ETV Bharat / science-and-technology

Oppo Find N3 Flip vs Samsung Galaxy Z Flip 5: ଫିଚର-କ୍ୟାମେରାରେ କେଉଁ ଫୋନ ବେଷ୍ଟ ଜାଣନ୍ତୁ

author img

By ETV Bharat Odisha Team

Published : Oct 16, 2023, 6:26 PM IST

smart phone
smart phone

ଫ୍ଲିପ ଫୋନ କିଣିବା ନେଇ ଦ୍ବନ୍ଦ ରହିଛି କି ? ଫିଚର-କ୍ୟାମେରାରେ କେଉଁ ଫୋନ ବେଷ୍ଟ ଜାଣନ୍ତୁ

ହାଇଦ୍ରାବାଦ: ଚୀନର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଓପୋ ନିକଟରେ ଭାରତରେ ଏକ ଫ୍ଲିପ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ 12GB RAM ଏବଂ 256GB ଇଣ୍ଟରନାଲ ଷ୍ଟୋରେଜ୍ ସହିତ Oppo Find N3 Flip ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଫୋନର ମୂଲ୍ୟ 94 ହଜାର 999 ଟଙ୍କା ରହିଛି । ଅନ୍ୟପଟେ ସାମସଙ୍ଗ ପକ୍ଷରୁ ମଧ୍ୟ ଲଞ୍ଚ ହୋଇଛି ଗାଲାକ୍ସି Z Flip 5 । ଏହାର ଦାମ ପାଖାପାଖି 1 ଲକ୍ଷ ଟଙ୍କା ରହିଛି । ଫୋନ କିଣିବା ପାଇଁ ଯୋଜନା କରୁଥିଲେ ଜାଣନ୍ତୁ ଦାମ ଅନୁସାରେ ବେଷ୍ଟ ଫିଚର ।

ଡିଜାଇନ: ଯଦି ଦୁଇଟି ସ୍ମାର୍ଟଫୋନକୁ ତୁଳନା କରିବା ତାହେଲେ ଦୁଇଟି ଫୋନର ଡିଜାଇନ ସମ୍ପୂର୍ଣ୍ଣ ଅଲଗା । ଓପୋ ସ୍ମାର୍ଟଫୋନରେ 3.26 ଇଞ୍ଚର ଆଉଟର ଭର୍ଟିକାଲ୍ ଡିସପ୍ଲେ ରହିଥିବା ବେଳେ ସାମସଙ୍ଗ ଗାଲାକ୍ସିର ଫ୍ଲିପ୍ ଫୋନରେ ଏକ ବଡ଼ କଭର ଡିସପ୍ଲେ ରହିଛି । ଓପୋ ସ୍ମାର୍ଟଫୋନରେ ଆପଣ ଏକ ଆଲର୍ଟ ସ୍ଲାଇଡର୍ ମଧ୍ୟ ପାଇପାରିବେ । ଯାହାକୁ କମ୍ପାନୀ OnePlus ରୁ ଆଣିଛି ।

ଡିସପ୍ଲେ: ଡିସପ୍ଲେ ବିଷୟରେ କହିବାକୁ ଗଲେ, Oppo Find N3 Flip ରେ 6.8 ଇଞ୍ଚ ଡିସପ୍ଲେ ରହିଥିବା ବେଳେ ଗାଲାକ୍ସି Z Flip 5ରେ 6.7 ଇଞ୍ଚ ଡିସପ୍ଲେ ରହିଛି । ଉଭୟ ସ୍କ୍ରିନରେ 120 ରିଫ୍ରସ ରେଟ ଲାଗିଛି । ସାମସଙ୍ଗ ଗାଲାକ୍ସି Z Flip 5ରେ 1750 ନିଟ୍ସର ବ୍ରାଇଟେନ୍ସ ପାଇପାରିବେ ୟୁଜର୍ସ । ଯାହାକୁ ଓପୋ ଠାରୁ ଅଧିକ ଅଟେ । କିନ୍ତୁ ଦିନରେ ଫୋନ ବ୍ୟବହାର ସମୟରେ ଦୁଇଟି ଫୋନର ଅଭିଜ୍ଞତା ସମାନ ରହିବ । ସାମସଙ୍ଗ ଫୋନ ସନଲାଇଟରେ ମଧ୍ୟ ଉଜ୍ବଳ ଦେଖାଯିବ।

