ETV Bharat / science-and-technology

ବଢିବ ଇନଷ୍ଟାଗ୍ରାମ ଷ୍ଟୋରୀର ସମୟସୀମା, ଆସିବାକୁ ଯାଉଛି ନୂଆ ଫିଚର

author img

By ETV Bharat Odisha Team

Published : Nov 20, 2023, 10:55 AM IST

instagram MY Week feature
instagram MY Week feature

Instagram New feature: ବଢିବ ଇନଷ୍ଟାଗ୍ରାମ ଷ୍ଟୋରୀର ସମୟସୀମା। ମାଇ ଓ୍ବିକ ଫିଚର ଉପରେ କାର୍ଯ୍ୟ ଜାରି ରଖିଛି ଇନଷ୍ଟାଗ୍ରାମ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ସାଧାରଣତଃ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଦେଲେ ତାହା 24 ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥାଏ । କିନ୍ତୁ ଖୁବଶୀଘ୍ର ଏହି ସମୟରେ ପରିବର୍ତ୍ତନ କରିପାରେ କମ୍ପାନୀ । ଏହି ସମୟକୁ ବୃଦ୍ଧି କରିବା ପାଇଁ କମ୍ପାନୀ ପକ୍ଷରୁ କାର୍ଯ୍ୟ ଜାରି ରଖିଛି । ୟୁଜର ଏକ୍ସପିରିୟନ୍ସ ବା ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ମେଟା ସୋସିଆଲ ମିଡିଆ ଆପ୍‌ରେ ନୂଆନୂଆ ଫିଚର ଯୋଡ଼ିବାରେ ଲାଗିଛି । ନିୟମିତ ଅନ୍ତରାଳରେ ଫେସବୁକ୍, ଇନ୍‌ଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପରେ କମ୍ପାନୀ ନୂଆ ଅପଡେଟ ଦେଇଥାଏ । ଏହାରି ଭିତରେ କମ୍ପାନୀ ଆଉ ଏକ ଫିଚର ଉପରେ କାର୍ଯ୍ୟ ଜାରି ରଖିଥିବା ନେଇ ସୂଚନା ମିଳିଛି । ଯାହାକି ଖୁବଶୀଘ୍ର ୟୁଜର୍ସ ପାଇଁ ରୋଲଆଉଟ କରାଯିବ । ଏନେଇ ରିବର୍ସ ଇଞ୍ଜିନିୟର Alessandro Paluzzi ଏକ୍ସରେ ଏକ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, "କମ୍ପାନୀ MY Week ନାମକ ଏକ ଫିଚର ଉପରେ କାର୍ଯ୍ୟ ଜାରି ରଖିଛି । ଯାହାକି ଆଗାମୀ ଦିନରେ ବା ଖୁବଶୀଘ୍ର ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯିବ ।"

ଏହା ମଧ୍ୟ ପଢନ୍ତୁ: Instagram: ଆପ୍‌ରେ ଆସିବାକୁ ଯାଉଛି ନୂଆ ଫିଚର, ପୋଷ୍ଟରେ ଫଟୋ ଆଡ୍ କରିପାରିବେ ୟୁଜର୍ସ

ସୂଚନା ଅନୁସାରେ, ମାଇ ଓ୍ବିକ୍‌ ଫିଚର ଦ୍ବାରା ୟୁଜର୍ସ 24 ଘଣ୍ଟା ବଦଳରେ ଅଧିକ ସମୟ ପାଇଁ ଷ୍ଟୋରୀ ସେଟ୍‌ କରିପାରିବେ । ବର୍ତ୍ତମାନ ୟୁଜର୍ସ ଷ୍ଟୋରୀ 24 ଘଣ୍ଟା ପାଇଁ ସେଟ୍‌ କରିପାରୁଥିବା ବେଳେ ଏହି ଫିଚର ଦ୍ବାରା 7 ଦିନ ପର୍ଯ୍ୟନ୍ତ ଫିଜିବଲ ହୋଇପାରିବେ । ତେବେ ଏହାସହ ଡିଲିଟ କିମ୍ବା ଷ୍ଟୋରୀ ଏଡିଟ ମଧ୍ୟ କରିପାରିବେ ।

କେଉଁ ୟୁଜର୍ସ ଅଧିକ ଉପକୃତ ହେବେ: ଯେଉଁମାନେ ଅଧିକ ଟ୍ରାଭେଲ୍‌ ବା ଯାତ୍ରା କରୁଛନ୍ତି ବା ଯେଉଁମାନେ ଷ୍ଟୋରୀ ରିଚ୍ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଅଧିକ ସହାୟକ ହେବ । ଏହାସହ ୟୁଜର୍ସ ଅପକମିଂ ଇଭେଣ୍ଟକୁ ମଧ୍ୟ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇପାରିବେ । କୌଣସି ଏକ ପ୍ରୋଜେକ୍ଟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ୟୁଜର୍ସଙ୍କୁ ବାରମ୍ବାର ଷ୍ଟୋରୀ ଦେବାର ଆବଶ୍ୟକତା ରହିବ ନାହିଁ । କହିରଖୁଛୁ କି, ବର୍ତ୍ତମାନ ଏହି ଫିଚର ଟେଷ୍ଟିଂ ଫେଜ୍‌ରେ ରହିଛି । ଖୁବଶୀଘ୍ର ଏହି ଫିଚର ୟୁଜର୍ସଙ୍କ ପାଇଁ ରୋଲ୍‌ ଆଉଟ ହେବ ।

ପ୍ରକାଶଥାଉକି, ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଉପରେ ମଧ୍ୟ କାର୍ଯ୍ୟ ଜାରି ରଖିଛି । ଏହା ଦ୍ବାରା ୟୁଜର୍ସ ନିଜ ଫ୍ରେଣ୍ଡ୍‌ ଲିଷ୍ଟରେ ରହିଥିବା ବ୍ୟକ୍ତିଙ୍କର ପୋଷ୍ଟରେ କଣ୍ଟେଣ୍ଟ୍‌ ଯୋଡ଼ି ପାରିବେ । ଏହାର ଅର୍ଥ ଯଦି ଆପଣ ନିଜ ଆକାଉଣ୍ଟରେ କୌଣସି ପୋଷ୍ଟ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କ ଫୋଲର୍ସ ଫୋଟ ଏବଂ ଭିଡିଓ ସବ୍‌ମିଟ୍‌ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.