ETV Bharat / science-and-technology

ଟ୍ବିଟରରୁ ହଟିବ ଦେଢ କୋଟି ନିଷ୍କ୍ରିୟ ଆକାଉଣ୍ଟ୍‌

author img

By

Published : Dec 9, 2022, 4:47 PM IST

ଟ୍ବିଟରରୁ ହଟିବ ଦେଢ କୋଟି ନିଷ୍କ୍ରିୟ ଆକାଉଣ୍ଟ୍‌
ଟ୍ବିଟରରୁ ହଟିବ ଦେଢ କୋଟି ନିଷ୍କ୍ରିୟ ଆକାଉଣ୍ଟ୍‌

ବର୍ଷ ବର୍ଷ ଧରି ନିଷ୍କ୍ରିୟ ହୋଇ ପଡିଥିବା ଅର୍ଥାତ୍ କାର୍ଯ୍ୟକାରୀ ହେଉନଥିବା ଦେଢ କୋଟି ଟ୍ବିଟର ଆକାଉଣ୍ଟ୍ ହେବ ଡିଲିଟ୍(Twitter deleting 1.5 bn inactive accounts) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଟ୍ବିଟରରୁ ଡିଲିଟ୍ ହୋଇଯିବ ଦେଢ କୋଟି ଆକାଉଣ୍ଟ୍(Twitter deleting 1.5 bn inactive accounts) । ବର୍ଷ ବର୍ଷ ଧରି ନିଷ୍କ୍ରିୟ ହୋଇ ପଡିଥିବା ଅର୍ଥାତ୍ କାର୍ଯ୍ୟକାରୀ ହେଉନଥିବା 1.5 ବିଲିୟନ୍ ଆକାଉଣ୍ଟ୍ ଡିଲିଟ୍ କରାଯିବା ନେଇ ଟ୍ବିଟର ନୂଆ ମାଲିକ ଏଲନ ମସ୍କ ଘୋଷଣା କରିଛନ୍ତି । ଦୀର୍ଘ ଦିନ ଧରି ଲଗ୍ ଇନ୍ ହୋଇନଥିବା କିମ୍ବା କୌଣସି ଟ୍ବିଟ୍ ହୋଇନଥିବା ଆକାଉଣ୍ଟ ଏହି ତାଲିକାରେ ଥିବା କହିଛନ୍ତି ମସ୍କ ।

ମସ୍କ ଏହା ମଧ୍ୟ କହିଛି ଯେ, ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମ ଉପଭୋକ୍ତାମାନଙ୍କୁ ଏ ବାବଦରେ ଜଣାଇବା ପାଇଁ ଏକ ପ୍ରକ୍ରିୟା ଉପରେ କାର୍ଯ୍ୟ କରୁଛି, ଯାହା "shadow banning" ନାମରେ ଜଣାଶୁଣା । ଏହି ଫିଚର୍ସ ମାଧ୍ୟମରେ ବ୍ୟବହାରକାରୀ ଜାଣିପାରିବେ ଯେ, ସେମାନଙ୍କ ଆକାଉଣ୍ଟ୍ ଡିଲିଟ୍ ତାଲିକାରେ ଅଛିକି ନାହିଁ ଏବଂ ସେମାନେ ଡିଲିଟ୍ ନକରିବାକୁ ଆବେଦନ କରିପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ୱିଟର ଏକ ସଫ୍ଟୱେୟାର ଅପଡେଟ୍ ଉପରେ ମଧ୍ୟ କାମ କରୁଛି, ଯାହା ଟୃ(ସଠିକ୍) ଆକାଉଣ୍ଟ ବୋଲି ଶୋ' କରିବ । ଏହା ଦ୍ବାରା ମଧ୍ୟ ଆପଣଙ୍କ ଆକାଉଣ୍ଟ shadow banning ହୋଇଛିକି ନାହିଁ ବୋଲି ଜାଣିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.