ETV Bharat / science-and-technology

Samsung Galaxy S23 FE vs Pixel 8 Pro: କେଉଁ ଫୋନ କିଣିଲେ ଫାଇଦା ? ଜାଣନ୍ତୁ...

author img

By ETV Bharat Odisha Team

Published : Oct 6, 2023, 12:47 PM IST

Samsung Galaxy S23 FE vs Pixel 8 Pro
Samsung Galaxy S23 FE vs Pixel 8 Pro

ଉଭୟ ସାମସଙ୍ଗ ଏବଂ ଗୁଗଲ ଲାଟେଷ୍ଟ ସ୍ମାର୍ଟଫୋନ ଲଞ୍ଚ କରିଥିବା ବେଳେ ଡିସକାଉଣ୍ଟ ମଧ୍ୟ ପ୍ରଦାନ କରୁଛିନ୍ତି ।ତେବେ ଜାଣନ୍ତୁ କେଉଁଟା କମ ମୂଲ୍ୟରେ ବେଷ୍ଟ ଫିଚର ଫୋନ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଜାରି ରହିଛି ପାର୍ବଣ ଋତୁ । ଆଉ କିଛି ଦିନ ପରେ ଶାରଦୀୟ ଦୁର୍ଗାପୂଜା ହେବାକୁ ଥିବା ବେଳେ ପୂଜା ବଜାରରେ ଚାରଚାନ୍ଦ ଲଗାଇବା ପାଇଁ ଲଞ୍ଚ ହେଉଛି ସ୍ମାର୍ଟଫୋନ । ଦରଦାର ଫିଚର ସାଙ୍ଗକୁ ସ୍ପେସିଫିକେସନ ନେଇ କମ୍ପାନୀମାନେ ସ୍ମାର୍ଟଫୋନର ଲଞ୍ଚ୍‌ ଜାରି ରଖିଛନ୍ତି । ଅନ୍ୟପଟେ ଗ୍ରାହକଙ୍କ ସୁବିଧା ପାଇଁ ବା କମ ମୂଲ୍ୟରେ ବ୍ରାଣ୍ଡ ଜିନିଷ କିଣିବା ପାଇଁ ଇ-କମର୍ସ ସାଇଟରେ ବିଗ ବିଲିୟନ ଏବଂ ଫେଷ୍ଟିଭ୍‌ ସେଲ ଆରମ୍ଭ ହେବାକୁ ଯାଉଛି । ଯାହାକି ପୂଜା ସପିଂକୁ ନେଇ ଦ୍ବିଗୁଣିତ କରିବ ।

ତେବେ ଗୋଟିଏ ସପ୍ତାହ ମଧ୍ୟରେ ଏକାଧିକ ସ୍ମାର୍ଟଫୋନ ଲଞ୍ଚ ହୋଇଛି । କେଉଁଟା ସର୍ବତ୍ତୋମ ଜାଣିବାରେ ଦ୍ବନ୍ଦ୍ୱରେ ରହୁଛନ୍ତି ଗ୍ରାହକ । ଗତ ଅକ୍ଟୋବର 4ରେ ସାମସଙ୍ଗ ଗାଲାକ୍ସି S23 FE ଏବଂ ଗୁଗଲ ପିକ୍ସେଲ 8 ପ୍ରୋ' ଲଞ୍ଚ କରିଛି । ତେବେ ଯଦି ଆପଣ ମଧ୍ୟ ଏହି ଦୁଇ ଫୋନକୁ ନେଇ ଦ୍ବନ୍ଦରେ ରହିଛନ୍ତି ସେବେ ଜାଣନ୍ତୁ ପୁରା ତଥ୍ୟ । ଦାମ, ଫିଚର, ସ୍ପେସିଫିକେସନରେ କେଉଁଟା ସବୁଠାରୁ ବେଷ୍ଟ ଫୋନ୍‌

Samsung Galaxy S23 FE ଏବଂ Pixel 8 Proର ଦାମ: ସାମସଙ୍ଗ ଗାଲାକ୍ସି S23 FEକୁ 79 ହଜାର 999 ଟଙ୍କାରେ ଲଞ୍ଚ କରିଛି। ଯାହା ଉପରେ ବର୍ତ୍ତମାନ 20 ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି । ଫଳରେ ସାମସଙ୍ଗ ଗାଲାକ୍ସି S23 FEକୁ 59 ହଜାର 999 ଟଙ୍କାରେ କିଣି ହେବ । ତେବେ ଏଥିରେ EMI ସୁବିଧା ମଧ୍ୟ ରହିଛି । ମାସିକ 2 ହଜାର 909 ଦେଇ ମଧ୍ୟ ଆପଣ EMIରେ ଆପଣ ଏହି ଫୋନ୍‌ କିଣିପାରିବେ । ଅନ୍ୟପଟେ ପିକ୍ସେଲ୍‌ 8 ପ୍ରୋ'କୁ କମ୍ପାନୀ 93 ହଜାର 999 ଟଙ୍କାରେ ଲଞ୍ଚ କରିଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 9 ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ୍‌ ଡିସ୍‌କାଉଣ୍ଟ, 4000 ଟଙ୍କାର ଆଡିସନାଲ ଏକ୍ସଚେଞ୍ଜ ଅଫର ରହିଛି ।

