ETV Bharat / sitara

ମୁମ୍ବାଇରେ ଘର କିଣିଲେ ସନ୍ନି ଲିଓନୀ

author img

By

Published : Apr 8, 2021, 9:49 PM IST

sunny-leone-purchase-luxury-home-in-mumbai-for-rs-16-crore
ମୁମ୍ବାଇରେ ଘର କିଣିଲେ ସନ୍ନି ଲିଓନୀ

ନିକଟରେ ସନ୍ନି ଏକ ଘର କିଣିଛନ୍ତି, କିନ୍ତୁ ଯାହାର ମୂଲ୍ୟ ଶୁଣି ଆପଣଙ୍କ ହୋସ ଉଡିଯିବ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ନେଇ ନୂଆ ଚର୍ଚ୍ଚା । ଶୁଣିବାକୁ ମିଳୁଛି ଯେ ନିଜ ପାଇଁ ନୂଆ ଘର କିଣିଛନ୍ତି ଅଭିନେତ୍ରୀ । ଆଜିକାଲି ମୁମ୍ବାଇରେ ଘର କିଣିବା ଏକ ଟ୍ରେଣ୍ତ ପାଲଟିଯାଇଛି । ପୂର୍ବରୁ ଆଲିଆ, ଜାହ୍ନବୀ କପୁର ଏବଂ ହ୍ରିତିକ ମଧ୍ୟ ମୁମ୍ବାଇର ଜୁହୁରେ ଘର କିଣି ଚର୍ଚ୍ଚାରେ ଆସିଥିଲେ । ଏବେ ଏହି ତାଲିକାରେ ଅଭିନେତ୍ରୀ ସନ୍ନି ମଧ୍ୟ ସାମିଲ ହୋଇଛନ୍ତି ।

ନିକଟରେ ସନ୍ନି ଏକ ଘର କିଣିଛନ୍ତି କିନ୍ତୁ ଯାହାର ମୂଲ୍ୟ ଶୁଣି ଆପଣଙ୍କ ହୋସ ଉଡିଯିବ ।

ମିଳିଥିବା ସୂଚନା ଅନୁଯାୟୀ, ସନ୍ନି ମାର୍ଚ୍ଚ 28ରେ 16 କୋଟି ଟଙ୍କା ମୂଲ୍ୟର ଫ୍ଲାଟ କିଣିଥିଲେ। ଏହି ସମ୍ପତ୍ତି ସନ୍ନି ତାଙ୍କ ପ୍ରକୃତ ନାମରେ କିଣିଛନ୍ତି । ଯାହା କି ହେଉଛି କରନ ଜିତ କୌର ବୋହରା ।

ସନ୍ନିଙ୍କର ଏହି ନୂତନ ଘର ଅନ୍ଧେରି ୱେଷ୍ଟର ଆଟଲାଣ୍ଟିସ୍ ନାମକ ବିଲ୍ଡିଂର 12ତମ ମହଲାରେ ଅବସ୍ଥିତ । ଏହି 5BHK ଆପାର୍ଟମେଣ୍ଟର କାର୍ପେଟ୍ ଏରିଆ ହେଉଛି 3,967 ବର୍ଗମିଟର । ଏହି ଆପାର୍ଟମେଣ୍ଟରେ ତିନୋଟି କାର୍ ପାର୍କିଂ ସ୍ଲଟ୍ ଅଛି ।

ପ୍ରକାଶ ଥାଉ ଯେ, ସନ୍ନି ଏବେ ରିଆଲିଟି ଟିଭି ଶୋ ସ୍ପ୍ଲିଟ୍ସଭିଲ୍ଲାର ସିଜନ 13ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.