ETV Bharat / science-and-technology

Instagram: ଆପ୍‌ରେ ଆସିବାକୁ ଯାଉଛି ନୂଆ ଫିଚର, ପୋଷ୍ଟରେ ଫଟୋ ଆଡ୍ କରିପାରିବେ ୟୁଜର୍ସ

author img

By ETV Bharat Odisha Team

Published : Oct 30, 2023, 10:35 AM IST

ଖୁବଶୀଘ୍ର ଇନ୍‌ଷ୍ଟାଗ୍ରାମର ନିମ୍ନର ବାମ ପାର୍ଶ୍ବରେ ଏକ ଅପ୍ସନ ପାଇବେ ୟୁଜର୍ସ । ଏହି ଅପ୍ସନକୁ କ୍ଲିକ୍‌ କରି ପୋଷ୍ଟରେ ଫଟୋ ଆଡ୍ କରିପାରିବେ ୟୁଜର୍ସ । ଅଧିକ ପଢ଼ନ୍ତୁ

Instagrams new feature
Instagrams new feature

ହାଇଦ୍ରାବାଦ: ଇନଷ୍ଟାଗ୍ରାମ୍‌ ସର୍ବଦା ୟୁଜର୍ସ ଫ୍ରେଣ୍ଡଲୀ ଫିଚର ଉପରେ କାର୍ଯ୍ୟ କରିଆସୁଛି । କମ୍ପାନୀ ବର୍ତ୍ତମାନ ଏକ ସମାନ ଫିଚର ରୋଲ୍‌ ଆଉଟ୍‌ କରିବାକୁ ଯାଉଛି । ଯେଉଁଥିରେ ୟୁଜର୍ସ ନିଜ ଫ୍ରେଣ୍ଡ୍‌ ଲିଷ୍ଟରେ ରହିଥିବା ବ୍ୟକ୍ତିଙ୍କର ପୋଷ୍ଟରେ କଣ୍ଟେଣ୍ଟ୍‌ ଯୋଡ଼ି ପାରିବେ । ଏହାର ଅର୍ଥ ଯଦି ଆପଣ ନିଜ ଆକାଉଣ୍ଟରେ କୌଣସି ପୋଷ୍ଟ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କ ଫୋଲର୍ସ ଫୋଟ ଏବଂ ଭିଡିଓ ସବ୍‌ମିଟ୍‌ କରିପାରିବେ ।

ତେବେ ସୂଚନା ମୁତାବକ, କମ୍ପାନୀ ଏହି ଫିଚର୍‌କୁ ଶୀଘ୍ର ରୋଲଆଉଟ କରିବାକୁ ଯାଉଛି । ଯେଉଁଥିରେ ୟୁଜର୍ସ ନିଜର ଫୋଲର୍ସ ପୋଷ୍ଟରେ ଭିଡିଓ ଏବଂ ଫଟୋ ଦେଇପାରିବେ । ଏଥିପାଇଁ ଇନ୍‌ଷ୍ଟାଗ୍ରାମର ନିମ୍ନରେ ବାମ ପାର୍ଶ୍ବରେ ଏକ ଅପ୍ସନ୍‌ ମିଳିବ । ଯାହାକୁ ଟ୍ୟାପ୍‌ କରି ୟୁଜର୍ସ ଏହି ଫିଚରର ବ୍ୟବହାର କରି ଫୋଲର୍ସଙ୍କୁ ନିଜ ପୋଷ୍ଟରେ ଆଡ୍‌ଅନ୍‌ କରିପାରିବେ ।

