ETV Bharat / science-and-technology

Samsung Galaxy: ଖୁବ୍‌ଶୀଘ୍ର ଲଞ୍ଚ ହେବ ସାମସଙ୍ଗ ଗାଲାକ୍ସି M14 5G ସ୍ମାର୍ଟଫୋନ୍

author img

By

Published : Apr 19, 2023, 8:07 AM IST

Etv Bharat
Etv Bharat

ଆସନ୍ତା 21 ରେ ଭାରତରେ ସାମସଙ୍ଗ ଗାଲାକ୍ସି M14 5G ସ୍ମାର୍ଟଫୋନ୍ ବିକ୍ରୟ ଆରମ୍ଭ । ଜାଣତୁ କଣ ରହିଛି ସୁବିଧା ଓ ବଜାର ମୂଲ୍ୟ...

ନୂଆଦିଲ୍ଲୀ: ଆଗକୁ ଆସୁଛି ସାମସଙ୍ଗ ଗାଲାକ୍ସି M14 5G ସ୍ମାର୍ଟଫୋନ୍ । 50MP ଟ୍ରିପଲ୍ କ୍ୟାମେରା, 6000mAh ବ୍ୟାଟେରୀ, 5nm ପ୍ରୋସେସର୍ ଏବଂ ଅନେକ ଫିଚର୍ସ ସହିତ ଗାଲାକ୍ସି M14 5G ସ୍ମାର୍ଟଫୋନ୍ ଲଞ୍ଚ ନେଇ ସୋମବାର(ଅପ୍ରେଲ 17)ରେ ଘୋଷଣା କରିଛି କମ୍ପାନୀ । ଏହି ସ୍ମାର୍ଟଫୋନ୍ ତିନୋଟି କଲର୍ ଆଇସି ସିଲଭର, ବେରୀ ବ୍ଲୁ ଏବଂ ସ୍ମୋକି ଟିଲ୍ ରହିଛି ।

ସାମସଙ୍ଗ ଇଣ୍ଡିଆର ମୋବାଇଲ୍ ବ୍ୟବସାୟ ନିର୍ଦ୍ଦେଶକ ରାହୁଲ ପହୱା କହିଛନ୍ତି, "2019ରେ ଆରମ୍ଭ ହେବା ଦିନ ଠାରୁ ଗାଲାକ୍ସି ଏମ୍ ସିରିଜ୍ ଭାରତରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ପସନ୍ଦ ସହ ଆଦୃତି ଲାଭ କରିଛି । ଗ୍ରାହକଙ୍କ ପସନ୍ଦକୁ ନେଇ ଆମେ ଗାଲାକ୍ସି M14 5G ଉପସ୍ଥାପନ କରି ଖୁସି ଅନୁଭବ କରୁଛୁ । ଗର୍ବିତ, ତାହା ହେଉଛି ଏକ ସେଗମେଣ୍ଟ ବ୍ୟାଘାତକାରୀ ।"

ଏହାର ବଜାର ମୂଲ୍ୟ ଫୁଲ୍ HD + 90Hz ଡିସପ୍ଲେ ସହିତ 6.6 ଇଞ୍ଚର ଗାଲାକ୍ସି M14 5Gର ମୂଲ୍ୟ 13,490 ଟଙ୍କା(4 + 128GB) ଏବଂ 6+ 128GB ଭାରିଆଣ୍ଟ ପାଇଁ 14,990 ଟଙ୍କା ରହିଛି । F1.8 ଲେନ୍ସ ଲୋ କ୍ବାଲିଟି ଫଟୋଗ୍ରାଫିକୁ ହାଇ କ୍ବାଲିଟିରେ ପରିଣତ କରିଥାଏ । ସେଲଫି ପାଇଁ ଡିଭାଇସରେ 13MP ଫ୍ରଣ୍ଟ କ୍ୟାମେରା ରରିଛି । ଏହାର 6000mAh ବ୍ୟାଟେରୀ ସହିତ, ଗାଲାକ୍ସି M14 5G ଥରେ ଚାର୍ଜ କଲେ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥାଏ ବୋଲି କମ୍ପାନୀ କହିଛି । ଗାଲାକ୍ସି M14 5G ର ବିକ୍ରୟ ଏପ୍ରିଲ 21 ମଧ୍ୟାହ୍ନ 12 ଟାରୁ ଆରମ୍ଭ ହେବ ।

Samsung Galaxy
Samsung Galaxy

କମ୍ପାନୀ କହିଛି ଯେ, ସ୍ମାର୍ଟଫୋନ୍ 25W ଫାଷ୍ଟ ଚାର୍ଜିଂକୁ ମଧ୍ୟ ସମର୍ଥନ, କରେ ଯାହା ଶୀଘ୍ର ଫୋନକୁ ରିଚାର୍ଜ କରିପାରିବ । ମଲ୍ଟି ଟାସ୍କିଂ ପାଇଁ ଡିଭାଇସ୍ ସେଗମେଣ୍ଟ-ଅଗ୍ରଣୀ 5nm Exynos 1330 ସଞ୍ଚାଳକ ଦ୍ୱାରା ଚାଳିତ । ଏହା ଏକ ପାୱାର୍-ଏଫିସିଏଣ୍ଟ CPU ଷ୍ଟ୍ରକ୍ଚର୍ ରହିଛି । ଏଥିସହ ଗେମ୍ ପାଇଁ ଉନ୍ନତ ସୁବିଧା ଏବଂ ଇମର୍ସିଭ୍ 3D ଗ୍ରାଫିକ୍ସ ପ୍ରଦାନ କରିଥାଏ । ଗାଲାକ୍ସି M14 5G RAM ପ୍ଲସ୍ ଫିଚର୍ସ ସହିତ 12 GB ପର୍ଯ୍ୟନ୍ତ RAM ସୁବିଧା ରହିଛି ।

ବ୍ୟକ୍ତିଗତ ତଥ୍ୟ ଏବଂ ଆପ୍ଲିକେସନ୍(ଆପ୍) ସଂରକ୍ଷଣ କରିବା ସମୟରେ ଡିଭାଇସ୍ ବର୍ଦ୍ଧିତ ସୁରକ୍ଷା ଏବଂ ଗୋପନୀୟତା ପାଇଁ 'ସିକ୍ୟୋର୍ ଫୋଲ୍ଡର' ରହିଛି । ସାମସଙ୍ଗ ପକ୍ଷରୁ କୁହାଯାଇଛି ଯେ, ଏହା ଗାଲାକ୍ସି M14 5G ପାଇଁ 4 ବର୍ଷ ପର୍ଯ୍ୟନ୍ତ OS ଅପଗ୍ରେଡ୍ ଏବଂ ସିକ୍ୟୁରିଟି ଅପଡେଟ୍ ପ୍ରଦାନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.