ଖୁବଶୀଘ୍ର ଆର୍ଟେମିସ ପରୀକ୍ଷଣର ତୃତୀୟ ପ୍ରୟାସ କରିପାରେ NASA

author img

By

Published : Sep 9, 2022, 4:09 PM IST

Updated : Sep 9, 2022, 7:27 PM IST

ସେପ୍ଟେମ୍ବର 23/27 ରେ ଆର୍ଟେମିସ ପରୀକ୍ଷଣର ତୃତୀୟ ପ୍ରୟାସ କରିପାରେ NASA

NASA ର ବହୁ ପ୍ରତିକ୍ଷିତ ମୁନ୍ ରକେଟ୍ ଆର୍ଟେମିସ I(NASA Artemis I) ପରୀକ୍ଷଣର ତୃତୀୟ ପ୍ରୟାସ ସେପ୍ଟେମ୍ବର ୨୩ କିମ୍ବା ୨୭ରେ ହୋଇପାରେ । ଅଧିକ ପଢନ୍ତୁ

ନ୍ୟୁୟର୍କ: ଆମେରିକୀୟ ସ୍ପେସ୍ ଏଜେନ୍ସି ନାସାର(American space agency NASA) ବହୁ ପ୍ରତିକ୍ଷୀତ ମୁନ୍ ରକେଟ୍ ଆର୍ଟେମିସ I(NASA Artemis I) ପରୀକ୍ଷଣର ତୃତୀୟ ପ୍ରୟାସ ସେପ୍ଟେମ୍ବର ୨୩ କିମ୍ବା ୨୭ରେ ହୋଇପାରେ । ଚଳିତ ମାସ ୩ ତାରିଖରେ ରକେଟରେ ହାଇଡ୍ରୋଜନ ଲିକ୍ ହେବାରୁ ଉତ୍‌କ୍ଷେପଣକୁ ପୁନର୍ବାର ସ୍ଥଗିତ ରଖାଯାଇଥିଲା । ଏହା ପୂର୍ବରୁ ଅଗଷ୍ଟ ୨୯ରେ ପ୍ରଥମ ପରୀକ୍ଷଣ ସମୟରେ ଚତୁର୍ଥ ଇଞ୍ଜିନରେ ତ୍ରୁଟି ଥିବାରୁ ମଧ୍ୟ ବନ୍ଦ ରହିଥିଲା ପରୀକ୍ଷଣ ।

ବର୍ତ୍ତମାନ ଏକ ଟିମ୍ ସ୍ପେସ୍ ଲଞ୍ଚ ସିଷ୍ଟମ୍(SLS) ରକେଟରେ ଇନ୍ଧନ ସମସ୍ୟା ବାବଦରେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛି । ରକେଟ୍ ଲଞ୍ଚ ପ୍ୟାଡରେ, ଯେଉଁଠାରେ ଲିକ୍ ଚିହ୍ନଟ ହୋଇଥିଲା ଇଞ୍ଜିନିୟରମାନେ ସେହି ସ୍ଥାନର ମରାମତି କରୁଛନ୍ତି । ପ୍ରାକୃତିକ ପରିସ୍ଥିତିରୁ ରକ୍ଷା କରିବା ପାଇଁ ସେମାନେ ଲଞ୍ଚ୍ ପ୍ୟାଡରେ ଏନକ୍ଲୋଜର ନିର୍ମାଣ କାର୍ଯ୍ୟ ଚାଲିଛି ।

୩୨୨ ଫୁଟ (୯୮ ମିଟର) ବିଶିଷ୍ଟ ନାସାର ଏହି ଐତିହାସିକ ରକେଟ୍ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ । ଏଥିରେ ଖାଲି କ୍ରୁ କ୍ୟାପସୁଲ୍ ରହିଛି । ଅର୍ଥାତ୍ ଏହି ଉତ୍‌କ୍ଷେପଣ ମାନବବିହୀନ । ଏହା ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍(SLS), କ୍ୟାପସୁଲ୍ ଚନ୍ଦ୍ରର ଚତୁପାର୍ଶ୍ବକୁ ପଠାଇବାକୁ ଚେଷ୍ଟା କରିବ । ଏହି ତିନି ଟେଷ୍ଟ ଡମିଜରେ ମଣିଷ ରହିବେ ନାହିଁ, କେବଳ ତିନୋଟି ପରୀକ୍ଷା ଡମି ରହିବ ।

ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ୫୦ ବର୍ଷ ପୂର୍ବେ ନାସାର ଆପୋଲୋ କାର୍ଯ୍ୟକ୍ରମ ପରଠାରୁ ଏହା ଚନ୍ଦ୍ରକୁ ଉତ୍‌କ୍ଷେପଣ ହେବାର ପ୍ରଥମ କ୍ୟାପସୁଲ ହେବ । ୪.୧ ବିଲିୟନ ଡ଼ଲାରରେ ନାସାର ଆର୍ଟେମିସ୍ ଚନ୍ଦ୍ର-ଏକ୍ସପ୍ଲୋରେସନ କାର୍ଯ୍ୟକ୍ରମ(NASA's Artemis moon-exploration program) ଗ୍ରୀକ୍ ପୁରାଣ ଅନୁସାରେ ଆପୋଲୋର ଯାଆଁଳା ଭଉଣୀଙ୍କ(Twin Sister) ନାମରେ ନାମିତ କରାଯାଇଛି । ଏହି ପରୀକ୍ଷଣ ଦ୍ବାରା ମହାକାଶଚାରୀମାନେ ୨୦୨୪ ମସିହାରେ ଚନ୍ଦ୍ରର ଚତୁପାର୍ଶ୍ବରେ ପହଞ୍ଚିବା ସହ ୨୦୨୫ରେ ଚନ୍ଦ୍ର ଅବତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Last Updated :Sep 9, 2022, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.