍କୁ ଘୃଣା ପରିବର୍ତ୍ତେ ଭଲପାଇବା ବିସ୍ତାର କରିବାକୁ କହିଛନ୍ତି ।

ଅଭିନେତ୍ରୀ କହିଛନ୍ତି, "ମୁଁ ମୋର ପ୍ରଶଂସକ ଏବଂ ଫଲୋଅର୍ସମାନଙ୍କୁ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛି । ସମସ୍ତେ ସୁରକ୍ଷିତ ରୁହ, ଆମେ ଏବେ ଏଭଳି ଏକ ପରିସ୍ଥିତିରେ ଅଛୁ କି, ଘୃଣା ପରିବର୍ତ୍ତେ ଭଲପାଇବା ବିସ୍ତାର କରିବାର ଆବଶ୍ୟକତା ରହିଛି" ।

ପ୍ରକାଶ ଥାଉ ଯେ, ସନ୍ନି ଖୁବ୍ ଶୀଘ୍ର ବିକ୍ରମ ଭଟ୍ଟଙ୍କ ୱେବ୍ ସିରିଜ୍ 'ଅନାମିକା'ରେ ନଜର ଆସିବେ । ସେ ମୁମ୍ବାଇରେ ୱେବ୍ ସିରିଜ୍ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । 'ଅନାମିକା' ହେଉଛି 10 ଟି ଏପିସୋଡର ଏକ ଆକ୍ସନ୍ ସିରିଜ୍ । ଏହି ୱେବ୍ ସିରିଜ୍ ଏମ ଏକ୍ସ ପ୍ଲେୟାରରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.