ETV Bharat / sitara

ବଲିଉଡରେ ନିଜ ଯାତ୍ରାକୁ ମନେ ପକାଇଲେ କଙ୍ଗନା

author img

By

Published : Jun 27, 2021, 7:18 PM IST

ବଲିଉଡରେ ନିଜର ଯାତ୍ରାକୁ ମନେ ପକାଇଲେ କଙ୍ଗନା
ବଲିଉଡରେ ନିଜର ଯାତ୍ରାକୁ ମନେ ପକାଇଲେ କଙ୍ଗନା

ବଲିଉଡରେ ନିଜ ଯାତ୍ରା ସମ୍ପର୍କିତ ଏକ ଭିଡ଼ିଓ ଇନଷ୍ଟାଗ୍ରାମରେ ସେୟାର କରି ପୁରୁଣା ଦିନକୁ ମନେ ପକାଇଛନ୍ତି କଙ୍ଗନା । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଅଭିନେତା ତଥା ପ୍ରଯୋଜକ କଙ୍ଗନା ରଣାୱତ ଇନଷ୍ଟ୍ରାଗ୍ରାମରେ ଏକ ଭିଡିଓ ସେୟାର କରି ନିଜ ଯାତ୍ରାକୁ ମନେ ପକାଇଛନ୍ତି । ଏହି ଭିଡ଼ିଓରେ କଙ୍ଗନାଙ୍କ ସାକ୍ଷାତକାର ଠାରୁ ଆରମ୍ଭ କରି ଆୱାର୍ଡ ଜିତିବାର କ୍ଲିପ ମଧ୍ୟ ରହିଛି । ଏହି ଭିଡିଓକୁ ଜଣେ ଫ୍ୟାନ ପ୍ରସ୍ତୁତ କରିଥିବା ବେଳେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଭିଡିଓ ସେୟାର କରି କଙ୍ଗନା କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାବେଳେ ତାଙ୍କୁ ବିଭିନ୍ନ ପରିସ୍ଥିତି ଦେଇ ଗତି କରିବାକୁ ପଡିଥିଲା । ହେଲେ ଭଉଣୀ ଫ୍ୟାନ୍ସଙ୍କ ଦ୍ବାରା ଏଡିଟ ହୋଇଥିବା ଭିଡିଓ ତାଙ୍କୁ ପଠାଇବା ପରେ ସେ ଖୁସି ହୋଇଥିଲେ । ଏପରି ଭାବରେ ମୁଁ ବଲିଉଡରେ ପ୍ରବେଶ କରିଥିଲି । ବଲିଉଡରେ କ୍ୟାରିଅର ଗଢିବା ସମୟରେ ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିର ସଠିକ ବୁଝାମଣା ଏବଂ ମାର୍ଗଦର୍ଶନ ନଥିବାରୁ ତାଙ୍କୁ ସଫଳତା ପାଇବା ପାଇଁ ଅଧିକ ସମୟ ଲାଗିଥିଲା । 34 ବର୍ଷ ବୟସରେ ସେ ଯଦି ନିଜର ଷ୍ଟୁଡିଓ ତିଆରି କରିବେ, ତେବେ ଜଣେ ସଫଳ ଫିଲ୍ମମେକର ହୋଇପାରିବେ ବୋଲି ସେ ଦୃଢୋକ୍ତି ଦେଇଛନ୍ତି ।

କଙ୍ଗନାଙ୍କ ଇନଷ୍ଟାଗ୍ରାମରେ ବର୍ତ୍ତମାନ 7 ମିଲିୟନ ବା 70 ଲକ୍ଷ ଫଲୋଅର୍ସ ରହିଛନ୍ତି । ଗୀତାରେ ଭଗବାନ କୃଷ୍ଣଙ୍କ ବାଣୀକୁ ନେଇ ସେ କହିଛନ୍ତି ଯେଉଁ ଜିନିଷ ଖରାପ ଦେଖାଯାଉଥିବ ସେଥିରେ ନିଶ୍ଚୟ କିଛି ଭଲ ଥିବ । ଆଉ ଯେଉଁ ଜିନିଷ ଖରାପ ଦେଖାଯାଉଥିବ ସେଥିରେ କିଛି ନା କିଛି ଭଲ ରହିଛି । ଆମେ ଯେକୌଣସି ଜିନିଷର ପ୍ରକୃତ ରୂପକୁ ଚିହ୍ନି ପାରୁ କି ନାହିଁ ତାର ପ୍ରକୃତି କେବେ ମଧ୍ୟ ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି । ଏହି ଭିଡିଓ ଏଡିଟ କରିଥିବା ଫ୍ୟାନ୍ସଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

କଙ୍ଗନା ଖୁବଶୀଘ୍ର ପ୍ରଯୋଜକ ଭାବେ ଡିଜିଟାଲ ପ୍ଲାଟଫର୍ମରେ ପାଦ ଥାପିବାକୁ ଯାଉଛନ୍ତି । 'ଟିକୁ ୱେଡ୍ସ ଶେରୁ' ଫିଲ୍ମରେ ସେ ଡେବ୍ୟୁ କରିବେ । ଏହି ଫିଲ୍ମ ଏକ ପ୍ରେମ କାହାଣୀ ଉପରେ ଆଧାରିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.