ETV Bharat / science-and-technology

Truecaller New Feature: ରିସିଭ୍ ନକରିବି ଜାଣିପାରିବେ କିଏ କରୁଛନ୍ତି କଲ୍

author img

By

Published : Apr 13, 2023, 4:19 PM IST

Truecaller New Feature
Truecaller New Feature

ଟ୍ରୁକଲର୍ ଆଣୁଛି ଲାଇଭ୍ କଲର୍ ଆଇଡି ଫିଚର୍ । ଏଣିକି ରିସିଭ୍ ନକରିବି ଜାଣିପାରିବେ କିଏ କରୁଛନ୍ତି କଲ୍ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲାଇଭ୍ କଲର୍ ଆଇଡି ଫିଚର୍ ଆଣୁଛି ଅଗ୍ରଣୀ କଲର୍ ଆଇଡେଣ୍ଟିଫିକେସନ୍(ପରିଚୟ ଚିହ୍ନଟ) ଆପ୍ ଟ୍ରୁକଲର୍ । ଇନକମିଂ କଲ୍ ଆସିବା ସମୟରେ ହିଁ ପଚାରି ବୁଝିପାରିବେ, କିଏ କଲ୍ କରୁଛନ୍ତି । ଏହି ସୁବିଧା ଭାରତ ସମେତ ବିଶ୍ବର ଅନ୍ୟ ଦେଶଗୁଡିକରେ ଆରମ୍ଭ ହୋଇଛି । ହେଲେ କେବଳ ଆଇଫୋନ୍ ପ୍ରିମିୟମ୍ ଗ୍ରାହକମାନେ ଟ୍ରୁକଲର୍‌ର ଏହି ସୁବିଧା ପାଇପାରିବେ ।

ଟ୍ରୁକଲର୍‌ ଭାରତର ପରିଚାଳନା ନିର୍ଦ୍ଦେଶକ ଋଷିତ ଝୁନଝୁନୱାଲା କହିଛନ୍ତି ଯେ, "ଏହି ସୁବିଧା ପାଇଁ ଆପ୍ ଏକ ସିରି ସର୍ଟକଟ୍ ଲଞ୍ଚ କରିଛି । ଆମେ ଆଇଫୋନରେ ଦୃଢତା ଦେଖୁଛୁ ଏବଂ ପ୍ଲାଟଫର୍ମ ମଧ୍ୟରେ ନୂଆ ନୂଆ ଫିଚର୍ସ ପାଇଁ କ୍ରମାଗତ ଭାବରେ ଅଭିନବ ପ୍ରୟାସ କରୁଛୁ । ଏହି ସିରି ଲାଇଭ୍ କଲର୍ ଆଇଡି କ୍ରିଏଟ୍ କରିବା ପାଇଁ ଆମ ଟିମ୍ ଅନେକ ସୃଜନଶୀଳତା ବ୍ୟବହାର କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ:- ବ୍ଲଡ୍ ପ୍ଲାଜମାରୁ ଜଣାପଡିବ କୋଭିଡ ସଂକ୍ରମିତଙ୍କ ଗମ୍ଭୀରତା ଓ ମୃତ୍ୟୁ ଆଶଙ୍କା: ଅନୁସନ୍ଧାନ

ଏହି ଫିଚର୍ସ ସେଟ୍ ଅପ୍ କରିବାକୁ ହେଲେ, ଉପଭୋକ୍ତାଙ୍କୁ ଆପ୍ ମଧ୍ୟରେ ଥିବା ପ୍ରିମିୟମ୍ ଟ୍ୟାବ୍କୁ ଯାଇ 'ଆଡ୍ ଟୁ ସିରି' ଉପରେ କ୍ଲିକ୍ କରିବାକୁ ପଡିବ । ଏହାପରେ ଯେତେବେଳେ ଇନକମିଂ କଲ୍ ଆସିବ ସେତେବେଳେ କେବଳ 'ହାଏ ସିରି, 'ସର୍ଚ୍ଚ ଟ୍ରୁକଲର୍' କହିବେ । ଏହାପରେ ତତ୍‌କ୍ଷଣାତ୍ ଆପ୍ ଆପଣଙ୍କୁ କଲ୍ କରୁଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ପ୍ରଦାନ କରିବ । ଏହି ସୂଚନା କଲିଂ ସ୍କ୍ରିନ୍‌ର ଉପରି ଭାଗରେ ପ୍ରଦର୍ଶନ ହେବ ।

ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଥଣ୍ଡା, ଜ୍ବର ସମୟରେ ରେଡ୍ ୱାଇନ୍ ସମେତ ଏହି ସବୁ ଖାଦ୍ୟର ପାଖ ମାଡନ୍ତୁନି

କମ୍ପାନୀ କହିଛି, "ଏହି ନୂତନ ଫିଚର୍ସ ଟ୍ରୁକାଲର୍ ପ୍ରିମିୟମ୍ ଗ୍ରାହକମାନଙ୍କ ପାଇଁ iOS 16 ଏବଂ ନୂଆ ଡିଭାଇସରେ ଉପଲବ୍ଧ ହେବ । ଏହା ସେକେଣ୍ଡ ମଧ୍ୟରେ ଦ୍ରୁତ ଏବଂ ସଠିକ୍ ଫଳାଫଳ ପ୍ରଦାନ କରିବାକୁ ସିରି ସର୍ଟକଟ୍ ଏବଂ ଆପ୍ ଇଣ୍ଟେଣ୍ଟସ୍ ବ୍ୟବହାର କରିଥାଏ ।" ସିରି ସହିତ ଲାଇଭ୍ କଲର୍ ID ସମଗ୍ର ଟ୍ରୁକଲର୍ ଡାଟାବେସ୍ ମଧ୍ୟ ସର୍ଚ୍ଚ କରିବ, ଯେପରି ଆଣ୍ଡ୍ରଏଡ ଟ୍ରୁକଲର୍‌ରେ ଉପଲବ୍ଧ ଥାଏ ।

ଟ୍ରୁକଲର୍ ଏହାର ସ୍ପାମ୍ ଚିହ୍ନଟ କ୍ଷମତାକୁ ମଧ୍ୟ ବ୍ୟବହାରକାରୀଙ୍କୁ ସ୍ପାମ୍ କଲ୍‌ ଚିହ୍ନଟ ଏବଂ ସୁରକ୍ଷା ଦେବା ପାଇଁ ଅପଡେଟ୍ କରିଛି । ପ୍ରିମିୟମ୍ ଗ୍ରାହକମାନେ ସ୍ପାମ୍ ତାଲିକାରେ ସ୍ୱୟଂଚାଳିତ ଅପଡେଟ୍ ଗ୍ରହଣ କରିବେ । ବିଶ୍ବସ୍ତରରେ ଟ୍ରୁକଲରର 338 ନିୟୁତ ସକ୍ରିୟ ଉପଭୋକ୍ତା ଅଛନ୍ତି, ଲଞ୍ଚ ହେବା ପରଠାରୁ ଏକ ବିଲିୟନରୁ ଅଧିକ ଡାଉନଲୋଡ୍ ହୋଇସାରିଛି । ତେବେ ଏହି ସୁବିଧା ଆଗକୁ ଟ୍ରୁକଲର୍‌ର ଲୋକପ୍ରିୟତାକୁ ବୃଦ୍ଧି କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.