ETV Bharat / sitara

ସରୋଜଙ୍କ ସହ ସାକ୍ଷାତକୁ ମନେ ପକାଇ ଭାବୁକ ହେଲେ ସନ୍ନି

author img

By

Published : Jul 3, 2020, 4:38 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ

ସୋସିଆଲ ମିଡିଆରେ ସରୋଜ ଖାନଙ୍କ ସହ ନିଜର ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି ସନ୍ନି ଲିଓନୀ । ତାଙ୍କ ଆତ୍ମାର ସଦଗତି ପାଇଁ କଲେ ପ୍ରାର୍ଥନା ।

ମୁମ୍ବାଇ: ଶୁକ୍ରବାର ହୃଦଘାତରେ ଚାଲିଗଲା ବି-ଟାଉନର ଡାନ୍ସ ମାଷ୍ଟର ସରୋଜ ଖାନଙ୍କ ଜୀବନ । ଯାହାକୁ ନେଇ ବର୍ତ୍ତମାନ ଦୁଃଖି ସମସ୍ତେ । ସେ 71 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ତାଙ୍କ ଅନ୍ତିମ ସଂସ୍କାର ବିଧି ପୂରଣ କରିଛନ୍ତି ପୁଅ ତଥା କୋରିଓଗ୍ରାଫର ରାଜୁ ଖାନ । ଏହି ଦୁଃଖଦ ସମୟରେ ଫେମସ ଅଭିନେତ୍ରୀ ସନ୍ନି ଲିଓନୀ ତାଙ୍କ ସହ ସାକ୍ଷାତ କରିଥିବା ସ୍ମୃତି ସେୟାର କରି ଇମୋଶନାଲ ହୋଇଯାଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ସେହି ସମୟକୁ ମନେ ପକାଇ ସରୋଜଙ୍କ ସହ ନିଜର ଅନୁଭୂତି ସେୟାର କରିଛନ୍ତି । ସେ ତାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଜଣେ ସୁନ୍ଦର ଧୈର୍ଯ୍ୟବାନ ଗୁରୁଙ୍କ ସହ ମୋର ଛୋଟ ସାକ୍ଷାତ ହୋଇଥିଲା । ଯିଏ ମତେ ଭାରତୀୟ ଲୋକ ନୃତ୍ୟର କିଛି ମୌଳିକ ଶିକ୍ଷା ଦେବାକୁ ଚେଷ୍ଟା କରିଥିଲେ । ଯଦିଓ ଆମର ସେହି ସାକ୍ଷାତ ବହୁତ କମ ସମୟର ଥିଲା, ତଥାପି ମୁଁ ତାଙ୍କଠୁ ବାରମ୍ବାର ଶିଖିବାକୁ ଚାହୁଁଥିଲି । ମୁଁ ସବୁବେଳେ ଏହି ଭିଡିଓ ଗୁଡିକ ଦେଖେ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ଆପଣ ଶାନ୍ତିରେ ବିଶ୍ରାମ କରନ୍ତୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.