ETV Bharat / sitara

ସାମାଜିକ ଦୂରତା ସହ ସୁଟିଂ ଆରମ୍ଭ କଲେ ସନ୍ନି

author img

By

Published : Jul 9, 2020, 7:32 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ

ଭାଇରାଲ ହେଲା ସନ୍ନିଙ୍କ ନୂଆ ଫଟୋ । ସେ ପୁନଃ ନିଜ ସୁଟିଂ ଆରମ୍ଭ କରିଛନ୍ତି । ହେଲେ ସରକାରଙ୍କ ନିୟମ ପାଳନ ସହ ।

ମୁମ୍ବାଇ: ଲକଡାଉନରେ କୋହଳ ମିଳିବା ପରେ ଫିଲ୍ମ ଓ ଟିଭିର ଅଧାରେ ଥିବା କାମ ପୁନଃ ଆରମ୍ଭ ହୋଇଯାଇଛି । ସେହିପରି କିଛି ଫିଲ୍ମ ଓ ଟିଭି ସିରିଏଲର ସୁଟିଂ ଆରମ୍ଭ କରିଛନ୍ତି କଳାକାର । ଯାହାର ଫଟୋ ସେୟାର କରି ସେଲିବ୍ରିଟି ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଉଛନ୍ତି । ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ । ସେ ଏକ ମଜାଦାର ଫଟୋ ସେୟାର କରି ବର୍ତ୍ତମାନ ଚର୍ଚ୍ଚାରେ । ଯାହାକୁ ଦେଖି ସମସ୍ତେ ଜାଣି ପାରିବେ ଯେ ଲକଡାଉନ ପରେ ସୁଟିଂ କରିବାର ଶୈଳୀ ସମ୍ପୂର୍ଣ୍ଣ ବଦଳିଯାଇଛି ।

ସନ୍ନି ଇନଷ୍ଟାଗ୍ରାମରେ ନିଜର ଏକ ଡାନ୍ସ ଭିଡିଓର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଅନ୍ୟ ଡାନ୍ସର୍ସଙ୍କ ସହ ଡାନ୍ସ କରୁଛନ୍ତି । କୌଣସି ଗୀତର ଭିଡିଓ ସେ ସୁଟ କରିଛନ୍ତି । ମଜାଦାର କଥା ହେଲା ଯେ ସବୁ ଡାନ୍ସର ମାସ୍କ ପିନ୍ଧିଥିବାର ଦେଖାଯାଉଛନ୍ତି । ଆଉ ସାମାଜିକ ଦୂରତାର ନିୟମ ମଧ୍ୟ ପାଳନ କରିଛନ୍ତି ।

ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘କହୁ କହୁଛନ୍ତି ଯେ କାମ କରିବା ମଜାଦାର ହୋଇପାରିବ ନାହିଁ ।’ ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.