Samsung Galaxy S23 FEର ଫିଚର: ଏହି ଫୋନକୁ ଆଇକନ୍‌ ଡିଜାଇନରେ ଲଞ୍ଚ୍‌ କରିଛି କମ୍ପାନୀ । ଏଥିରେ 6.4 ଇଞ୍ଚର ଡାଇନାମିକ ଆମୋଲେଡ୍‌ 2X ଡିସପ୍ଲେ ଦିଆଯାଇଛି । ଏହାର ରିଫ୍ରେସ୍‌ ରେଟ୍‌ 120 ହର୍ଜ ଅଟେ । ଏହାସହିତ ଏହି ଫୋନ୍‌ 4nm ଆଧାରିତ ଅକ୍ଟା କୋର ଏକ୍ସିନୋସ 2200 ପ୍ରୋସେସରରୁ କମ୍‌ ଅଟେ । ଏହାସହିତ IP68 ଓ୍ବାଟର୍‌ ଏବଂ ଡଷ୍ଟ୍‌ ରେଜିଷ୍ଟାଣ୍ଟ୍‌ ରହିଛି । ଏଥିରେ ରିସାଇକଲ୍‌ଡ୍‌ ଏବଂ ପ୍ୟାକେଜିଂ ସୁବିଧା କରାଯାଇଛି । ଏହି ଫୋନ୍‌ରେ ପ୍ରୋ' ଗ୍ରେଡ୍‌ କ୍ୟାମେରା ଦିଆଯାଇଛି । ଯେଉଁଥିରେ 50MP ହାଇ ରିଜୋଲ୍ୟୁସନ୍‌ ଲେନ୍ସ ରହିଛି । ଅଲଟ୍ରାଓ୍ବାଇଡ୍‌ ଲେନ୍ସ ସହିତ 12 ମେଗାପିକ୍ସଲ୍‌ ସେନ୍ସର ଏବଂ 8 ମେଗାପିକ୍ସିଲ ଟେଲିଫଟୋ କ୍ୟାମେରା ରହିଛି । 10 ମେଗାପିକ୍ସଲ ଫ୍ରଣ୍ଟ୍‌ କ୍ୟାମରା ସେନ୍ସର ରହିଛି । ଏହି ଫୋନ୍‌ ଆଣ୍ଡ୍ରୋଏଡ୍‌ 13ରେ କାମ କରୁଛି । ଏହାକୁ 2 ଭାରିଏଣ୍ଟରେ ଲଞ୍ଚ କରାଯାଇଛି । ଗୋଟିଏରେ 8GB-128GB ରହିଥିବା ବେଳେ ଅନ୍ୟଟିରେ 8GB-256GB ରହିଛି । ଏହି ଫୋନ୍‌ରେ 4500mAh ବ୍ୟାଟେରୀ ସହିତ 25W ଓ୍ବାଇଡ୍‌ ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । କନେକ୍ଟିଭିଟି ପାଇଁ ଏଥିରେ ଓ୍ବାଇଫାଇ, ଜିପିଏସ ଏବଂ ବ୍ଲୁଟୁଥ 5.3 କନେକ୍ଟିଭିଟିର ସୁବିଧା ରହିଛି । ଏହାସହ ଡଷ୍ଟ ପ୍ରତିରୋଧ ପାଇଁ IP68 ରେଟିଂ ରହିଛି । ଏହାର ଓଜନ 209 ଗ୍ରାମ ଅଟେ ।

ଏହା ମଧ୍ୟ ପଢନ୍ତୁ: Pixel 8 Pro vs iPhone 15 Pro: କଣ ରହିଛି ଅନ୍ତର, କାହାର ଫଚର ଭଲ ଜାଣନ୍ତୁ

Pixel 8 Pro ଫିଚର ଏବଂ ସ୍ପେସିଫିକେସନ: ପିକ୍ସେଲ 8 ପ୍ରୋରେ 120Hz ରିଫ୍ରେସ ରେଟ ସହିତ 6.7 ଇଞ୍ଚର Super Actua ଡିସପ୍ଲେ ରହିଛି । ଏଥିରେ 2400 ନିଟ୍ସର ପିକ ବ୍ରାଇଟନେସ ରହିଛି । ଏହି ଦୁଇଟି ସ୍ମାର୍ଟଫୋନ ଗୁଗଲର ଇନହାଉସ Tensor G3 ଚିପସେଟରେ କାମ କରେ । ପିକ୍ସେଲ 8 ପ୍ରୋ'ରେ ଟ୍ରିପଲ କ୍ୟାମେରା ସେଟଅପ୍‌ ରହିଛି । ଯେଉଁଥିରେ 48MP ଅଲଟ୍ରାଓ୍ବାଇଡ୍‌, 50MP ଓ୍ବାଇଡ ଲେନ୍ସ ଏବଂ 48MPର ଟେଲିଫଟୋ ଲେନ୍ସ 5X ଅପ୍ଟିକାଲ ଜୁମ କରିବାର ସୁବିଧା ରହିଛି । ଫ୍ରଣ୍ଟରେ 10.5MPର କ୍ୟାମେରା ରହିଛି । ତେବେ ପ୍ରୋ' ମଡେଲରେ ଏକ ଟେମ୍ପ୍ରେଚର ସ୍ପେନ୍ସର ମିଳିଥାଏ । ଯାହା ସାହାଯ୍ୟରେ ଆପଣ ନିଜ ଶରୀରର ତାପମାତ୍ରା ମଧ୍ୟ ମାପି ପାରିବେ । ଅନ୍ୟପଟେ ପିକ୍ସେଲ ଏକ୍ସ ପ୍ରୋ'ରେ 5050 ଏମଏଚ ବ୍ୟାଟେରୀ ଏବଂ 30 ଓ୍ବାଟ୍‌ର ଫାଷ୍ଟ ଚାର୍ଜିଂର ସୁବିଧା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.