Instagram New Feature: ଏଣିକି 1 ମିନିଟ୍‌ର ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରିପାରିବେ

author img

By

Published : Sep 26, 2022, 2:03 PM IST

Instagram New Feature: ଏଣିକି ଗୋଟେ ମିନିଟ୍‌ର ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରିପାରିବେ

ମେଟା ମାଲିକାନା ଇନଷ୍ଟାଗ୍ରାମ ବିଶ୍ବସ୍ତରରେ ଏକ ନୂତନ ଫିଚର୍ସ ଆଣିବାକୁ ଯାଉଛି(Instagram New Feature) ଯାହା ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଭାବେ ଏକ ମିନିଟ୍ ପର୍ଯ୍ୟନ୍ତ ଷ୍ଟୋରୀ ପୋଷ୍ଟ ପାଇଁ ଅନୁମତି ଦେବ(Uninterrupted Instagram Stories Feature) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏଣିକି 60 ସେକେଣ୍ଡ ପର୍ଯ୍ୟନ୍ତ ଷ୍ଟୋରୀ ପୋଷ୍ଟ କରିପାରିବେ । ମେଟା ମାଲିକାନା ଇନଷ୍ଟାଗ୍ରାମ ବିଶ୍ବସ୍ତରରେ ଏକ ନୂତନ ଫିଚର୍ସ ଆଣିବାକୁ ଯାଉଛି(Instagram New Feature) ଯାହା ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଭାବେ ଏକ ମିନିଟ୍ ପର୍ଯ୍ୟନ୍ତ ଷ୍ଟୋରୀ ପୋଷ୍ଟ ପାଇଁ ଅନୁମତି ଦେବ(Uninterrupted Instagram Stories Feature) । ସମ୍ପ୍ରତି, ଯଦି ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ 60 ସେକେଣ୍ଡର ଷ୍ଟୋରୀ ଅପଲୋଡ କରୁଛନ୍ତି, ତେବେ ଏହାକୁ 15 ସେକେଣ୍ଡ କ୍ଲିପ୍ସରେ ବିଭକ୍ତ କରାଯାଉଛି । ନୂଆ ଫିଚର୍ସ ପରେ ଆଉ ଏପରି କରିବାକୁ ପଡିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ମେଟା ମୁଖପାତ୍ର ଟେକ୍ କ୍ରଞ୍ଚ(TechCrunch)କୁ କହିଛନ୍ତି ଯେ, ବର୍ତ୍ତମାନ, ଆପଣ ଇନଷ୍ଟାଗ୍ରାମ ଷ୍ଟୋରୀଜରେ 60 ସେକେଣ୍ଡର ଭିଡିଓ ପୋଷ୍ଟ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ସବୁବେଳେ ବ୍ୟବହାରକାରୀଙ୍କୁ ଷ୍ଟୋରୀଜ ଅଭିଜ୍ଞତାକୁ ଉନ୍ନତ କରିବାର ଉପାୟ ଉପରେ କାର୍ଯ୍ୟ କରୁଛୁ ।

ଜୁନ୍ ମାସରେ, ଇନଷ୍ଟାଗ୍ରାମ ପୂର୍ବ 60 ସେକେଣ୍ଡ ପରିବର୍ତ୍ତେ 90 ସେକେଣ୍ଡ ପର୍ଯ୍ୟନ୍ତ ରିଲ ପୋଷ୍ଟ ପାଇଁ ଫିଚର୍ସ ଆଣିଥିଲା ​​। ମେଟା ମାଲିକାନା ଫଟୋ-ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ମଧ୍ୟ ଏକ ନୂତନ ଷ୍ଟୋରୀଜ ଲେଆଉଟ୍ ପରୀକ୍ଷା କରୁଛି, ଯାହା ସମସ୍ତ ପୋଷ୍ଟ ସିନ୍ କରିବାକୁ ଏକ ବିକଳ୍ପ ଦେବ । ଉପଭୋକ୍ତାମାନେ ବର୍ତ୍ତମାନ ଏକ ସମୟରେ 100 ଟି ଷ୍ଟୋରୀ ପୋଷ୍ଟ କରିପାରୁଛନ୍ତି ।

ଅପଡେଟ୍ ଫିଚର୍ସରେ ମଧ୍ୟ ସମାନ ସୁବିଧା ରହିବ, କିନ୍ତୁ ଷ୍ଟୋରୀ ସିନ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଅପ୍ସନ ରହିବ । ଯଦି ସେ ସମସ୍ତ ଷ୍ଟୋରୀ ଦେଖିବାକୁ ଚାହାନ୍ତି ତେବେ ତାଙ୍କୁ ଶୋ' ଅଲ୍(Show All) ଅପ୍ସନରେ କ୍ଲିକ୍ କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.