ETV Bharat / science-and-technology

101 ସେକେଣ୍ଡରେ ମହାକାଶରୁ ପୃଥିବୀକୁ ଆସିଲା HD ଭିଡିଓ, ଏଭଳି କହିଲା ନାସା

author img

By ETV Bharat Odisha Team

Published : Dec 20, 2023, 2:45 PM IST

NASAs Tech Demo Streams First Video
NASAs Tech Demo Streams First Video

NASA's Laser Communications Demo: 101ସେକେଣ୍ଡରେ ମହାକାଶରୁ ପୃଥିବୀକୁ ଆସିଲା ଉଚ୍ଚ ଗୁଣବତ୍ତା ସମ୍ପର୍ଣ୍ଣ HD ଭିଡିଓ । ଏହି କାରଣ ପାଇଁ ଭିଡିଓରେ ସ୍ଥାନ ପାଇଛି ବିଲେଇ ।

ହାଇଦ୍ରାବାଦ: ମହାକାଶରୁ ପୃଥିବୀକୁ ଆସିଲା ଉଚ୍ଚ ଗୁଣାବତ୍ତା ସମ୍ପନ୍ନ ଭିଡିଓ । ନାସା ଏକ ମହାକାଶ ଯାନରୁ ପୃଥିବୀକୁ ଅଲଟ୍ରା ଏଚଡି ଭିଡିଓ ପଠାଇ ନୂଆ ରେକର୍ଡ ସୃଷ୍ଟି କରିଛି । ଏନେଇ 15 ସେକେଣ୍ଡର ଏକ ଭିଡିଓକୁ ନାସା ନିଜ ଏକ୍ସ ପ୍ଲାଟଫର୍ମରେ ସେୟାର କରିଛି । ଏହି ଭିଡିଓରେ ବିଲେଇ ଲେଜର ଲାଇଟମ ବିମକୁ କାବୁ କରିବାକୁ ପ୍ରୟାସ କରୁଥିବା ଦେଖାଯାଇଛି। ତେବେ ଏହି ବିଲେଇର ନାମ ଟାଟର୍ସ ରଖାଯାଇଛି । ନାସା 3.10 କୋଟି କିଲୋମିଟର ଦୂରରୁ ପୃଥିବୀକୁ ଏହି ଭିଡିଓ ପଠାଇବାରେ ସକ୍ଷମ ହୋଇଥିଲା । ତେବେ ଏହି ଭିଡିଓ ପଠାଇବା ସମୟରେ ମହାକାଶ ଯାନଟି ପୃଥିବୀ ଏବଂ ଚନ୍ଦ୍ର ଠାରୁ 80 ଗୁଣ ଅଧିକ ଦୂରରେ ରହିଥିବା ନେଇ କୁହାଯାଇଛି ।

ଏହି 15 ସେକେଣ୍ଡର ଭିଡିଓକୁ ନାସାର ଡିପ ସ୍ପେସ ଅପ୍ଟିକାଲ କମ୍ୟୁନିକେସନ ଏକ୍ସପେରିମେଣ୍ଟ ପକ୍ଷରୁ ସେୟାର କରାଯାଇଛି। ଭିଡିଓକୁ ପଠାଇବାରେ ପ୍ରାୟ 101 ସେକେଣ୍ଡ ସମୟ ଲାଗିଥିବା ନେଇ ନାସା ପକ୍ଷରୁ କୁହାଯାଇଥିଲା । ଏହି ଭିଡିଓକୁ ସାଇକ ମହାକାଶ ଯାନରୁ ଏକ ଲେଜର ଟ୍ରାନ୍ସିଭର ଜରିଆରେ ପୃଥିବୀକୁ ପଠାଯାଇଥିବା ନେଇ କୁହାଯାଇଛି । ପ୍ରକାଶଥାଉକି ଏହି ମହାକାଶଯାନ ମଙ୍ଗଳ ଏବଂ ବୃହସ୍ପତିର ନିକଟରେ ଯାତ୍ରା କରୁଛି । ତେବେ ମନୁଷ୍ୟକୁ ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ଏହି ଟେକନିକର ଉପଯୋଗ କରାଯାଇ ପାରିବ ବୋଲି ବିଶ୍ବାସ କରାଯାଉଛି ।

  • We just streamed the first ultra-HD video brought to you via laser from deep space. And it’s a video of Taters, a tabby cat.