ରୋଲଆଉଟ ହେବାକୁ ଥିବା ଫିଚର ଦ୍ବାରା ଏହି ସୁବିଧା ପାଇବେ ୟୁଜର୍ସ: ରିପୋର୍ଟରେ ଏକ ଉଦାହରଣ ଦିଆଯାଇ କୁହାଯାଇଛି ଯେ, ଯେତେବେଳେ କିଛି ବ୍ୟକ୍ତି ଏକ ଗୋଷ୍ଠୀ ହୋଇ ବୁଲିବାକୁ ଯାଆନ୍ତି, ସେତେବେଳେ ସମସ୍ତେ ଅଲଗା ଅଲଗା ଫୋନରେ ନିଜର ଫଟୋ ଉଠାଇଥାଆନ୍ତି । ଫଳରେ କେତେକ କ୍ଷେତ୍ରରେ ସମସ୍ତେ ନିଜର ଫଟୋ ପାଇନଥାଆନ୍ତି । ତେବେ ଏଭଳି ସ୍ଥିତିରେ ଏହି ଫିଚର ସହାୟକ ହେବ। ଫଟୋ ଆଡ୍ କରିବା ପାଇଁ ଇନଷ୍ଟାଗ୍ରାମର ଏହି ଫିଚର ସାହାଯ୍ୟ କରିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଇନଷ୍ଟାଗ୍ରାମ ବ୍ୟବହାର ହେବ ଆହୁରି ମଜାଦାର, ଆସୁଛି ଏହି ନୂଆ ଫିଚର

ଏହା ଦ୍ବାରା ଫୋଲର୍ସମାନେ ଅନ୍ୟ କିଛି ଫୋଟକୁ ମଧ୍ୟ ଅନ୍ୟଜଣଙ୍କ ପୋଷ୍ଟରେ ଆଡ୍ କରିପାରିବେ । ୟୁଜର୍ସଙ୍କ ଅନୁମତି ନେଇ ଫଟୋ ଆଡ୍ କରିବାର ଅପ୍ସନ ପାଇବେ ୟୁଜର୍ସ । ଇନଷ୍ଟାଗ୍ରାମ ପୂର୍ବରୁ ୟୁଜର୍ସଙ୍କୁ ଫିଡ୍‌ ପୋଷ୍ଟ ଏହଂ ରିଲ ସେୟାର କରିବା ପାଇଁ ଅନୁମତି ଦେଇଥାଏ । ୟୁଜର୍ସ 250 ଜଣ ଲୋକଙ୍କ ସହିତ ଫଟୋ ଏବଂ ଭିଡିଓ ସେୟାର କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ସେଭ ମଧ୍ୟ କରିପାରିବେ। ଏହା ବ୍ୟତୀତ ଇନଷ୍ଟାଗ୍ରାମ ସେଲଫି ଭିଡିଓ ପୋଷ୍ଟରେ ମଧ୍ୟ ଟେଷ୍ଟ ଆରମ୍ଭ କରିଛି। ଯାହା ଦ୍ବାରା ୟୁଜର୍ସ ଲୁପିଂ ଭିଡିଓ ସହିତ କଣ୍ଟେଣ୍ଟ୍‌କୁ ମଧ୍ୟ ଡିଫଲ୍ଡ ପ୍ରୋଫାଇଲ୍‌ରେ ସେଭ୍‌ କରିପାରିବେ । ତେବେ ଆଗାମୀ ଦିନରେ ଆହୁରି ଅନେକ ଫିଚର ରୋଲଆଉଟ କରିବାକୁ ଯାଉଛି କମ୍ପାନୀ ।

ପ୍ରକାଶଥାଉକି, ଆପ୍‌ରେ ବାର୍ଥ ଡେ' ଫିଚର ରୋଲଆଉଟ କରାଯିବା ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ଯାହା ଫୋଲର୍ସଙ୍କ ବାର୍ଥ ଡେ' ଅପଡେଟ୍‌ ଦେବ । ଯେଉଁଦିନ ଫୋଲର୍ସଙ୍କ ବାର୍ଥ ଡେ ଥିବ, ଏହି ଫିଚର ଆଲର୍ଟ ଭଳି କାମ କରିବ । ଯଦି କହିବା ଫେସବୁକରେ ରୋଲ୍‌ଆଉଟ୍‌ ହୋଇଥିବା ଫିଚର ଭଳି ଏହା କାମ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.