ETV Bharat / sitara

କଙ୍ଗନାଙ୍କ ପ୍ରଶଂସାରେ ‘ଥଲାଇଭି’ ନିର୍ଦ୍ଦେଶକ

author img

By

Published : Apr 3, 2021, 11:24 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଜୟଲଳିତାଙ୍କ ବାୟୋପିକ ‘ଥଲାଇଭି’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଚଳିତ ମାସ 23ରେ ରିଲିଜ ହେବ ଫିଲ୍ମ । ଅଧିକ ପଢନ୍ତୁ...

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ‘ଥଲାଇଭି’ରେ ଅଭିନୟ କରୁଛନ୍ତି । ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ସେପଟେ ଶୁକ୍ରବାର ଫିଲ୍ମର ପ୍ରଥମ ଗୀତ ‘ଚଲି ଚଲି’ ରିଲିଜ ହୋଇଯାଇଛି । ଇତିମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ଏ. ଏଲ ବିଜୟ କଙ୍ଗନାଙ୍କ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି । ସେ ଜଣାଇଛନ୍ତି ଯେ ସେ ରିହର୍ସଲରେ ବିତାଇଥିବା ପ୍ରଚୁର ସମୟ ହେତୁ ସୁଟ ଉପଯୁକ୍ତ ଥିଲା ।

  • " class="align-text-top noRightClick twitterSection" data="">

ଏକ ସାକ୍ଷାତକାରରେ ସେ ଫିଲ୍ମ ବିଷୟରେ ଆଲୋଚନା କରି କହିଥିଲେ, ‘ପରଦାରେ ଜୟଲଳିତାଙ୍କ ଅନ୍ଦାଜ ଆକର୍ଷଣୀୟ ଥିଲା ଏବଂ ଥଲାଇଭିରେ ତାଙ୍କ ଅନ୍ଦାଜକୁ ଅବିକଳ କରି ଆମ ପାଇଁ ବଡ ଦାୟିତ୍ବ ଥିଲା । ଅବଶ୍ୟ, ଆମର ନିଜସ୍ବ ଚାରିଥର ଜାତୀୟ ପୁରସ୍କାର ବିଜେତା କଙ୍ଗନାଙ୍କ ପ୍ରକୃତରେ କଠିନ ପରିଶ୍ରମ କରିଛନ୍ତି ଫିଲ୍ମ ପାଇଁ । ରିଲିଜ ହୋଇଥିବା ଗୀତ ଚଲି ଚଲିକୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ରିହର୍ସଲ୍ ମଧ୍ୟ କରିଥିଲେ ସେ । ଯାହା ହେତୁ ସେ ସୁଟିଂଟି ସୁରୁଖୁରୁରେ କରିବାରେ ସଫଳ ହୋଇପାରିଛନ୍ତି​​।’

ଖାଲି ଏତିକି ନୁହେଁ ଜୟଲଳିତାଙ୍କ ବିଷୟରେ ବିଜୟ କହିଛନ୍ତି, ‘ଜୟଲଳିତା ତାମିଲ ସିନେମାର ଶାସକ ସୁପରଷ୍ଟାର ଥିଲେ, ରୋମାନ୍ସର ସର୍ବପ୍ରଥମ ରାଜକୀୟ ରାଣୀମାନଙ୍କ ମଧ୍ୟରୁ ଜଣେ ଏବଂ କିମ୍ବଦନ୍ତୀ ଯିଏକି ଆଜି ପର୍ଯ୍ୟନ୍ତ ପ୍ରିୟ ଏବଂ ସମ୍ମାନିତ । ଜୟଲଳିତାଙ୍କ ବାୟୋପିକର ଚେହେରା ଏବଂ ଅନୁଭବକୁ ବୁଝିବା ପାଇଁ ଆମେ ବ୍ୟାପକ ଅନୁସନ୍ଧାନ କରିଥିଲୁ ଏବଂ ସେହି ଅନୁଯାୟୀ ପରଦାରେ ସମାନ ନକଲ କରିବାକୁ ଚେଷ୍ଟା କରିଥିଲୁ ।’

ପ୍ରକାଶ ଥାଉକି, ଚଳିତ ମାସ 23ରେ ରିଲିଜ ହେବାକୁ ଯାଉଛି ‘ଥଲାଇଭି’ । ହିନ୍ଦୀ ବ୍ୟତୀତ ଫିଲ୍ମ ତାମିଲ ଓ ତେଲୁଗୁରେ ରିଲିଜ କରିବେ ମେକର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.