ETV Bharat / science-and-technology

ଇଲେକଟ୍ରୋନିକ୍ସ ଶୋ' CES ଉଦଘାଟିତ, ଏଆଇ ଗ୍ୟାଜେଟସ୍ ମୁଖ୍ୟ ଆକର୍ଷଣ

author img

By ETV Bharat Odisha Team

Published : Jan 14, 2024, 8:45 AM IST

ବିଶ୍ବର ସର୍ବବୃହତ ଇଲେକଟ୍ରୋନିକ ସୋ ସିଇଏସ ଉଦଘାଟିତ , ଏଆଇ ଗ୍ୟାଜେଟସ ମୁଖ୍ୟ ଆକର୍ଷଣ
ବିଶ୍ବର ସର୍ବବୃହତ ଇଲେକଟ୍ରୋନିକ ସୋ ସିଇଏସ ଉଦଘାଟିତ , ଏଆଇ ଗ୍ୟାଜେଟସ ମୁଖ୍ୟ ଆକର୍ଷଣ

CES 2024: ସିଇଏସ ବିଶ୍ବର ମେଗା ଟ୍ରେଡ ଶୋ' ଯେଉଁଥିରେ ଟେକ୍ନୋଲୋଜି ଦୁନିଆ ନିଜର ନୂତନ ପ୍ରଡକ୍ଟର ଲଞ୍ଚ ଓ ପ୍ରମୋସନ କରିଥାନ୍ତି । ଏହି ବାର୍ଷିକ କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ଦେଶ ଓ ୧,୩୦,୦୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଞ୍ଜୁମର ଇଲେକଟ୍ରୋନିକ୍ସ ଶୋ'- ସିଇଏସ ବିଶ୍ବର ମେଗା ଟ୍ରେଡ ଶୋ' ଅଟେ । ଯେଉଁଥିରେ ଟେକ୍ନୋଲୋଜି ଦୁନିଆ ନିଜର ନୂତନ ପ୍ରଡକ୍ଟର ଲଞ୍ଚ ଓ ପ୍ରମୋସନ ଦ୍ବାରା ନୂଆବର୍ଷର ଉତ୍ସବ ପାଳନ କରିଥାନ୍ତି । ସିଇଏସର ଆୟୋଜକ କଞ୍ଜୁମର ଟେକ୍ନୋଲୋଜି ଆସୋସିଏସନ (ସିଟିଏ) ଅନୁସାରେ ଏହି ବାର୍ଷିକ କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ଦେଶ ଓ ୧,୩୦,୦୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଏଥିରେ ୪୦୦୦ରୁ ଅଧିକ ପ୍ରଦର୍ଶକ ସାମିଲ ହୋଇଥିଲେ ଯେଉଁଥିରେ ୧୨୦୦ରୁ ଅଧିକ ଷ୍ଟାର୍ଟଅପ ମଧ୍ୟ ସାମିଲ ଅଛି ।

ଏହି ଟେକ୍ ଶୋ'ରେ ବିଭିନ୍ନ ବ୍ରାଣ୍ଡର ଲ୍ୟାପଟପ, ଟ୍ୟାବଲେଟ, ହ୍ୟାଣ୍ଡ ହେଲ୍ଡ ଡିଭାଇସ, ମିକ୍ସଡ ରିଆଲିଟି ହେଡସେଟ, ଏଆଇ ପରିଚାଲିତ କାର ଏବଂ ସ୍ମାର୍ଟ ହୋମ ଗ୍ୟାଜେଟସ୍ ବହୁଳ ଭାବେ ପ୍ରଦର୍ଶିତ ହୋଇଥିଲା । ଏଗୁଡିକ ମଧ୍ୟରେ କୃତ୍ରିମ ବୁଦ୍ଧିମତା ବା ଏଆଇ ଦ୍ବାରା ସଂଚାଳିତ ଗ୍ୟାଜେଟଗୁଡିକ ଦର୍ଶକଙ୍କ ଦ୍ବାରା ବିପୁଳ ଆଦୃତି ପାଇବା ସହ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ସେହିପରି ଏହି ଶୋ'ରେ ଟ୍ରାନ୍ସପାରେଣ୍ଟ ଟିଭିଠୁ ଆରମ୍ଭ କରି ମନମୋହକ ରୋବଟ, ନୂତନ ପିଢିର ଇଲେକ୍ଟ୍ରିକ ଯାନବାହନ ଓ ଡ୍ରୋନଠୁ ଆରମ୍ଭ କରି ହେଲ୍‌ଥ ସମ୍ବନ୍ଧିତ ନୂତନ ଉଦ୍ଭାବନ ନୂତନ ଭାବେ ପ୍ରଦର୍ଶିତ ହୋଇଥିଲା । ସେହିପରି ସୋନି କମ୍ପାନୀର ମିକ୍ସଡ ରିଆଲିଟି ହେଡସେଟ ଏ ବର୍ଷ ଶେଷ ବେଳକୁ ମାର୍କେଟରେ ଲଞ୍ଚ ହେବ ବୋଲି କମ୍ପାନୀ କହିଛି ।

ଏହା ମଧ୍ୟ ପଢନ୍ତୁ... ଆସିଲା ଆମାଜନ ଗ୍ରେଟ ରିପବ୍ଲିକ ଡେ ସେଲ, ଲାପଟପରେ ମିଳୁଛି ଧମାକାଦାର ରିହାତି

ଏହା ସହ ଗତ ବର୍ଷ ପ୍ରଦର୍ଶିତ ହୋଇଥିବା ଆପଲର କମ୍ପ୍ୟୁଟିଂ ହେଡସେଟ୍ ଏ ବର୍ଷ ଫେବୃଆରୀ ଆରମ୍ଭରୁ ମାର୍କେଟରେ ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ସେହିପରି ଟେକ ବିଶେଷଜ୍ଞ ସୌରଭ ନ୍ୟାଲକାଲକର କହିଛନ୍ତି ଯେ, ଆପଲ ଓ ସୋନି କମ୍ପ୍ୟୁଟିଂ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଅନ୍ୟ କମ୍ପାନୀ ଯେମିତି ମାଇକ୍ରୋସଫ୍ଟ ଏବଂ ମେଟା ପ୍ଲାଟଫର୍ମର ଆଗାମୀ ଯୋଜନା ଓ ପ୍ରଡକ୍ଟକୁ ନେଇ ଟେକ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଜାଗ୍ରତ କରିବ ।

ସେହିପରି ସାମସଙ୍ଗର ବରିଷ୍ଠ ଅଧିକାରୀ ତଥା ଡିଭାଇସ ଏକ୍ସପେରିଏନସ୍ ଡିଭିଜନର ଭାଇସ ଚେୟାରମ୍ୟାନ ଜୋଙ୍ଗ ହି କହିଛନ୍ତି ଯେ, ଆମ କମ୍ପାନୀ କିପରି ଏଆଇ କନେକ୍ସନ ଗ୍ୟାଜେଟମାନଙ୍କ ଦ୍ବାରା ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ଆହୁରି ଉନ୍ନତ ଓ ସରଳ କରିବା ପାଇଁ ପ୍ରୟାସରତ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.