    This test will pave the way for high-data-rate communications in support of the next giant leap: sending humans to Mars. https://t.co/tf2hWxaHWO pic.twitter.com/c1FwybYsxA

    — NASA (@NASA) December 19, 2023 " class="align-text-top noRightClick twitterSection" data=" ">

ଏନେଇ ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ (ଜେପିଏଲ୍)ର ଟେକ୍ ଡେମୋ ପ୍ରୋଜେକ୍ଟ ମ୍ୟାନେଜର ବିଲ୍ କ୍ଲିପଷ୍ଟାଇନ୍ କହିଛନ୍ତି, "ଏହି ଘଟଣାକୁ ଆହୁରି ସ୍ମରଣୀୟ କରିବା ପାଇଁ ଆମେ ଏକ ମଜାଳିଆ ଭିଡିଓ ତିଆରି କରିବୁ । ଏଥିପାଇଁ JPLରେ ଡିଜାଇନରମାନଙ୍କ ସହିତ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ । ମାଇଲ ଦୂରତାରୁ ବ୍ରଡବ୍ୟାଣ୍ଡ ଭିଡିଓ ସେୟାର କରିବା ନାସାର ମୂଳ ଉଦ୍ଦେଶ୍ୟ । କିନ୍ତୁ ସାଇକ ମହାକାଶଯାନରେ ବର୍ତ୍ତମାନ ସୁଦ୍ଧା କୌଣସି ଏଭଳି କୌଶଳ ନାହିଁ। ବର୍ତ୍ତମାନ ରେଡିଓ ତରଙ୍ଗ ସାହାଯ୍ୟରେ ତଥ୍ୟ ଗ୍ରହଣ କରାଯାଇଥାଏ । ତେବେ ଲେଜରର ଉପଯୋଗ କରି ଏହାର ବେଗକୁ 10ରୁ 100 ଗୁଣ ପର୍ଯ୍ୟନ୍ତ ବଢାଯାଇ ପାରେ ।

ଏହା ମଧ୍ୟ ପଢନ୍ତୁ: ନାସା ପାଖରେ ମହାକାଶର କ୍ଷୁଦ୍ର ଗ୍ରହାଣୁ, ଖୋଲିବ ସୌରମଣ୍ଡଳର ରହସ୍ୟ !

ଏହି ଭିଡିଓରେ କାହିଁକି ବିଲେଇକୁ ସ୍ଥାନ ଦିଆଯାଇଛି: ବିଲେଇ ସହିତ ଏହି ଭିଡିଓର ଏକ ଐତିହାସିକ ସଂଯୋଗ ରହିଥିବା ନେଇ ଜେପିଏଲ ପକ୍ଷରୁ କୁହାଯାଇଛି । 1920 ଦଶକରେ ଯେତେବେଳେ ଆମେରିକୀୟମାନଙ୍କର ଟେଲିଭିଜନ ପ୍ରତି ରୁଚି ବଢିଥିଲା, ସତେବେଳେ ଭିଡିଓ ପାଇଁ ସେମାନେ ଏକ ବିଲେଇକୁ ଚୟନ କରିଥିଲେ। ଏହା ବ୍ୟତୀତ ବିଲେଇମାନେ ଇଣ୍ଟରନେଟ୍ ଭିଡିଓ ଏବଂ ମେମ୍ ଦୁନିଆରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ତେଣୁ ଭିଡିଓ ପାଇଁ ବିଲେଇକୁ ଚୟନ କରାଯିବା କଥା କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.