କ୍ୟାମେରା ଏବଂ ବ୍ୟାଟେରୀ: Oppo Find N3 Flipରେ କମ୍ପାନୀ ଟ୍ରିପଲ କ୍ୟାମେରା ସେଟଅପ ଦେଇଛି। ଆଜି ଯାଏଁ ଆଉ କୌଣକି ଫ୍ଲିପ ଫୋନରେ ଏହି ସୁବିଧା ଦିଆଯାଇନାହିଁ। ଏଥିରେ 50, 48 ଏବଂ48 ମେଗାପିକ୍ସଲର 3ଟି କ୍ୟାମେରା ଫ୍ରଣ୍ଟରେ 32 ମେଗାଫିକ୍ସଲ କ୍ୟାମେରା ସେଟଅପ ରହିଛି । କ୍ୟାମେରା ପିକ୍ସଲ ଅନୁସାରେ ସାମସଙ୍ଗ ଠାରୁ ଓପୋ ଅଧିକ ଭଲ।

ଏହା ମଧ୍ୟ ପଢନ୍ତୁ: Samsung Galaxy S23 FE vs Pixel 8 Pro: କେଉଁ ଫୋନ କିଣିଲେ ଫାଇଦା ? ଜାଣନ୍ତୁ...

ପରଫୋମେନ୍ସ କଥା କହିବା ତାହାଲେ ସାମସଙ୍ଗ ଫୋନରେ ସ୍ନାପଡ୍ରାଗନ 8ଜେନ 2 ଚିପ ରହିଛି। ଅନ୍ୟପଟେ ଓପୋରେ ମିଡିଆଟେକ ଡାଇମେନସିଟି 9200 ଚିପସେଟ ରହିଛି । ବେଚମାର୍କ ଫିଗର କଥା ଦେଖିବାକୁ ଗଲେ ଦୁଇଟି ଫୋନରେ ଅନେକ ତଫାତ ରହିଛି। କିନ୍ତୁ ରିୟଲ ଓ୍ବାର୍ଲ୍ଡରେ ବ୍ୟବହାର କରିଲେ ଦୁଇଟି ଫୋନର ପରଫୋମେନ୍ସ ସମାନ ଭଳି ଜଣାପଡିବ। ଓପୋରେ 4300 ଏମଏଚ ବ୍ୟାଟେରୀ 44 ଓ୍ବାଟ ଫାଷ୍ଟ ଚାର୍ଜିଂ ସହିତ ମିଳିଥାଏ । ଅନ୍ୟପଟେ ସାମସଙ୍ଗରେ 3700 ଏମଏଚ ବ୍ୟାଟେରୀ 44 ଓ୍ବାଟର ଫାଷ୍ଟ ଚାର୍ଜିଂ ସହିତ ମିଳିଥାଏ। ବ୍ୟାଟେରୀ ମାମଲାରେ ଓପୋ ହେଉଛି ବେଷ୍ଟ ଫୋନ।

କେଉଁ ଫୋନ ବେଷ୍ଟ: ଓପୋ ସ୍ମାର୍ଟଫୋନରେ ବଡ ବ୍ୟାଟେରୀ, ଭଲ କ୍ୟାମେରା ଏବଂ ନୂଆ ଡିଜାଇନ କମ ଦାମରେ ମିଳିଥାଏ। ଅନ୍ୟପଟେ ସାମସଙ୍ଗ ଫୋନରେ ପ୍ରମିୟମ ବିଲ୍ଡ କ୍ବାଲିଟି, ଭଲ ସଫ୍ଟଓ୍ବେର ଏକ୍ସପିରିୟନ୍ସ ଏବଂ କମ୍ପେକ୍ଟ ଫାର୍ମ ଫେକ୍ଟର ମିଳିଥାଏ। ଯଦି ଆପଣ ଭଲ କ୍ୟାମେରା ଫୋନ ଚାହୁଁଛନ୍ତି ତାହେଲେ ଓପୋ ଫୋନରେ ବେଷ୍ଟ ବୋଲି ପ୍ରମାଣିତ ହେବ। ଯଦି ପରଫେମେନ୍ସ ହିସାବରେ ଦେଖିବା ତେବେ ସାମସଙ୍ଗ ବେଷ୍ଟ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.